ଜାନୁଆରୀ ୨୨ରୁ ପ୍ରଭୁ ଶ୍ରୀରାମଙ୍କ ଛବି ଥିବା ୫୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କ ଜାରି କରିବ ବୋଲି ଚର୍ଚ୍ଚାରେ । ସତ କ’ଣ ଜାଣନ୍ତୁ ।

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏବେ ୫୦୦ ଟଙ୍କିଆ ନୋଟର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ନୋଟ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଛି ବୋଲି ଗୁଜବ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୫୦୦ ନୋଟର ସାମ୍ନାରେ ରାମଲାଲାଙ୍କ ଫଟୋ ଏବଂ ପଛରେ ରାମ ମନ୍ଦିରର ଫଟୋ ଥିବା ବେଳେ ସତ କଥା ହେଉଛି ଏହି ନୋଟକୁ କେହି ଏଡିଟ୍ କରି ଅପଲୋଡ କରିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।

୫ଶହ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ନିଜ ଜନ୍ମସ୍ଥଳୀକୁ ଫେରିବେ ପ୍ରଭୁ ରାମଲାଲା । ଏହାରି ଭିତରେ ରାମ ମନ୍ଦିର ଓ ଅଯୋଧ୍ୟାକୁ ନେଇ ବହୁ ରୋଚକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ଭୁଲ ଓ ବିଭ୍ରାନ୍ତିକର ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଭୁଲ ଖବର ଏବେ ସାମ୍ନାକୁ ଆସିଛି । ୫୦୦ ଟଙ୍କିଆ ନୋଟରେ ଲାଲକିଲ୍ଲା ବଦଳରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଭୁ ରାମଙ୍କ ଫଟୋ ଛପାଯାଇଛି । ଏହା ଖୁବ ଭାଇରାଲ ହେଉଥିବା ବେଳେ ଏହି ଖବର ସମୂର୍ଣ୍ଣ ମିଛ ବୋଲି ଜଣାପଡିଛି ।

ପ୍ରଭୁ ରାମଙ୍କ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସୁଥିବାରୁ ରାମ ମନ୍ଦିରର, ପ୍ରଭୁ ରାମଙ୍କ ପ୍ରତିମା ତଥା ଭଗବାନ ଶ୍ରୀରାମଙ୍କ ସହ ଜଡିତ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ସ୍ୱତନ୍ତ୍ର ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୫୦୦ ଟଙ୍କିଆ ନୋଟ ଅଛି । ଏହି ୫୦୦ ଟଙ୍କିଆ ନୋଟକୁ ଦେଖି କେହି କେହି କହୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ନୂଆ ୫ଶହ ଟଙ୍କିଆ ନୋଟ ମାର୍କେଟକୁ ଆସିବାକୁ ଯାଉଛି । ଅନେକ ଲୋକ ଏହାକୁ ସେୟାର କରିଥିବା ଦେଖିବାକୁ ମିଳିଛି ।

ତେବେ ଏହା ସମୂର୍ଣ୍ଣ ରୂପେ ଭୁଲ । ସୂଚନାଯୋଗ୍ୟ ପ୍ରଥମେ ୨୦୨୪ ଜାନୁଆରୀ ୧୪ରେ ରଘୁନ୍ ମୁର୍ତ୍ତୀ ନାମକ ଜଣେ ଏକ୍ସ ୟୁଜରଙ୍କ ଦ୍ବାରା ସେୟାର କରାଯାଇଥିଲା । ଯାହାପରେ ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ନିଆଁ ପରି ବ୍ୟାପିଗଲା । ଯେତେବେଳେ ୫୦୦ ଟଙ୍କିଆ ନୋଟରେ ଏହି ନକଲି ଫଟୋ ଭାଇରାଲ ହେବାରେ ଲାଗିଲା, ଉପଭୋକ୍ତା ନିଜେ ଅନ୍ୟ ଏକ ପୋଷ୍ଟ କରିଥିଲେ ଏବଂ ଭୁଲ ତଥ୍ୟ ବିସ୍ତାର କରିବା ପାଇଁ ତାଙ୍କ ସୃଜନଶୀଳ କାର୍ଯ୍ୟକୁ ବ୍ୟବହାର ନକରିବାକୁ ଲୋକଙ୍କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *