ଗତ କିଛିଦିନ ହେବ ରାଜଧାନୀରେ କାର-ଖାନାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁଇ ଜାଆ ଜେବେଠାରୁ କାର-ଖାନା ଖୋଲି ୭୦ ଟଙ୍କାରେ ଲୋକଙ୍କୁ ଖାଇବା ପରଶିଛନ୍ତି , ସେବେଠାରୁ ସେମାନେ ଲୋକପ୍ରିୟ ହେବା ସହିତ ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଥିଲା । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଏତେ ସମସ୍ୟା ପରେ ଯେଉଁ ଦୁଇ ମାଳିକାଣି ମାଷ୍ଟର କ୍ୟାଣ୍ଟିନ ଭେଣ୍ଡିଂ ଜୋନରେ ପୁଣିଥରେ କାର-ଖାନା ଚଳାଇ ଥିଲେ ସେଥିରେ ମଧ୍ୟ ବିଏମସି ସିଲ କରିଛି ।
ପ୍ରଥମେ IG ନିକଟସ୍ଥ ପାର୍କରେ ଭ୍ୟାନ ଯୋଗେ ଖାଦ୍ୟ ଆଣି ଦେଉଥିଲେ କିନ୍ତୁ ସେଥିରେ ମଧ୍ୟ ବିଏମସି ସେହି ସ୍ଥାନର ଲାଇସେନ୍ସ ଦାବି କରିଥିଲା । ଲୋକଙ୍କ କହିବା ଅନୁଯାୟୀ ଦାମ ଅନୁଯାୟୀ ଖାଦ୍ୟ ଭଲ ଥିବାରୁ ବ୍ୟବସାୟ ମଧ୍ୟ ବେଶ ଭଲଭାବରେ ବଢ଼ିବାରେ ଲାଗିଥିଲା ।
ଯେତେବେଳେ ଦୁଇ ଜାଆ ଏହି ବ୍ୟବସାୟ ଆରମ୍ଭ କରିଥିଲେ ସେତେବେଳେ ଲୋକଙ୍କର ବେଶ ଭିଡ଼ ଲାଗୁଥିଲା । ଏମିତିକି ଅନେକ ସମୟରେ ଖାଦ୍ୟ ମଧ୍ୟ ନିଅଣ୍ଟ ପଡ଼ୁଥିଲା । ଅଧିକ ଲୋକପ୍ରିୟ ହେବା ସହିତ କାର-ଖାନା ପାଇଁ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଲା । ଭୁବନେଶ୍ବର ମହାନଗର ନିଗମ ବିନା ଟ୍ରେଡ଼ ଲାଇସେନ୍ସରେ ବ୍ୟବସାୟ କରୁଥିବା ଅଭିଯୋଗରେ କାର-ଖାନା ଉପରେ ଚଢ଼ାଉ କରିଥିଲା ।
ଏହାପରେ କାର-ଖାନା ମାଲିକାଣୀ କହିଥିଲେ ଯେ ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯୋଗାଡ଼ କରି ପୁଣିଥରେ ନିଜର ବ୍ୟବସାୟ ଜାରି କରିଥିଲେ । ଆଉ ସେମାନେ ତାହାହିଁ କରିଥିଲେ । ଦୁହେଁ ପୁଣିଥରେ କାର-ଖାନା ଖୋଲିଥିଲେ ।କିନ୍ତୁ ଏଥର ସ୍ଥାନ ଆଇଜି ପାର୍କ ପାଖରେ ନୁହେଁ ବରଂ ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ଭେଣ୍ଡିଙ୍ଗ ଜୋନକୁ ଭଡ଼ାରେ ନେଇ ଦୁହେଁ ପୁଣି ବ୍ୟବସାୟ ଚଳାଇଲେ । ସେଠାରେବି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା
କିନ୍ତୁ ସେହି ଭେଣ୍ଡିଙ୍ଗ ଜୋନ , ଯେଉଁଠି କାର-ଖାନାର ଦୁଇ ମାଲିକାଣୀ ବ୍ୟବସାୟ ଚଳାଇଥିଲେ ତାକୁ ବିଏମସିର ଏନଫୋର୍ସମେଣ୍ଟ ଟିମ ସିଲ କରି ଦେଇଛି । ଏହାସହିତ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ଏକ ନୋଟିସ ମଧ୍ୟ ଜାରି ହୋଇଛି । ଯେଉଁଥିରେ ଭେଣ୍ଡିଙ୍ଗ ଜୋନର ମାଲିକ ଧୀରେନ୍ଦ୍ର ଓଝାଙ୍କୁ କାରଣ ଦର୍ଶାଅ ଜାରି କରିଛି । ସେଥିରେ ଏହା ମଧ୍ୟ ଲେଖା ଯାଇଛି ଯେ ଧୀରେନ୍ଦ୍ର ସେହି ସ୍ଥାନର ନବୀକରଣ ପତ୍ର ଦାଖଲ କରି ନାହାଁନ୍ତି । ଏହା ସତ୍ତ୍ୱେ ଅନ୍ୟକୁ ଭଡ଼ା ଦେବା ସହିତ ଭଡ଼ା ଠିକ ସମୟରେ ପୈଠ କରି ନାହାଁନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କାର-ଖାନାର କଣ ହେବ ?