ଶିକ୍ଷୟିତ୍ରୀଙ୍କୁ ଆସୁନାହିଁ ହରଣ , ତଥାପି ପାଉଛନ୍ତି ମୋଟା ଅଙ୍କର ଟଙ୍କା

ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଶିକ୍ଷୟିତ୍ରୀ ହେଉଛନ୍ତି ମୂଳଦୁଆ । ସେମାନଙ୍କ ବିନା କୌଣସି ମାନେ ନାହିଁ । ସେମାନେ ଯେପରି ଭାବରେ ଶିକ୍ଷା ବ୍ୟବସ୍ଥାକୁ ପରିଚାଳିତ କରିବେ ଠିକ୍ ସେହିପରି ଶିକ୍ଷା ଆଗକୁ ବଢି ଚାଲିବ । ସେହିଭଳି ଛାତ୍ର ଛାତ୍ରୀ ମାନେ ଜ୍ଞାନ ଆହରଣ କରିବେ ଆଉ ସେଗୁଡ଼ିକ ନିଜ ଭବିଷ୍ୟତ ଗଢିବାରେ ଲଗାଇବେ । କିନ୍ତୁ ଯଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ ନ ଜାଣିବେ , ତେବେ କଣ ହେବ ଆପଣ ଅନୁମାନ କରି ପାରୁଛନ୍ତି ତ ?

ମଧ୍ୟପ୍ରଦେଶର ବାଲାଘାଟ ଶାସ୍ତ୍ରୀୟ ବିଦ୍ୟାଳୟରୁ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡେ ଆଲୋଚନା ଚାଲିଛି। ଯାହା ବର୍ତ୍ତମାନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଜଣେ ଶିକ୍ଷୟିତ୍ରୀଙ୍କର ପାଠ ପଢ଼ାକୁ ନେଇ ବର୍ତ୍ତମାନ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଜଣେ ଦିଦିଙ୍କୁ ଆସୁନାହିଁ ହରଣ କରିବା କିନ୍ତୁ ସେ ପାଉଛନ୍ତି ମୋଟା ଅଙ୍କର ଟଙ୍କା ।

ଦିଦି ଜଣକ ଅନେକ ବର୍ଷ ଧରି ଚାକିରୀ ମଧ୍ୟ କରି ଆସୁଛନ୍ତି ଆଉ ଏଭଳି ଭୁଲ୍ ଭାଲ ପାଠ ପଢ଼ାଉଛନ୍ତି । ଆଉ ଏଥିରୁ ହିଁ ପିଲା ମାନେ ଜ୍ଞାନ ଆହରଣ କରୁଛନ୍ତି । ତେବେ ଭାବି ପାରୁଛନ୍ତି ତ ଶିକ୍ଷା ବ୍ୟବସ୍ଥାରେ କେତେ ଯେ ସମସ୍ୟା ସୃଷ୍ଟି ହେଲାଣି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏଭଳି ଦିଦିଙ୍କୁ ଶିକ୍ଷୟିତ୍ରୀ କଲା କିଏ ? ଆଉ ତାହାଲେ ଏତେ ବର୍ଷ ହେଲାଣି ସେ ଏଭଳି ପାଠ ପଢ଼ାଉଛନ୍ତି ।

ତେବେ ସୂଚନା ମୁତାବିକ , ମଧ୍ୟପ୍ରଦେଶର ବାଲାଘାଟ ଶାସ୍ତ୍ରୀୟ ବିଦ୍ୟାଳୟକୁ ହଠାତ ସେଦିନ ଜିଲ୍ଲାପାଳ ପରିଦର୍ଶନ କରିବାପାଇଁ ଆସିଥିଲେ । ଆଉ ସେହି ସମୟରେ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ପିଲା ମାନଙ୍କୁ ଗଣିତ ପଢ଼ାଉଥିଲେ । ଜିଲ୍ଲାପାଳ ଆସି ତାଙ୍କ ପାଠ ପଢା ଶୁଣିଥିଲେ ଆଉ ଦେଖିଥିଲେ । ତେବେ ଏହାପରେ ଯାହା ଦେଖିଥିଲେ , ତାହା ଦେଖି ହୋଇ ଯାଇଥିଲେ ତାଜୁବ । ଶିକ୍ଷୟିତ୍ରୀ ଭୁଲ୍ ଗଣିତ କରୁଥିଲେ । ତେବେ ବର୍ତ୍ତମାନ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

Leave a Reply

Your email address will not be published. Required fields are marked *