ଜଣେ ପୋଲିସ ଅଫିସର ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି ପରିବାର ଲୋକ କେବେ ସ୍ୱପ୍ନରେ ଭାବି ନଥିଲେ । ନିଜ ଝିଅକୁ ଆଜି ବାପା ମାଆ ହରାଇବା ବୋଲି କେବେ ଜାଣି ନଥିଲେ । ଭାଇ ପାଖରୁ ଆଜି ତାର ଭଉଣୀ ଚାଲି ଗଲା । ଆଉ ଆଜି ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି ପରିବାର । କଣ କରିବେ ସେମାନେ ଭାବି ପାରୁ ନାହାଁନ୍ତି । ଆଜି ପୁରାପୁରି ପା-ଗଳ ହୋଇ ଯାଇଛନ୍ତି ଜଣେ ମହିଳା ପୋ-ଲିସ ଅଫିସରଙ୍କର ପରିବାର ।
ତେବେ ସୂଚନା ଅନୁଯାୟୀ , କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଥା-ନାର ମହିଳା ସବ ଇନ୍ସପେକ୍ଟର ସାଗରିକା ବେହେରାଙ୍କର ମୃ-ତଦେ-ହ ଆଜି ସକାଳୁ ଉ-ଦ୍ଧାର କରାଯାଇଛି । ସେ ଘରେ ଫାଶୀ ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି । ତେବେ ସେ ଏହି ଥା-ନାରେ ନୂଆ ଚାକିରୀ କରୁଥିବା ବେଳେ ବାରମ୍ବାର ସେ ଆଇସିସିଙ୍କ ବିରୁ-ଦ୍ଧରେ ଘରେ କହୁଥିଲେ । ସେ କହୁଥିଲେ କି , ଆଇସିସି ତାଙ୍କୁ ବାରମ୍ବାର ମାନସିକ ନିର୍ଯ୍ୟା-ତନା ଦେଉଛନ୍ତି । ସେ ଶାନ୍ତିରେ ବଞ୍ଚି ପାରୁ ନାହାଁନ୍ତି ।
ତାଙ୍କୁ ଆଇସିସି ସବୁ ଉପାୟରେ ହଇ-ରାଣ କରୁଛନ୍ତି । ସେ ଆଦୌ ସହି ପାରୁନଥିଲେ ବୋଲି ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ ତାଙ୍କୁ ତାଙ୍କ ମାଆ ବୁଝାଇ ଥିଲେ କି , ସେ କାହା ଅଧୀନରେ କାମ କରୁ ନାହାଁନ୍ତି । ତାଙ୍କ ଚାକିରୀ କେହି ନେଇପାରିବେ ନାହିଁ । ତେଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆରାମରେ କାମ କରିବାକୁ ପରିବାର କହିଥିଲେ । ସାଗରିକା ଆଗରୁ ବହୁତ କାନ୍ଦୁଥିଲେ ।
ତେବେ କାଲି ତାଙ୍କ ଭାଇ ତାଙ୍କ ସହିତ କଥା ହୋଇଥିଲେ ଆଉ ସେ ଭାଇଙ୍କ ଆଗରେ କା-ନ୍ଦିଥିଲେ ଆଉ କହିଥିଲେ ବି ଆଇସିସି ମ୍ୟାଡାମ୍ ତାଙ୍କୁ ବହୁତ ହଇ-ରାଣ କରୁଛନ୍ତି । ତେବେ ଭାଇ ତାଙ୍କ କଥା ବୁଝିବେ ବୋଲି କହିଥିଲେ । କିନ୍ତୁ ହଠାତ ସବୁକିଛି ସରି ଯାଇଥିଲା । ଆଜି ସକାଳୁ ସାଗରିକାଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ । ଆଉ ତାପରେ ଫୋନ ଆସିଥିଲା କି , ସାଗରିକା ଆଉ ନାହାଁନ୍ତି ।