ଦେଖୁ ଦେଖୁ ବୁଡି ଗଲା ମନ୍ଦିର , ଆଉ ଖୋଲା ହେବ ନାହିଁ ହୀରାକୁଦ ଜଳଭଣ୍ଡାରର ଗେଟ୍

ଦେଖୁ ଦେଖୁ ସବୁକିଛି ଶେଷ ହୋଇଗଲା । ଚାହୁଁ ଚାହୁଁ ଆଖି ଆଗରେ ବୁଡିଗଲା ପୁରା ମନ୍ଦିର ଆଉ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ସବୁକିଛି ଠିକ୍ ରହିଥିଲା କିନ୍ତୁ ହଠାତ୍ ଏତେ ଜୋରରେ ପାଣି ମାଡ଼ି ଆସିବ ବୋଲି କେହି ଭାବି ବି ପାରି ନଥିଲେ । କିନ୍ତୁ ତାହା ହିଁ ହେଲା , ଯାହାକୁ କେହି ଭାବି ପାରି ନଥିଲେ । ବର୍ତ୍ତମାନ ସମୟରେ ଚାରିଆଡ଼େ ପ୍ରବଳ ମାତ୍ରାରେ ବର୍ଷା ହେଉଥିବା କଥା ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ଆଉ ଏଥିପାଇଁ ଚାରିଆଡ଼େ ଜଳ ସ୍ତର ମଧ୍ୟ ବଢ଼ି ଯାଇଛି ।

ପ୍ରାୟତଃ ଯାହା ଦେଖିବାକୁ ମିଳୁଛି କି , ଚାରିଆଡ଼େ ବନ୍ୟା ପରିସ୍ଥିତି ଉପୁଜି ଗଲାଣି । ଲୋକଙ୍କ ଘର ମଧ୍ୟରେ ଆଣ୍ଠୁଏ ଲେଖାଏଁ ପାଣି । ଘର ମଧ୍ୟରେ ଲୋକଙ୍କ ଆସବାବ ପତ୍ର ଭାସିବାରେ ଲାଗିଛି ଆଉ ଲୋକ ମାନେ ବ୍ୟସ୍ତ ବିବ୍ରତ ହୋଇ ତାହାକୁ ଗୋଟାଇବା ପାଇଁ ଲାଗି ପଡିଛନ୍ତି । ତେବେ ଏତେ ମାତ୍ରାରେ ବର୍ଷା ସବୁକିଛି ଶେଷ କରି ଦେଇଛି । ନଦୀରେ ଜଳ ସ୍ତର ବଢ଼ି ଯାଇଛି ଆଉ ଅନେକ ଜାଗାରେ ବନ୍ୟା ହୋଇ ଯାଇଛି । ତଳିଆ ଅଞ୍ଚଳରେ ଲୋକେ ପାଣି ଘେରରେ ରହିଛନ୍ତି ।

ତେବେ ଅନ୍ୟ ପକ୍ଷରେ ମହାନଦୀରେ ଜଳ ସ୍ତର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । କାହିଁକି ନା ଏତେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହୋଇଥିଲା । ଯାହା ପରେ ବାଧ୍ୟ ହୋଇ ହୀରାକୁଦ ବନ୍ଧ କର୍ତ୍ତୁପକ୍ଷ ଗେଟ୍ ଖୋଲିବା ପାଇଁ ବାଧ୍ୟ ହୋଇଥିଲେ । ଆଉ ଯାହା ପରେ ମହାନଦୀରେ ଚାହୁଁ ଚାହୁଁ ପାଣି ବଢ଼ି ଯାଇଥିଲା ଆଉ ଗାଆଁ ମଧ୍ୟକୁ ପାଣି ପଶି ଯାଇଥିଲା । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ପୂଜାରୀ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ ଆଉ ଲୋକେ ମଧ୍ୟ ପୂଜା ପାଇଁ ଯାଇଥିଲେ ।

କିନ୍ତୁ ହଠାତ୍ ମାଡ଼ି ଆସିଥିଲା ପାଣି । ଆଉ ଧିରେ ଧିରେ ଜଳ ସ୍ରୋତ ମଧ୍ୟ ପ୍ରଖର ହେବା ସହିତ ପାଣି ବଢ଼ି ଯାଇଥିଲା । ଯାହା ପରେ ପୂଜାରୀଙ୍କ ସହିତ ଲୋକ ମାନେ ସେଠାରୁ ଭୟରେ ପଳାଇ ଯାଇଥିଲେ । ତେବେ ଚାହୁଁ ଚାହୁଁ ମନ୍ଦିର ଅଧା ବୁଡି ଯାଇଥିଲା । ତେବେ ଏପରି ପରିସ୍ଥିତିକୁ ଦେଖି ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ କରି ଦିଆଯାଇଛି । ଅନ୍ୟ ପକ୍ଷରେ ବୈତରଣୀ ନଦୀରେ ମଧ୍ୟ ଜଳ ସ୍ତର ବଢ଼ି ଯାଇଛି । ଯାହାକୁ ଦେଖିବା ପରେ ଲୋକ ମାନେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *