ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କର ସ-ମ୍ପର୍କ ବିଷୟରେ ଏଭଳି କହିଲେ ପଞ୍ଚାନନ ନାୟକ , ସମୟ ଥାଉ ଥାଉ ସୁଧୁରି ଯାଅ

ଘର ବାହାରକୁ କଥା ଆସିଯାଇଛି ଆଉ ସୀମିତ ହୋଇ ନାହିଁ । ବାଟ ଘାଟରେ କଥା ଘୁରି ବୁଲୁଛି । ସମସ୍ତେ କହୁଛନ୍ତି ଓଲିଉଡର ରତ୍ନ ତଥା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କର ଏଭଳି ପଦକ୍ଷେପ ବାସ୍ତବରେ ଗ୍ରହଣଯୋଗ୍ୟ ନୁହେଁ । ସେ ଏଭଳି କାମ କରିବେ ବୋଲି କେହି ସ୍ୱପ୍ନରେ ଭାବି ମଧ୍ୟ ନଥିବେ । ଜଣେ ଏତେ ଭଲ ପିଲା ହୋଇ , ଏତେ ଭଲ ସଂସ୍କାରୀ ପରିବାରର ହୋଇ ସେ ଏଭଳି କାମ କରିବା ବାସ୍ତବରେ ଅତ୍ୟନ୍ତ ଲ-ଜ୍ଜା-କର ଅଟେ ।

ତେବେ ଏ ବାବଦରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଓଲିଉଡ ଜଗତର ନାମିଦାମୀ ସଙ୍ଗୀତ ଲେଖକ ପଞ୍ଚାନନ ନାୟକ । ସର୍ବପ୍ରଥମେ ସେ ବାବୁଶାନଙ୍କୁ ବହୁତ ଭଲ ପାଉଥିବା କଥା କହିଛନ୍ତି । ବାବୁଶାନଙ୍କର ସମ୍ପୂର୍ଣ୍ଣ ପ୍ରାକୃତିକ ଅଭିନୟ ପାଇଁ ସେ ତାଙ୍କୁ ବହୁତ ପସନ୍ଦ କରୁଥିବା କଥା କହିଛନ୍ତି । ଓଲିଉଡ ଷ୍ଟାର ଯୋଡି ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କର ଗେହ୍ଲା ପୁଅ ହୋଇ ଏଭଳି କାମ କରିବା ଆଦୌ ଗ୍ରହଣୀୟ ନୁହେଁ ।

ଅନ୍ୟପକ୍ଷରେ ସେ ଜଣେ ବିବାହିତ ଏବଂ ପୁଅ ଥାଇ ମଧ୍ୟ ସେ କିପରି ଏଭଳି ପଦକ୍ଷେପ ନେଇପାରିଲେ । ତେବେ ଏ ବାବଦରେ ପଞ୍ଚାନନ କହିଛନ୍ତି କି , ବର୍ତ୍ତମାନ ବି ସମୟ ଅଛି , ଯଦି କୌଣସି ଭୁଲ୍ ବି ହୋଇଯାଇଛି , ସେ ସବୁକୁ ଠିକ୍ କରି ଆଗକୁ ବଢିବାକୁ ଚେଷ୍ଟା କର । ନିଜ ପରିବାରକୁ ଆପଣେଇ ନେବାକୁ ସେ ବାବୁଶାନଙ୍କୁ କହିଛନ୍ତି । ପ୍ରକୃତିଙ୍କ ବିଷୟରେ ସେ କହିଛନ୍ତି , ଓଡ଼ିଶାର ସଙ୍ଗୀତ ଜଗତର ହୀରା କୁହା ଯାଉଥିବା ମନ୍ମଥ ମିଶ୍ରଙ୍କ ଝିଅ ହୋଇ ସେ ଏଭଳି କାମ କରିଲେ ।

ଯଦିଓ ସେ ଏଭଳି କାମ କରିଛନ୍ତି , ତେବେ ତାହାକୁ ସୁଧୁରାଇବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି କି , ପ୍ରକୃତି ତୁମ ପ୍ରକୃତ ଛାଡ଼ । ନିଜ ସୀମା ଭିତରେ ରହି ସବୁ କାମ କର । ନିଶ୍ଚିତ ଭାବରେ ତୁମେ ଓଡ଼ିଶାର ଗର୍ବ , ତେଣୁ ସେ ଗର୍ବକୁ ବଜାୟ ରଖିବାକୁ ଚେଷ୍ଟା କର । ଯାହା ବି କିଛି ହୋଇ ଥାଉ ନା କାହିଁକି , ସେ ସବୁକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉ ବୋଲି ପଞ୍ଚାନନ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *