ଏପରି ସୁଟିଂ ହୋଇଥିଲା ସୁପରହିଟ ଫିଲ୍ମ RRR , ଭାଇରଲ ହେଲା ଜୁନିୟର ଏନଟିଆରଙ୍କ ଆକ୍ସନ ସମୟର ସୁଟିଂ ଭିଡ଼ିଓ :-

ଚଳିତ ବର୍ଷର ସୁପରହିଟ ଫିଲ୍ମ ଭାବରେ ପରିଚିତ ହୋଇଥିବା RRR କୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଏମିତିକି ଏବେ ସୁଦ୍ଧା ହୋଲ ପାଇଁ ଟିକେଟ କିଣିବାକୁ ଭିଡ଼ ଲାଗି ରହିଛି । ଫିଲ୍ମ ଦେଖିବା ପରେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ଏବଂ ଦର୍ଶକ ଏଥିରେ ଖୁବ ଭଲ ଭଲ ଫିଡ଼ବ୍ୟାକ ମଧ୍ୟ ଦେଇଛନ୍ତି । ଖାଲି ଆମ ଦେଶରେ ନୁହେଁ ବରଂ ବାହାର ଦେଶର ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି ।

RRR ଫିଲ୍ମର ନିର୍ମାତା ହେଉଛନ୍ତି ବାହୁବଳୀ ଫିଲ୍ମର ନିର୍ମାତା ଏସ ଏସ ରାଜମୌଲି । ତେବେ ବାହୁବଳୀ ଏମିତିରେ ଖୁବ ହିଟ ହୋଇଥିଲା ଏବଂ ଏବେବି ତାହା ହିଟ ଅଟେ । ମାତ୍ର ବର୍ତ୍ତମାନର RRR ଫିଲ୍ମକୁ ଦର୍ଶକ ବିପୁଳ ମାତ୍ରାରେ ପସନ୍ଦ କରୁଛନ୍ତି । ଫିଲ୍ମର କାହାଣୀ ସହିତ ଗୀତ ଏବଂ ତାହାର ଷ୍ଟେପକୁ ମଧ୍ୟ ଲୋକେ ନକଲ କରିବାରେ ଲାଗିଛନ୍ତି । କିଛିଦିନ ମଧ୍ୟରେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛି ।

କିନ୍ତୁ ଆଜିକାର ଏହି ଲେଖାର ସ୍ୱତନ୍ତ୍ର ଏହା ଯେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫିଲ୍ମର କିଛି ସୁଟିଂ ଭିଡ଼ିଓ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଭଲ ଭାବରେ ଜାଣି ପାରିବେ ଯେ ଏତେ ସୁନ୍ଦର ଫିଲ୍ମକୁ ରୂପ ଦେବା ପାଇଁ କଣ ସବୁ କରିବାକୁ ପଡ଼ିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ RRR ଫିଲ୍ମ ମୁଖ୍ୟ ଅଭିନେତା ଜୁନିୟର ଏନଟିଆର ଙ୍କର ସୁଟିଂ ସମୟର କିଛି ଭିଡ଼ିଓ ଭାଇରଲ ହେଉଛି । ତେବେ ସେହି ସୁଟିଂ ସମୟର ଭିଡ଼ିଓ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ତେବେ ଭିଡ଼ିଓରେ ପ୍ରଥମତଃ ଏସ ଏସ ରାଜାମୌଲିଙ୍କୁ ଫିଲ୍ମକୁ ଫରଫେକ୍ଟ ଡାଇରେକ୍ସନ ଦେଉଥିବାର ଦେଖାଯାଇଛି । ଏହା ସହିତ ଜୁନିୟର ଏନଟିଆରଙ୍କୁ କିଛି ଆକ୍ସନ ସିନ ସହ ସୁଟ କରାଯାଉଥିବାର ଦେଖାଯାଇଛି । ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ଫିଲ୍ମକୁ ସୁନ୍ଦର ବନାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡ଼ିଛି । ଆକ୍ସନ ସିନକୁ ଜବରଦସ୍ତ ଆନିମେସନ ଦ୍ୱାରା ଏପରି ନିର୍ମାଣ କରାଯାଇଛି ଯେ ଦର୍ଶକ ତାହାର ପ୍ରଶଂସା ନକରି ରହି ପାରିବେ ନାହିଁ । ତେବେ RRR ଫିଲ୍ମରେ ମୂଖ୍ୟ ଅଭିନେତା ଭାବରେ କେବେଳ ଜୁନିୟର ଏନଟିଆର ନୁହଁନ୍ତି ବରଂ ରାମ ଚରଣ ମଧ୍ୟ ଅଛନ୍ତି ଯିଏକି ସମସ୍ତଙ୍କ ପ୍ରିୟ ଅଭିନେତା ଅଟନ୍ତି ।

Leave a Reply

Your email address will not be published. Required fields are marked *