ଗୃହ ନିର୍ମାଣ ପାଇଁ ମିଳିବ ଟଙ୍କା, ପ୍ରଧାନମନ୍ତ୍ରୀ ଆଣିଲେ ନୂଆ ଆବାସ ଯୋଜନା। ଓଡିଶାରେ କେବେଠୁ ହେବ ଘର ଆବଣ୍ଟନ ? ଦେଖନ୍ତୁ ପୁରା ଲିଷ୍ଟ…

ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ସେହିଭଳି କେନ୍ଦ୍ରସରକାର ଗରିବ ଏବଂ ମୂଲିଆ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗେଇ ଦେବା ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଯାହାଫଳରେ ଗରିବ ଏବଂ ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି। ଯେପରିକି ଇ ଶ୍ରମ କାର୍ଡ ଯୋଜନା ଦ୍ୱାରା ଅନେକ ମୂଲିଆ ଶ୍ରେଣୀର ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି। କୃଷକ ମାନଙ୍କ ପାଇଁ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଅନେକ ସହାୟତା କରିଛନ୍ତି।

ବର୍ତ୍ତମାନ ସମୟରେ କେନ୍ଦ୍ରସରକାର ଏକ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ଅନେକ ଗରିବ ଲୋକ ଉପକୃତ ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ତଳେ ଅର୍ଥାତ ୨୦୧୯- ୨୦ ବର୍ଷ ୮ ଲକ୍ଷ ଆବାସ ଘର ବଣ୍ଟନ ହେବ ବୋଲି କେନ୍ଦ୍ରସରକାର ଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନା ସ୍ଥଗିତ ରହିଥିବା ଜଣା ପଡ଼ିଛି।

ତେବେ ବର୍ତ୍ତମାନ ସମୟରେ ଖବର ମିଳିଛି ଯେ ଓଡ଼ିଶାରେ ଆବାସ ଘର ନିର୍ମାଣ ପାଇଁ ୧୭ ଲକ୍ଷ ୩ ହଜାର ୨୭୦ ଟି ଘର ଟାର୍ଗେଟ ରହିଛି। ତେବେ ମୁଖ୍ୟକଥା ଏହା ଯେ ଏପର୍ଯ୍ୟନ୍ତ କଣ ପାଇଁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଉର୍ଦ୍ଧ୍ବ ଘର ବଣ୍ଟା ହୋଇ ନାହିଁ ଯଦି କେନ୍ଦ୍ରସରକାର ମଞ୍ଜୁରୀ ଦେଇଛନ୍ତି ତେବେ ରାଜ୍ୟସରକର ବଣ୍ଟନ କରିବାରେ ବିଳମ୍ବ କଣ ପାଇଁ କରୁଛନ୍ତି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ହୋଇଛି ବୋଲି ଲୋକସଭାରେ ସାଂସଦ ସପ୍ତଗିରି ଉଲା ପ୍ରଶ୍ନ ଉଠେଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କେନ୍ଦ୍ରସରକାର ପକ୍କା ଆବାସ ଯୋଜନା ପାଇଁ ଓଡିଶାକୁ ମଞ୍ଜୁରୀ ଦେଇଛି। କେବଳ ସେତିକି ନୁହେଁ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ରାଜ୍ୟସରକାର ଯୋଗ୍ୟ ହିତାଧିକାରୀ ଙ୍କୁ ବାଣ୍ଟିବାର ବିଫଳ ହୋଇଛନ୍ତି। ଯେଉଁ କାରଣରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ଦଳ BJP।

ବିରୋଧୀ ଦଳ ବିଜେପି ମତ ରଖିଛନ୍ତି ଯେ ରାଜ୍ୟସରକାର ଆବାସ ନ ପ୍ରଦାନ କରି ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ରାଜ୍ୟସରକାରଙ୍କ ଅବହେଳା ପାଇଁ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଯାହା ରହିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଦେଶରେ ୮୦ ଲକ୍ଷ ପକ୍କା ଘର ମିଳିବ। ବର୍ତ୍ତମାନ ପାଇଁ ୪୯ ହଜାର ୧୮୦ ଟି ପକ୍କା ଘର ଓଡିଶାକୁ ମିଳିବ।

Leave a Reply

Your email address will not be published. Required fields are marked *