ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚଣ୍ଡୀ ପରିଜା ବର୍ତ୍ତମାନ ସମୟରେ ବାବୁସାନ ଆଉ ତାଙ୍କ ପାରିବାରିକ ମାମ-ଲାରେ ମୁହଁ ଖୋଲିଛନ୍ତି । ଆଉ ତାଙ୍କ କଥା ଶୁଣି ଲାଗୁଛି ସେ ଯାହା ବି କହିଛନ୍ତି ଠିକ୍ କହିଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ଓଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ବାବୁଶାନ ତାଙ୍କ ବିନା ଇଣ୍ଡଷ୍ଟ୍ରି କିଛି ବି ନୁହେଁ । ତେଣୁ ଯାହା ବି ହୋଇଛି ସେ ସବୁକୁ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତୁ ।
ଅନ୍ୟପକ୍ଷରେ ସେ ପ୍ରକୃତି ମିଶ୍ରଙ୍କ ବିଷୟରେ କହିଛନ୍ତି କି , କୌଣସି ସ୍ତ୍ରୀ ନିଜ ସ୍ୱାମୀ ବିଷୟରେ କେବେ ବି ମି-ଛ କଥା କହିବେ ନାହିଁ । ନିଶ୍ଚିତ ଭାବରେ ସେ କୌଣସି ନା କୌଣସି ଭୁଲ୍ ଦେଖିଥିବେ , ସେଥିପାଇଁ ଏଭଳି କଥା କହିଛନ୍ତି ଆଉ ନିଜ ସ୍ୱାମୀଙ୍କୁ ଗା-ଳି ଗୁ-ଳଜ କରିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମାମଲାରେ ତୃତୀୟ ବ୍ୟକ୍ତି ମୁଣ୍ଡ ପୁରାଇବାର କୌଣସି ଆବଶ୍ୟକତା ନଥିଲା । ତେଣୁ ପ୍ରକୃତି ଯେତେ କୁମ୍ଭୀର କା-ନ୍ଦଣା ଦେଲେ ମଧ୍ୟ କେହି ଶୁଣିବେ ନାହିଁ ।
ତୃପ୍ତି ନିଶ୍ଚିତ ଭାବରେ ନିଜ ସ୍ୱାମୀଙ୍କ ପାଇଁ ଠିକ୍ କରିଛନ୍ତି । ଚେନ୍ନାଇ ଯିବା ପ୍ରସଙ୍ଗ ଉପରେ ସେ କହିଛନ୍ତି କି , ଯଦି ବାବୁଙ୍କର କୌଣସି କାମ ଥିଲା ତେବେ ସେ ଯାଇଥାନ୍ତେ , ପ୍ରକୃତି କାହିଁକି ତାଙ୍କ ସହିତ ଯାଉଥିଲେ । ଆହୁରି ମଧ୍ୟ ଗୋଟିଏ ହୋଟେଲରେ ରହୁଥିଲେ । ଏହା ଆଦୌ ଗ୍ରହଣୀୟ ନୁହେଁ । ଜଣେ ବିବାହିତ ପୁରୁଷ ସହିତ ଏଭଳି କାମ କରିବା ଜମା ଠିକ୍ ନୁହେଁ । ତେଣୁ ବର୍ତ୍ତମାନ ବି ସମୟ ଅଛି , ଯେ ଯାହା ବାଟକୁ ଫେରି ଆସନ୍ତୁ ।
ନିଶା ସେବନ ଉପରେ ସେ କହିଛନ୍ତି କି , ନି-ଶା ସେ-ବନ କରିବା କୌଣସି ବଡ଼ କଥା ନୁହେଁ । କିନ୍ତୁ ନିଶା ଯଦି ଆପଣଙ୍କୁ ଖାଇଦେଲା , ତେବେ ବହୁତ ଖରାପ ହେବ । ମଣିଷ ଆଉ ମଣିଷ ହୋଇ ରହିବ ନାହିଁ । ନିଜ ସୀମା ପାର୍ କରିଯିବ ସେ । ତେଣୁ ଏହି ବାବଦରେ ସେ ଚଣ୍ଡୀ ପରିଜା କହିଛନ୍ତି କି , ବାବୁଶାନ ନିଜର ସମସ୍ତ ଭୁଲ୍ ସ୍ୱୀକାର କରି ନିଜ ପରିବାର ଆଉ ନିଜ ସ୍ତ୍ରୀ ପିଲାଙ୍କ ପାଖକୁ ଫେରି ଯାଆନ୍ତୁ । ନଚେତ ବୁଝାମଣା ହୋଇ ସମସ୍ୟା ସମାଧାନ ହୋଇଯାଉ ।