ଦେଶ ପାଇଁ ଜୀବନ ଦେଲେ ଯବାନ , ଝିଅକୁ କହିଥିଲେ ମୁଁ ଚାଲିଯିବା ପରେ କାନ୍ଦିବୁ ନାହିଁ

ଦେଶ ପାଇଁ ସୁର-କ୍ଷା କବଚ ସାଜି ଛିଡା ହୋଇଥାନ୍ତି ଯବାନ । ଆଉ କେବଳ ସେମାନଙ୍କ ପାଇଁ ହିଁ ଆମେ ରାତିରେ ଶୋଇ ପାରିଥାଉ , ନଚେତ୍ ଆମ ଆଖିରୁ ନିଦ ଉଡ଼ି ଯାଇଥାନ୍ତା । ସେମାନଙ୍କ ପାଇଁ ଆମେ ସୁର-କ୍ଷିତ ଅଛୁ ଆଉ ନିଜ କାମ ଅତି ଖୁସିରେ କରି ପାରୁଛୁ । ତେବେ ଥରେ ଚିନ୍ତା କରି ଦେଖନ୍ତୁ ସେମାନେ କେତେ କଷ୍ଟରେ ସୀମା ପାଖରେ ନିଜର ରାତି ଦିନ ଏକ କରି ଦେଉଛନ୍ତି ଆଉ ଆମ ପାଇଁ ସଂ-ଘର୍ଷ କରୁଛନ୍ତି । ଏହାରି ମଧ୍ୟରେ ଶ-ତ୍ରୁର ଗୁ-ଳିରେ କେତେ କେତେ ଯବାନଙ୍କ ଜୀବନ ଚାଲି ଯାଉଛି ଆଉ ଦେଶ ପାଇଁ ସେମାନେ ସହିଦ ହୋଇ ଯାଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି ଆଉ ଦେଶ ପାଇଁ ସେ ସହିଦ ହୋଇ ଯାଇଛନ୍ତି । ତାଙ୍କ ପାଇଁ ପୁରା ପରିବାର ଏବଂ ଗାଁ ମଧ୍ୟ ଭାଙ୍ଗି ପଡ଼ିଛି । ଝୁରି ହେଉଛି ତାଙ୍କୁ ତାଙ୍କ ଜନ୍ମ ମାଟି । ଆଉ କହୁଛି ଫେରିଆ । ଅନ୍ୟ ପକ୍ଷରେ ବାପାଙ୍କୁ ହରାଇ ତାଙ୍କ ଝିଅ ଆଉ କଥା କହି ପାରୁ ନାହାଁନ୍ତି । ତାଙ୍କ ଆଖିର ଲୁ-ହ ଧାର ହିଁ ଜଣାଇ ଦେଉଛି , ବାପାଙ୍କ ପ୍ରତି ରହିଥିବା ତାଙ୍କର ଭଲ ପାଇବା ।

ତେବେ ସହିଦ ହୋଇଥିବା ଯବାନ ଜଣକ ହେଉଛନ୍ତି ସଂଜୀବ କୁମାର ବାରିକ । ବଡଦୋୟଲରେ ସେ କନେଷ୍ଟବଲ ଭାବରେ କାର୍ଯ୍ୟରତ ଥିଲେ । ତେବେ ସେ କାର୍ଯ୍ୟରତ ଥିବା ସମୟରେ ୨୦୧୬ ଡିସେମ୍ବର ତିନି ତାରିଖରେ ଆତ-ଙ୍କବାଦୀ ମାନେ ତାଙ୍କ ଉପରକୁ ଗୁ-ଳି ଚଳାଇ ଥିଲେ ।

ଆଉ ସେହି ଗୁ-ଳିରୁ ଦୁଇଟି ଗୁ-ଳି ଆସି ତାଙ୍କ ବେକରେ ବାଜି ଥିଲା । ଆଉ ସୌଭାଗ୍ୟର ବିଷୟ ଯେ , ସେ ସେତେବେଳେ ମୃ-ତ୍ୟୁ ମୁଖରୁ ଫେରି ଆସିଥିଲେ । ଆଉ ସର୍ଜରୀ ହେବା ପରେ ସୁସ୍ଥ ହୋଇ ପୁଣିଥରେ ନିଜ କାମକୁ ଫେରି ଯାଇଥିଲେ । କିନ୍ତୁ ଦୁଃ-ଖର କଥା ଏହା ଯେ , ପ୍ରତିବର୍ଷ ତାଙ୍କର ସର୍ଜରୀ କରିବା ସହିତ ତାଙ୍କୁ ଚେକ୍ ଅପ୍ କରିବାକୁ ପଡୁଥିଲା । କାହିଁକି ନା ତାଙ୍କୁ ବହୁତ କଷ୍ଟ ହେଉଥିଲା ।

ତେବେ କିଛି ଦିନ ଆଗରୁ ସେ ପୁରାପୁରି ଅସୁସ୍ଥ ହୋଇ ପଡ଼ିଥିଲେ । ଆଉ ହଠାତ୍ ତାଙ୍କୁ ଝାଡା ବାନ୍ତି ହେବା ଆରମ୍ଭ କରି ଦେଇଥିଲା । ତେଣୁ ତାଙ୍କ ପରିବାର ବ୍ୟସ୍ତ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତି କରାଇ ଥିଲେ।ସେଠାରେ ରହିବା ପରେ ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ । ଆଉ ଏହା ସହିତ ନିଜ ଘର ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହିତ ହସ ମଜାକ ମଧ୍ୟ କରୁଥିଲେ। ଆଉ ନିଜ ଝିଅକୁ ବାରମ୍ବାର କହୁଥିଲେ ମୁଁ ଚାଲିଗଲେ କେବେ ଆଖିରୁ ଲୁହ ଝରାଇବୁ ନାହିଁ ।

ତେବେ ହସ୍ପିଟାଲରେ ରହିବା ଭିତରେ ତାଙ୍କର ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଆଉ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । କିନ୍ତୁ ଆଉ ସେ ବଞ୍ଚି ପାରି ନଥିଲେ । ତାଙ୍କର ଦେ-ହାନ୍ତ ହୋଇ ଯାଇଥିଲା । ତେବେ ଏହାପରେ ତାଙ୍କ ମୃ-ତ ଶରୀରକୁ ଓଡ଼ିଶା ଅଣା ଯାଇ ତାଙ୍କ ଜନ୍ମମାଟି ଡେରାବିଶ ବ୍ଲକ ଖାମରି ଗ୍ରାମରେ ସାମରିକ ସମ୍ମାନ ସହିତ ତୋପ ସଲାମୀ ଦିଆଯାଇ ଥିଲା ।

Leave a Reply

Your email address will not be published. Required fields are marked *