ଲୋକମାନେ ଦୈନନ୍ଦିନ ଜୀବନରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ନିଶ୍ଚୟ ଟ୍ରେନରେ ଯାଆନ୍ତି । ଆଉ ଟ୍ରେନରେ ଯିବା ସମୟରେ ଆପଣ ମାନେ ମଧ୍ୟ ନିଶ୍ଚୟ ଦେଖିଥିବେ ଯେ ଅନେକ ଭି-ନ୍ନକ୍ଷମ ଲୋକ ଷ୍ଟେସନରେ କିମ୍ବା ଟ୍ରେନରେ ବୁଲିବୁଲି ପଇସା ମାଗନ୍ତି ।
କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ମାଗିବା ଏକ ବ୍ୟବସାୟ ହୋଇ ଯାଇଥିବା ବେଳେ ଆଉ କିଛି ବ୍ୟକ୍ତି ବାସ୍ତବରେ ହିଁ ପରିସ୍ଥିତିରେ ପଡ଼ି ଏବଂ କାମ କରିବାକୁ ଅସମର୍ଥ ହେଉଥିବାରୁ ଏଭଳି ରାସ୍ତାକୁ ଆପଣେଇ ନିଅନ୍ତି । କିନ୍ତୁ ସବୁଠାରୁ ବଡ଼ ଦୁଃ-ଖର କଥା ଏହିକି ଯେ କିଛି ଲୋକଙ୍କର ପରିବାର ଥିବା ସତ୍ତ୍ୱେବି ଅ-ନାଥ ଭଳି ରହିବାକୁ ପଡ଼ିଥାଏ । ଆଉ ଆଜି ଆମେ ସେହିଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବୁ ।
ତେବେ ଜଣେ ବୃଦ୍ଧା ହାତରେ ଦାସକାଠିଆ ଧରି ଟ୍ରେନରେ ବୁଲି ବୁଲି ଗୀତ ଗାଇ ପଇସା ମାଗନ୍ତି । ଆଉ ତାଙ୍କ କାହାଣୀ ଶୁଣିଲେ ଆପଣବି ଦୁଃ-ଖିତ ହେବେ । ଜନ୍ମରୁ ଅନ୍ଧ କିନ୍ତୁ ବଡ଼ ଭାଇର ସ୍ନେହ ସେସବୁକୁ ଅନୁଭବ ହେବାକୁ ଦେଇନାହିଁ । ବଡ଼ ଭାଇ ନିଜେ ନଖାଇ ନିଜ ଅନ୍ଧ ସାନ ଭାଇକୁ ଦେଉଥାଏ । କିନ୍ତୁ ଆଜି ବୃଦ୍ଧାବସ୍ଥାରେ ତାଙ୍କ ପାଖରେ ତାଙ୍କ ଭାଇ ନାହିଁ କିମ୍ବା ତାଙ୍କ ଭାଇର ସହାନୁଭୂତି ଟିକକ ନାହିଁ । ବଡ଼ ଭାଇ ସମ୍ପୂର୍ଣ୍ଣ ଭୁଲି ଯାଇଛି । ଆଉ ଦୁଇ ଭାଇ ମଧ୍ୟରେ ଏତେ ବଡ଼ ଫାଟ ସୃଷ୍ଟି ହୋଇ ଯାଇଛି କହିଲେ ଚଳେ ଯେ ବଡ଼ ଭାଇ ସାନ ଭାଇକୁ ନିଜ ଘରେ ମଧ୍ୟ ରଖୁନାହିଁ ।
ଏମିତିକି ସାନ ଭାଇ ଯେତେବେଳେ ଘରେ ରହିବାକୁ ଦାଣ୍ଡ ପିଣ୍ଡାର କିଛି ଅଂଶ ମାଗିଲା ସେତେବେଳେ ମଧ୍ୟ ବଡ଼ ଭାଇ ମନା କରିଦେଲା । କିନ୍ତୁ ତଥାପି ସେ ଦୁଃ-ଖ କରିଥିଲେ ସୁଦ୍ଧା ଆଦୋୖ ଭାଙ୍ଗି ପଡ଼ି ନାହାଁନ୍ତି ଏବଂ ବି-ରୋଧ ମଧ୍ୟ କରି ନାହାଁନ୍ତି । ନିଜେ ଭଡ଼ା ନେଇ ରହିବା ସହିତ ଏଭଳି ଟ୍ରେନରେ ମାଗି ମାଗି ପେଟ ପୋଷୁଛନ୍ତି ।
କୁହାଯାଏ ଆଜିକାଲି ସେହି ଲୋକକୁ ମିଳିଥାଏ ଯାହା ପାଖରେ ସବୁକିଛି ଅଛି । କିନ୍ତୁ ଏହି ଦୁଃ-ଖୀ ଲୋକକୁ ସରକାରଙ୍କ ଦ୍ଵାରା ମିଳୁଥିବା ଜାଗା ଏବଂ ଘର ମଧ୍ୟ ଭାଗ୍ୟ ହୋଇନାହିଁ । ଯାହା କହି ସେ କା-ନ୍ଦି ପକାଇଛନ୍ତି । ବଡ଼ ଭାଇର ଏଭଳି ବ୍ୟବହାର ପରେବି ସେ ନିଜ ବଡ଼ ଭାଇଙ୍କୁ ଭଗବାନ ବୋଲି କହିଛନ୍ତି ଆଉ ନିଜ ଭାଗ୍ୟକୁ ଗ୍ରହଣ କରି ଏମିତି ଦୁଃ-ଖେ ସୁଖେ ଦିନ କା-ଟି ଚାଲିଛନ୍ତି । ତେବେ ସେ କେବଳ ସରକାରଙ୍କୁ ତାଙ୍କ ପାଇଁ ଘର ଖଣ୍ଡିଏ ଦେବାକୁ ଅନୁରୋଧ କରିଛନ୍ତି ।