ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଆଣିଲେ ମହିଳା , କହିଲେ ଚାକିରୀ ଦେବି କହି ଟଙ୍କା ନେଇ ଠକି ଦେଲେ

ସାରା ଓଡ଼ିଶାର ସୁପରିଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଯାହାଙ୍କୁ ଓଲିଉଡର କୁଇନ ମଧ୍ୟ କୁହା ଯାଇଥାଏ । ବହୁ ଦିନ ହେବ ସେ ନିଜ ପାରିବାରିକ ମାମଲା ନେଇ ଚର୍ଚ୍ଚାରେ ରହିଥିଲେ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ତାଙ୍କର ଛାଡ଼ପତ୍ର ପାଇଁ ସେ ଅନେକ ଚର୍ଚ୍ଚାରେ ରହିଥିଲେ । ତେବେ ବର୍ତ୍ତମାନ ସମୟରେ ସେହି ମାମଲାରେ ଟିକିଏ ଥଣ୍ଡା ପଡିଥିବା ବେଳେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ।

ମହିଳା ଜଣକ ହେଉଛନ୍ତି କଲ୍ୟାଣୀ ନାଏକ । ଭୁବନେଶ୍ୱର ସହିଦ ନଗର ଥାନାରେ ସେ ଅଭିଯୋଗ ଦେଇଛନ୍ତି । ମହିଳାଙ୍କ କହିବା ଅନୁଯାୟୀ , ସେ ଅତ୍ୟନ୍ତ ଗରିବ ଅଟନ୍ତି ଆଉ ସେଥିପାଇଁ ସେ ସଫେଇ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ପରିବାର ଚଳାଇବା ପାଇଁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ । ତଥାପି ସେ ହାର ନ ମାନି କଷ୍ଟ କରନ୍ତି । ତେବେ ପ୍ରାୟତଃ ସେ ଜନତା ମଇଦାନରେ ସଫେଇ କାମ କରିଥାନ୍ତି । ଏକଦା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜନତା ମଇଦାନକୁ ଆସିବା କଥା ସେ ଶୁଣିଥିଲେ।

ତେଣୁ ତାଙ୍କୁ ଭେଟିବା ପାଇଁ ସେ ଜନତା ମଇଦାନରେ ଅଟକି ରହି ଯାଇଥିଲେ । ତେବେ ବର୍ଷା ଆସିବା ପରେ କଲ୍ୟାଣୀ ତାଙ୍କ ସହିତ କଥା ହୋଇଥିଲେ । ଆଉ ବର୍ଷା ତାଙ୍କ ଘରର ପରିସ୍ଥିତି କଥା ପଚାରି ଥିଲେ । ତେବେ କଲ୍ୟାଣୀ ନିଜ ଦୁଃଖ କହିବାରୁ ବର୍ଷା ତାଙ୍କୁ ଲାଳଚାନ୍ଦ ଜୁଏଲାରରେ ଚାକିରୀ କରାଇ ଦେବା କଥା କହିଥିଲେ । ଆଉ ମାସକୁ ୨୫ ହଜାର ଟଙ୍କା ପାଇବା କଥା କହିଥିଲେ । ତେବେ ଏଥିପାଇଁ ତାଙ୍କୁ ସିକ୍ୟୁରିଟି ଟଙ୍କା ୫୦,୦୦୦ ଦେବା କଥା କହିଥିଲେ । କିନ୍ତୁ ମହିଳା ୩୦,୦୦୦ ଦେବା କଥା କହିଥିଲେ । ତେଣୁ ବର୍ଷା ରାଜି ହୋଇ ଯାଇ ତାଙ୍କ ଝିଆରୀ ସହିତ ଏ ବାବଦରେ କଥା ହେବା ପାଇଁ କହିଥିଲେ ଆଉ ଫୋନ୍ ନମ୍ବର ମଧ୍ୟ ଦେଇଥିଲେ।

ତେବେ ଏହାପରେ ମହିଳା ଜଣକ ବର୍ଷାଙ୍କ ଝିଆରୀ ଆୟୁସୀଙ୍କ ସହିତ କଥାବାର୍ତ୍ତା କରିଥିଲେ । ଆଉ ସେ ସବୁ ବୁଝାବୁଝି କରିବେ ବୋଲି ମଧ୍ୟ କହିଥିଲେ । ତେବେ ଏହାପରେ ମହିଳା ଜଣକ ବର୍ଷାଙ୍କ ଆକାଉଣ୍ଟ ନମ୍ବରରେ ୩୦,୦୦୦ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ । ଆଉ ଏହାପରେ ଆୟୁସିଙ୍କୁ ଫୋନ୍ କରିଥିଲେ । କିନ୍ତୁ ଆୟୁସି ତାଙ୍କ ଫୋନ୍ ନ ଉଠାଇ ତାଙ୍କୁ ବ୍ଲକ କରି ଦେଇଥିଲେ । ତେବେ ବାରମ୍ବାର ଫୋନ୍ କରିବା ପରେ ଆୟୁସି ତାଙ୍କୁ ଧମକ ଦେଇଥିଲେ ଆଉ କହିଥିଲେ କି ତାଙ୍କ ଉପରକୁ ଗାଡ଼ି ଚଢାଇ ଦେବେ । ତେବେ ବର୍ତ୍ତମାନ ମହିଳା ଏ ବାବଦରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ଆଉ ଏ ବାବଦରେ ତଦନ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *