ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ସ୍ଥାନରେ ଲୋକଙ୍କୁ ଭଗବାନଙ୍କ ନାମ ସଂକୀର୍ତ୍ତନ ଗାଉଥିବାର ଦେଖାଯାଉଛି । ଏହା ବ୍ୟତୀତ ଭକ୍ତ ମାନେ ମଧ୍ୟ ସେହି ସଂକୀର୍ତ୍ତନରେ ଭଗବାନଙ୍କ ନାମ ନେଇ ଝୁମି ଉଠୁଛନ୍ତି । ଏସବୁର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । କିନ୍ତୁ ସେସବୁ ମଧ୍ୟରେ କିଛି ସ୍ଥାନରେ ଲୋକେ ଆଧୁନିକ ଗୀତ ଶୈଳୀରେ ସଂକୀର୍ତ୍ତନ କରୁଥିବାର ଦେଖାଯାଉଛି ଯାହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକଙ୍କ ମଧ୍ୟରେ ସମାଲୋଚନା ଆରମ୍ଭ ହୋଇଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡ଼ିଓ ସମ୍ବ-ନ୍ଧରେ କହିବୁ ।
ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓ ଅନୁଯାୟୀ ଏକ ଅଷ୍ଟମ ପ୍ରହରୀ ରେ କୀର୍ତ୍ତନ ମଣ୍ଡଳୀ ଆଧୁନିକ ଗୀତ ଶୈଳୀରେ ହରେ ରାମ ହରେ କୃଷ୍ଣ କରୁଥିବାର ଦେଖାଯାଇଛି । ଏହି ନାମରେ ଛୋଟ ପିଲା ମାନେ ନାଚିବାରେ ମଧ୍ୟ ଲାଗିଛନ୍ତି ଯାହାକୁ ନେଇ କିଛି ଲୋକ ପ୍ରଶଂସା କରିବା ସହିତ ଆଉ କିଛ ଲୋକ ବି-ରୋ-ଧ ମଧ୍ୟ କରୁଛନ୍ତି ।
ତେବେ ସମ୍ପୂର୍ଣ୍ଣ ଘ-ଟ-ଣା ଏହା ଯେ କଳାହାଣ୍ଡି ଜିଲ୍ଲାରେ ଏକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନରେ କୀର୍ତ୍ତନ ମଣ୍ଡଳୀ ଓଡ଼ିଆର ଏକ ବହୁ ଚର୍ଚ୍ଚିତ ଗୀତ କୁଆଡ଼େ ଗଲୁ ପାଗେଳୀ ଗୀତର ସ୍ୱରରେ ଗାଇବାରେ ଲାଗିଛନ୍ତି । ଆଧୁନିକ ଶୈଳୀରେ ନାମ ସଂକୀର୍ତ୍ତନ ସହିତ ଅନେକ ପୁରୁଷ ନାରୀ ଏବଂ ଛୋଟ ଛୋଟ ପିଲା ମଧ୍ୟ ଏଥିରେ ଯୋଗଦାନ କରୁଛନ୍ତି । ଅଭିନୟ କରୁଥିବା ଲୋକମାନେ ଖୁବ ଭଲ ଭଲ ପୋଷାକ ପିନ୍ଧି ଅଭିନୟ କରିବାରେ ଲାଗିଛନ୍ତି ।
ତେବେ ଏହାକୁ ନେଇ ଅନେକ ଲୋକେ ପସନ୍ଦ କରିଛନ୍ତି କାରଣ କେବଳ ଆଧୁନିକ ଶୈଳୀର ସ୍ୱର ଏଥିରେ କୌଣସି ରହିଥିଲେ ହେଁ ଭଗବାନଙ୍କ ନାମ ନିଆଯାଉଛି । କିନ୍ତୁ ଆଉ କିଛି ଲୋକ ଏହାକୁ ନେଇ ନି-ନ୍ଦା କରି କହିଛନ୍ତି ଯେ ଏହା ଅପସଂସ୍କୃତି । ଏହାଦ୍ବାରା ସଂକୃତି ନ-ଷ୍ଟ ହେଉଛି । କିନ୍ତୁ କହିବାକୁ ଗଲେ ଆଧୁନିକ କିମ୍ବା ଭଜନ ଗୀତର ସ୍ୱର ସହିତ ତାର ଭାଷା ସଂରଚନାର କୌଣସି ସମ୍ପର୍କ ନଥାଏ । ତେବେ ଯାହାବି ହେଉ ଏହାକୁ ନେଇ ଅନେକ ଲୋକ ବି-ରୋ-ଧ କରିଛନ୍ତି । ମାତ୍ର ଏହି ନୂତନ ଢ଼ଙ୍ଗରେ ଅଷ୍ଟମ ପ୍ରହରୀ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ।