ଶ୍ରଦ୍ଧାଞ୍ଜଳି ଖୋଲିଲା ଅର୍ଚ୍ଚନା ଗୁମର । ରାଜଧାନୀ ଭୁବନେଶ୍ବର ଛାତି ଉପରେ କିପରି ଚାଲି ଥିଲା ସେକ୍ସ ରାକେଟ ତାହା ଏବେ ଶ୍ରଦ୍ଧାଞ୍ଜଳି ଗୁମର ଫିଟେଇ ବାରେ ଲାଗିଛି । ଶ୍ରଦ୍ଧାଞ୍ଜଳି କହିବ ଇଡି ଶୁଣିବ । ଶ୍ରଦ୍ଧାଞ୍ଜଳି ଆଉ ଜଗବନ୍ଧୁ ଏବଂ ଅର୍ଚ୍ଚନା ମିଶି କିପରି ଚଳାଇ ଥିଲେ ତାଙ୍କ କଳା ସାମାର୍ଯ୍ୟ ବର୍ତ୍ତମାନ ତାହା ଉପରୁ ପରଦା ହଟିବ ।
ଯେଉଁ ଅର୍ଚ୍ଚନା କହୁଥିଲା 30 ମିନିଟ ସମୟ ଦେଲେ ସାରା ଓଡିଶାକୁ ବଦଳାଇ ଦେବ ଏବେ ସେହି ଅର୍ଚ୍ଚନା କୁଆଡେ ନିଜ ଗୁମର ଫିଟିଯିବା ଭୟରେ ଥରିବା ଆରମ୍ଭ କଲାଣି ବୋଲି ଲୋକେ କହୁଛନ୍ତି । କାରଣ ଏବେ ଯାହା ଶୁଣିବାକୁ ମିଳୁଛି କି ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ଇଡି ସାମ୍ନା ସାମ୍ନୀ ଜେରା କରି ପାରେ । ଆଉ ଯେତେବେଳେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାମ୍ନା ସାମ୍ନୀ ଜେରା କରିବ ସେତେବେଳେ ଦୁହେଁ ଓଗାଳିବେ ସବୁ ସତ ।
କିନ୍ତୁ ଅନ୍ୟପଟେ ଯଦି ଦେଖିବା ତେବେ ଲୋକେ କହୁଛନ୍ତି କି ଅର୍ଚ୍ଚନାର ଫୋକସରେ ଥିଲା ଅସିଲ ଭିଡିଓ । ଯାହାକୁ ଦେଖାଇ ଅର୍ଚ୍ଚନା ଲୋକଙ୍କୁ ଲୁଟୁଥିଲା। ଯିଏ ଥରେ ଅର୍ଚ୍ଚନାର ମାୟା ଜାଲ ଭିତରେ ପଡିଥିଲା ସେ ହେଉଥିଲା ସର୍ବସାନ୍ତ। ଅର୍ଚ୍ଚନା ଜଗବନ୍ଧୁ ମିଶି ଲୁଟି ଚାଲିଥିଲେ ତାଙ୍କ ଗୁମ୍ଫାରେ ଲମ୍ପ ଦେଉଥିବା ଲୋକ ମାନଙ୍କୁ। କେବଳ ଏତିକି ନୁହେଁ ଥୋପ ସାଜିରହିଲା ଶ୍ରଦ୍ଧାଞ୍ଜଳି ଯିଏ କି ଅର୍ଚ୍ଚନା ମାମଲାରେ ମୁଖ୍ୟ ନାୟିକା ବୋଲି ଲୋକେ ଆଲୋଚନା କରୁଛନ୍ତି। ଅର୍ଚ୍ଚନା ଟାର୍ଗେଟ କରୁଥିଲା ଶ୍ରଦ୍ଧାଞ୍ଜଳି ନିଜ ଜାଲରେ
ଫସାଇ ଥିଲା । ଆଉ ତା ପରେ ଅର୍ଚ୍ଚନା ଯାହା ନିର୍ଦ୍ଦେଶ ଦେଉଥିଲା ଶ୍ରଦ୍ଧାଞ୍ଜଳି ସେହି ନିର୍ଦେଶ ଅନୁସାରେ ପରିଚାଳିତ ହେଉଥିଲା ।
ହେଲେ ସେପଟେ କିନ୍ତୁ ସେ ଦିନ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନା ଗଣମାଧ୍ୟମକୁ ଯେଉଁ ବିସ୍ପୋରକ ବୟାନ ଦେଇଥିଲା ସେଥିରେ ଲାଗୁଥିଲା କି ହଁ ବୋଧେ ହୁଏ ଅର୍ଚ୍ଚନା ସବୁକିଛି ବଦଳାଇ ଦେବ। ଅର୍ଚ୍ଚନା କିଛି କରିନାହାନ୍ତି। ତାଙ୍କୁ ମିଛରେ ଫସାଇ ଦିଆଯାଇଛି । ସେ ମିଛରେ ଏଥିରେ ପଡି ବିନା ଦୋଷରେ ହଇରାଣ ହେଉଛନ୍ତି ।ଏ କଥା ଲୋକେ ଏଇଥି ପାଇଁ ଭାବୁଥିଲେ କି, ଅର୍ଚ୍ଚନା କହିଥିଲେ କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା।
ଅଜା ନାତୁଣୀ ଖେଳ କଲେ ହେଲେ ବିନା ଦୋଷରେ ମୁଁ ଫସିଗଲି । ଅର୍ଚ୍ଚନା ସେହି ଦିନ ଆହୁରି ମଧ୍ୟ କହିଥିଲେ କି ମୁଁ ଯେତେବେଳେ କହିବିନା ସେତେବେଳେ ସାରା ଓଡିଶା ବଦଳି ଯିବ। ମୋ ପାଞ୍ଚ ବର୍ଷର ଛୋଟ ଛୁଆର ଆଖି ଲୁହ ପଡିବ । ମୋ ନାଁରେ ଯେଉଁ ମିଛ ପ୍ରଚାର କରୁଛ ତାହା ପାଇଁ ମୁଁ ବହୁତ କଷ୍ଟ ପାଉଛି ।
ତେବେ କିଏ ସତ ଆଉ କିଏ ମିଛ ତାହା ତ ସମୟ କହିବ ହେଲେ ବର୍ତ୍ତମାନ ଅର୍ଚ୍ଚନା ଆଉ ଜଗବନ୍ଧୁ ଶ୍ରଦ୍ଧାଞ୍ଜଳି ଙ୍କୁ ନେଇ ଘଟଣା କେଉଁ ମୋଡ଼ ନେବ ତାହା ଉପରେ ସମସ୍ତଙ୍କ ନଜର । ବର୍ତ୍ତମାନ ଲୋକେ ଯାହା ଆଲୋଚନା କରୁଛନ୍ତି କି ଅର୍ଚ୍ଚନା ଜଗବନ୍ଧୁ ଆଉ ଖଗେଶ୍ୱର ଏହି 3 ଜଣଙ୍କୁ ସାମ୍ନା ସାମ୍ନୀ ଜେରା କଲେ ସବୁ ସତ ସାମ୍ନାକୁ ଆସିବ। କେହି ଆଉ କାହାକୁ ମିଛ ଲୁଚାଇ ପାରିବେ ନାହିଁ ।
ତେବେ କେବଳ ଅପେକ୍ଷା ସେହି ସମୟକୁ କେବେ ଅର୍ଚ୍ଚନା ଖୋଲିବ ମୁହଁ । କାରଣ ଅର୍ଚ୍ଚନା ଯେଉଁ ଜୋଶରେ କହୁଥିଲେ କି ସେ ଯଦି ମୁହଁ ଖୋଲିବେ ତେବେ ସାରା ଓଡ଼ିଶାକୁ ବଦଳାଇ ଦେବେ ତାହା ଦେଖିବାକୁ ବାକି ରହିଲା କିଭଳି ସେ ମୁହଁ ଖୋଲି ସାରା ଓଡିଶାକୁ ବଦଳାଇ ଦେଉଛନ୍ତି।