ଦଶମ ଶ୍ରେଣୀରେ ରଖିଥିଲେ ୯୯% ମାର୍କ, ହେଲେ ଏପଟେ ଚାଲିଗଲା ଜୀବନ, କାନ୍ଦୁଛନ୍ତି ବାପା ମା’।

ବୋର୍ଡ ପରୀକ୍ଷାରେ ଟପର ହୋଇଥିଲେ। ୯୯% ମାର୍କ ରଖିଥିଲେ ଆଉ ଏହି କଥା ଶୁଣି ପୁରା ପରିବାର ବହୁତ ଖୁସି ହୋଇଯାଇଥିଲେ। ଏତେ ଖୁସି ହୋଇଯାଇଥିଲେ ଯେ କହିଲେ ନସରେ। ହେଲେ ଭାଗ୍ୟର ବିଡ଼ମ୍ବନାକୁ ଦେଖ ଝିଅ ସହିତ ଏମିତି କିଛି ହୋଇଯିବ ବୋଲି କିଏ ବା ଜାଣିଥିଲା।

ମେ ୧୧ ତାରିଖରେ ପ୍ରକାଶ ପାଇଥିଲା ଦଶମ ଶ୍ରେଣୀ ପରୀକ୍ଷାରେ ରେଜଲ୍ଟ। ଘରେ ଥିଲା ଖୁସିର ମହଲ। IAS ହେବେ ବୋଲି କେତେ ସ୍ୱପ୍ନ ଦେଖିଥିଲେ ଏଇ ଝିଅ ଜଣକ ହେଲେ ସବୁ ସ୍ୱପ୍ନ ରହିଗଲା ଅଧା ଅଧୁରା। ଭଗବାନ ଛଡ଼ାଇନେଲେ ସେହି ଖୁସିକୁ। ମାଡି ଆସିଲା ଏମିତି ରୋଗ ଯେ ଚାଲି ଯାଇଛି ଜୀବନ।

ହଁ ଆଜ୍ଞା ବୋର୍ଡ ପରୀକ୍ଷାରେ ଟପର ହୋଇଥିବା ଗୁଜୁରାଟର ମୁରଦ୍ୱୀପର ଜଣେ ୧୬ ବର୍ଷୀୟ ଛାତ୍ରୀଙ୍କ ବ୍ରେନ ହାବ୍ରେଜ ଯୋଗୁ ମୃତ୍ୟୁ ହୋଇଛି। ଗୁଜୁରାଟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ଫଳ ମେ ୧୧ ତାରିଖରେ ପ୍ରକାଶ ପାଇଥିଲା। ଝିଅ ଦିର ଦିତୀୟା ଦଶମ ଶ୍ରେଣୀରେ ୯୯.୭୦ ପ୍ରତିଶତ ରଖିଥିଲେ। ହେଲେ ସେ ଖୁସିରେ ଲାଗିଗଲା ନଜର। ମାସେ ତଳେ ରାଜକୋଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବ୍ରେନ ହାବ୍ରେଜ ହୋଇଥିଲା ଓ ତାଙ୍କର ଅସ୍ତ୍ର ପ୍ରଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ସପ୍ତାହ ପରେ ତାଙ୍କର ପୁଣିଥରେ ଶ୍ୱାସକ୍ରିୟା ଜନିତ ଅସୁବିଧା ହୋଇଥିଲା। ତାଙ୍କୁ ହସ୍ପିଟାଲରେ ICU ରେ ଭର୍ତି କରାଯାଇଥିଲା ଏବଂ MRI ରିପୋର୍ଟରୁ ଜଣା ପଡିଲା ଯେ ତାଙ୍କ ମସ୍ତିଷ୍କରେ ପ୍ରାୟ ୮୦ ରୁ ୯୦% କାମ କରିବା ବନ୍ଦ ହୋଇ ଯାଇଛି। ଆଉ ଗତ କାଲି ରାତିରେ ହିଜକୋହୃଦୟ କାମ କରିବା ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏଇ ଘଟଣାକୁ ନେବ ତାଙ୍କ ବାପା ମା’ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ନିଜ ଝିଅର ଅଙ୍ଗଦାନ କରିଥିଲେ। ଆଖି ଓ ଶରୀରର କାର୍ଯ୍ୟ କରୁଥିବା ଅଙ୍ଗକୁ ଦାନ କରିଦେଇଥିଲେ।

Leave a Reply

Your email address will not be published. Required fields are marked *