ଆଶ୍ରମର ଭିତିରି କଥା କହିଲେ ବିଦ୍ୟାଶ୍ରୀ। କାହିଁକି ଶାଶୂ ଶଶୁରଙ୍କ ଠାରୁ ଦୂରେଇ ଗଲେ।

ଯନ୍ତ୍ରଣା ଯେବେ ଅସହ୍ୟ ହୁଏ ଆଉ ସହି ହୁଏନି ସେତେବେଳେ ସବୁ ସତ କଥା ସାମ୍ନାକୁ ଆସିଯାଏ। ଆଉ ଆଜି ମାନବ ପ୍ରେମୀ ଆଦିତ୍ୟ ନାହାଁନ୍ତି ସତ କିନ୍ତୁ ଆଦିତ୍ୟଙ୍କ ପରିବାରରେ ଝଡ଼ ଦେଖିବାକୁ ମିଳିଛି। ଶାଶୂ ଶଶୁରଙ୍କ ଠାରୁ କାହିଁକି ଦୂରେଇ ଗଲେ ବିଦ୍ୟାଶ୍ରୀ। ଆଉ କେମିତି ହେଉଥିଲା ତାଙ୍କ ସହିତ ଅନ୍ୟାୟ। ଶାଶୂ ଶଶୁରଙ୍କୁ ନିଜର ବାପା ମା’ ଭାବି ସେବା କରୁଥିଲେ। କିନ୍ତୁ ବିଦ୍ୟାଶ୍ରୀଙ୍କ ଏଇ କଷ୍ଟର ମୂଲ୍ୟ କେହି ବୁଝୁଲେନି।ତେବେ ସମସ୍ତେ ଭାବୁଥିଲେ ଶାଶୂ ଶଶୁର ଆଉ ବିଦ୍ୟାଶ୍ରୀଙ୍କ ଭିତରେ ସବୁକିଛି ଠିକ ଚାଲିଛି। ଆଦିତ୍ୟଙ୍କ ସ୍ୱପ୍ନର ଆଶ୍ରମ ଠିକ ଚାଲିଛି କିନ୍ତୁ ବିଦ୍ୟାଶ୍ରୀ ଏମିତି କିଛି କଥା କହିଛନ୍ତି ଯାହା ପରେ ଜଣାପଡୁଛି ଏହି ଆଶ୍ରମକୁ ନେଇ କେମିତି ସମ୍ପର୍କରେ ପଡିଯାଇଛି ଫାଟ।

ହଁ ଆଜ୍ଞା ଗଣମାଧ୍ୟମରେ ଜଣେ ସମାଜସେବୀ ସବିତା ମିଶ୍ରଙ୍କ ଆଶ୍ରମକୁ ନେଇ କିଛି କହିବା ପରେ ସେପଟେ ଆଶ୍ରମର ଭିତିରି କଥାକୁ ନେଇ କହିଥିଲେ ବିଦ୍ୟାଶ୍ରୀ।ତେବେ ଫେସବୁକରେ ଜଣେ ପର୍ଶୁରାମ ନାମକ ବ୍ୟକ୍ତିଙ୍କୁ ବୁଝାଇବାକୁ ଯାଇ ବିଦ୍ୟାଶ୍ରୀ କହିଛନ୍ତି ଶାଶୂ ଶଶୁରଙ୍କ ଠାରୁ କେମିତି ଦୂରେଇ ଗଲେ। ଏମିତି କଷ୍ଟ ଯନ୍ତ୍ରଣାରେ ଆଉ କେତେଦିନ ରହିଥାନ୍ତେ ବିଦ୍ୟାଶ୍ରୀ। ତେବେ କହିଥିଲେ ଟ୍ରଷ୍ଟ କାହାର ପୈତୃକ ସମ୍ପତି ନୁହେଁ ପୁଅ ଚାଲିଗଲେ ବୋଲି ବାପା ମା କି ସ୍ତ୍ରୀ ଚଲାଇବେ। ଟ୍ରଷ୍ଟ ମେମ୍ବର ଅଛନ୍ତି ଆଦିତ୍ୟ ମଧ୍ୟ ତାଙ୍କ ଡାଏରିରେ ଏଭଳି କିଛି ଲେଖିଥିଲେ ଅନ୍ୟ ମାନେ ତାକୁ ଚଲାଇବେ। ଯାହାକି ତଦନ୍ତ ହେବା ପରେ ସ୍ୱୀକୃତି ଦିଆଯିବ କିଏ ଚଳାଇବ। ହେଲେ ଏଠି ସବୁକିଛି ଗଡ଼ବଡ଼ ଚାଲିଛି। କିଛି ବି ଠିକ ଚାଲିନାହିଁ।

ମୁଁ ଆଦିତ୍ୟଙ୍କ ସ୍ତ୍ରୀ ମୋର ସ୍ୱପ୍ନ ଅନେକ ଥିଲା। ଆଦିତ୍ୟଙ୍କ ସହ ମିଶି ପିପୁଲ ଫର ସେବା ଟ୍ରଷ୍ଟକୁ ବହୁତ ଆଗକୁ ନେବା ପାଇଁ ମୋ ମନରେ ବହୁତ ଆଶାଥିଲା। ଆଉ ଆଦିତ୍ୟ ଟ୍ରଷ୍ଟ କେମିତି ଆଗକୁ କେମିତି ନେବେ କେମିତି ଆଗକୁ ବଢିବ ବୋଲି ମୋ ସହିତ କଥା ହେଉଥିଲେ ଆଉ ସଜେସନ ନେଉଥିଲେ କିନ୍ତୁ ଆଶ୍ରମରେ ମୋତେ ଶାଶୂ ଶଶୁର ବିଲକୁଲ କିଛି ବି ପଚାରିଲେ ନାହିଁ। ଏମିତିକି ମୋର କୌଣସି ବି ମତ ନେଲେନାହିଁ।

ହଁ ଆଜ୍ଞା ଆଦିତ୍ୟ ଚାଲିଗଲା ପରେ କିଛ ଦିନ ପର୍ଯ୍ୟନ୍ତ ଶାଶୂ ଶଶୁରଙ୍କ ସହିତ ମିଶି ଟ୍ରଷ୍ଟ ଚଳାଇଥିଲେ କିନ୍ତୁ ତାହାର ମହତ୍ୱ ରଖିଲେ ନାହିଁ ଶାଶୂ ଶଶୁର। ଯାହାଙ୍କର ସେବା କରୁଥିଲେ ବିଦ୍ୟାଶ୍ରୀ। ବୃଦ୍ଧ ବୃଦ୍ଧାଙ୍କର ସେବା କରୁଥିଲେ ବିଦ୍ୟାଶ୍ରୀ। ଆଶ୍ରମରେ ରୋଷେଇ କରିଛନ୍ତି। ଆଉ ବିଦ୍ୟାଶ୍ରୀ ଏହା ମଧ୍ୟ କହିଛନ୍ତି ଶଶୁରଙ୍କ ଦେହ ଯେତେବେଳେ ଅସୁସ୍ଥ ଥିଲା ସେତେବେଳେ ପାଣି ଗରମ କରି ଗାଧୋଇ ବି ଦେଥିଲେ।

କିନ୍ତୁ ଆଶ୍ରମକୁ କିଏ କେତେ ତଙ୍କ ଟଙ୍କା ଦେଲା ଆଉ ଟଙ୍କା କେଉଁ ଆଡେ ଖର୍ଚ୍ଚ ହେଲା କିଛି ବି ହିସାବ ଦେଲେ ନାହିଁ। ଏମିତିକି ପଚାରିଲେ ମୋ ଉପରେ ବିରକ୍ତି ପ୍ରକାଶ କରୁଥିଲେ। ସେଇ ବ୍ୟବହାରରେ ମୁଁ ଅଣନିଶ୍ୱାସୀ ହୋଇପଡିଥିଲି। ମୁଁ କାହା ସହିତ ମିଶିଲେ ସନ୍ଦେହ କରୁଥିଲେ। କାହା ସହିତଖାଇଲେ ସନ୍ଦେହ କରୁଥିଲେ। ବୋହୂକୁ ବେଶ୍ୟା ବୋଲି କହିବାକୁ ପୋଛାଇଲେ ନାହିଁ। ଫେସବୁକରେ ଆଦିତ୍ୟ ଏବଂ ମୋର ବାହାଘର ଫୋଟ ଥିଲା ତାକୁ ମଧ୍ୟ ଶାଶୂ ଶଶୁର ଡିଲେଟ କରିଦେଲେ।

ଭାବିଲେନି ଯେ ତାଙ୍କ ପୁଅ କେବଳ ଆଶ୍ରମଟିକୁ ଗଢ଼ିନଥିଲେ ତା ସହିତ ମୋତେ ମଧ୍ୟ ପସନ୍ଦ କରି ଘରକୁ ଆଣିଥିଲେ। ମୁଁ ସବୁବେଳେ ନିଜର ବାପା ମା’ ଭାବି ତାଙ୍କୁ ସମ୍ମାନ ଦେଲି ସହଯୋଗ କଲି ଆଉ ସେମାନଙ୍କର ସେବା କଲି ହେଲେ ପଛରେ ମୋ ବିଷୟରେ ଅନେକ ଖରାପ କଥା ଗପିଲେ। ମୋତେ ବେଶ୍ୟା ବୋଲି କହିଲେ। କେତେଦିନ ଆଉ ସହି ଥାନ୍ତି।

ହଁ ଆଜ୍ଞା ତେବେ ଆଦିତ୍ୟଙ୍କ ପିପୁଲ ଫର ସେବା ଟ୍ରଷ୍ଟ ଏବେ ଆଦିତ୍ୟଙ୍କ ବାପା ମା ଚଲାଉଛନ୍ତି ଆଉ ବିଦ୍ୟାଶ୍ରୀ ଶାଶୂ ଶଶୁରଙ୍କ ଅନ୍ୟାୟକୁ ନସହିପାରି ଏଇ କାର୍ଯ୍ୟରୁ ଦୂରେଇ ଗଲେ। ହେଲେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆଶ୍ରମକୁ ଦାନ ଦେଉଥିବା ଏଇ ସମାଜସେବୀ ଦ୍ଵନ୍ଦରେ ପଡି ଯାଇଛନ୍ତି ଯେ ଆଦିତ୍ୟଙ୍କ ଟ୍ରଷ୍ଟ କେଉଁଟା କେଉଁଠିକି ସେମାନେ ଟଙ୍କା ପଠାଇବେ କାରଣ ଆଦିତ୍ୟଙ୍କ ଟ୍ରଷ୍ଟରେ ଥିବା ମେମ୍ବର ଏବେ ଖୋଲିଛନ୍ତି ନୂଆ ଟ୍ରଷ୍ଟ। ଏବେ ପୁଣି ଏପଟେ ବିଦ୍ୟାଶ୍ରୀ ଖୋଲିଛନ୍ତି ନୂଆ ଟ୍ରଷ୍ଟ। କାହାକୁ ଦେବେ ଟଙ୍କା।

Leave a Reply

Your email address will not be published. Required fields are marked *