ଭାଇରାଲ ହେଉଛି ଶର୍ମିଷ୍ଠାଙ୍କ ଚ୍ୟାନେଲର ଶେଷ ରଙ୍ଗୀନ ଭିଡ଼ିଓ , ଏଭଳି ଭିଡ଼ିଓ କରାଉଥିଲେ ଶର୍ମିଷ୍ଠା : ଦେଖନ୍ତୁ ଭିଡିଓ

ଆଜିର ସମୟରେ ଓଡ଼ିଶାର ଘରେ ଘରେ ଶର୍ମିଷ୍ଠାଙ୍କୁ ସମସ୍ତେ ଜାଣି ଯାଇଥିବେ । କାହିଁକି ନା ସେ ଏଭଳି ଜଣେ ଖଳନାୟିକା ଅଟନ୍ତି , ଯାହାଙ୍କ ଅଭିନୟ ଅତ୍ୟନ୍ତ ସୁନ୍ଦର ଅଟେ । ନିଜର ଅଭିନୟ ଯାଦୁରେ ସେ ସମସ୍ତଙ୍କୁ ଆକୃଷ୍ଟ କରି ନେଉଥିଲେ । ଆଉ ନିଜ ସୁନ୍ଦରତାର ଜାଲରେ ସେ ସମସ୍ତଙ୍କୁ ଫସାଇ ଦେଉଥିଲେ । ତାଙ୍କ ମିଠା ମିଠା କଥାର ଅନେକ ଲୋକ ଥିଲେ ଦିୱାନା । ତେବେ ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମୃତ୍ୟୁ ମାମଲାରେ ଏତେ ଦିନ ବିତି ଗଲା ପରେ ଯାଇ ଘଟଣାର ସମସ୍ତ ଅଭିଯୁକ୍ତ ମାନେ ଧରା ପଡିଛନ୍ତି । ଆଉ ସମସ୍ତେ ଜେଲ ମଧ୍ୟରେ ଦଣ୍ଡ ଭୋଗୁଛନ୍ତି ।

ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ମଧ୍ୟ ଜେଲର ଚାରିକାନ୍ଥ ମଧ୍ୟରେ ରହି ଏବେ ନିଜର ଭୁଲକୁ ଅନୁଭବ କରୁଛନ୍ତି । କିନ୍ତୁ ଏବେ ଯାଏଁ ମଧ୍ୟ ସେ କଣ ପାଇଁ ମାନସ ସ୍ବାଇଁଙ୍କୁ ହତ୍ୟା କରିଛନ୍ତି , ସେ କଥା ସ୍ଵୀକାର କରିନାହାଁନ୍ତି । ସେହି ମେମୋରୀ ଚିପରେ କଣ ଥିଲା , ଆଉ ଏଭଳି କଣ ରହସ୍ୟ ପାଇଁ ସେ ମାନସଙ୍କୁ ହତ୍ୟା କରିଦେଲେ , ସେ କଥା ସ୍ଵୀକାର କରିନାହାଁନ୍ତି । ତେବେ ଆଗକୁ କଣ ହେବ , ସେ କଥା ଦେଖିବାକୁ ବାକି ରହିଲା । କ୍ରାଇମବ୍ରାଞ୍ଚ ଆଗରେ ଏପର୍ଯ୍ୟନ୍ତ ସେ ସ୍ୱୀକାର କରିନାହାଁନ୍ତି କି କଣ ପାଇଁ ସେ ମାନସଙ୍କୁ ହତ୍ୟା କଲେ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଅଛି । ଆଉ ସେହି ଭିଡ଼ିଓଟି ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଚ୍ୟାନେଲର ଶେଷ ଭିଡ଼ିଓ ବୋଲି କୁହାଯାଉଛି । ତେବେ ସେହି ଭିଡ଼ିଓରେ ଦେଖିବାକୁ ମିଳିଛି କି , ଜଣେ ପୁରୁଷ ବିବାହିତ ହୋଇ ମଧ୍ୟ କିପରି ଆଉ ଜଣେ ମହିଳାଙ୍କ ସହ କିପରି ସମ୍ପର୍କ ରଖୁଛନ୍ତି । ଆଉ କିପରି ସେହି ମହିଳାଙ୍କ ସହ ଘରେ ରୋମାନ୍ସ କରୁଛନ୍ତି । ତେବେ ସେହି ସମୟରେ ବିବାହିତ ପୁରୁଷଙ୍କର ସ୍ତ୍ରୀ ଚାଲି ଆସୁଛନ୍ତି ଆଉ ସେ ତାଙ୍କ ପ୍ରେମିକାଙ୍କୁ ଲୁଚାଇ ଦେଉଛନ୍ତି । ଆଉ ସ୍ତ୍ରୀ ଜଣଙ୍କ ଏହି କଥା ବିଷୟରେ କିଛି ମଧ୍ୟ ଜାଣି ପାରୁନାହାଁନ୍ତି ।

ତେବେ ପ୍ରେମିକାଙ୍କର ସେହି ସ୍ଥାନରୁ ଯିବା ପରେ ବିବାହିତ ପୁରୁଷ ଜଣକ ଫୋନରେ କଥା ହୋଇ ହସୁଛନ୍ତି । ଆଉ ସେହି ସମୟରେ ସ୍ୱାମୀଙ୍କୁ ହସୁଥିବାର ଦେଖି ସ୍ତ୍ରୀ ହସି ହସି କହୁଛନ୍ତି କି , କାହା ପ୍ରେମରେ ପଡ଼ିଗଲଣି । କିନ୍ତୁ ସ୍ତ୍ରୀଙ୍କ କଥାକୁ ଟାଳି ଦେଇ ସ୍ୱାମୀ ଜଣକ କହୁଛନ୍ତି କି , ସେ କମେଡି ଶୋ ଦେଖୁଛନ୍ତି ।

ଅନ୍ୟପକ୍ଷରେ ବାହାରେ ପ୍ରେମୀଯୁଗଳ ବୁଲୁ ଥିବା ବେଳେ ସ୍ତ୍ରୀଙ୍କୁ ମାରିବାପାଇଁ ଯୋଜନା କରୁଛନ୍ତି । ତେବେ ସାବିତ୍ରୀ ଦିନ ତାଙ୍କୁ ବିଷ ଦେଇ ହତ୍ୟା କରୁଥିବାର ଯୋଜନା କରୁଥିବା ବେଳେ ତାଙ୍କ ମାଆଙ୍କର ଦେହ ଖରାପ ଯୋଗୁଁ ସେ ତାଙ୍କ ବାପ ଘରକୁ ଚାଲି ଯାଉଛନ୍ତି । କିନ୍ତୁ ପ୍ରକୃତରେ ସେ ବାପ ଘରକୁ ଯିବାର ଅଭିନୟ କରୁଛନ୍ତି , କାହିଁକି ନା ସେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଝିଅ ସହ ଦେଖି ଦେଉଛନ୍ତି । ଆଉ ତାପରେ ରାଗରେ ସେ ତାଙ୍କ ଶଙ୍ଖା ସିନ୍ଦୁରକୁ ଓଲ୍ହାଇ ଦେଉଛନ୍ତି । ଆଉ ମନ ଦୁଃଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *