ଲିଫ୍ଟ ରେ ନାବାଳିକା ଝିଅ ସହ ଅ-ଶ୍ଳୀ-ଳ ବ୍ୟବହାର ସମୟରେ , ସେହି ସମୟରେ ଆସିଗଲେ ବାପା…

ଝିଅଙ୍କ ପାଇଁ ଏହି ସମାଜ ବର୍ତ୍ତମାନ ସମୟରେ ଆଦୌ ସୁର-କ୍ଷିତ ନୁହେଁ । କାରଣ ନିଜ ଘରେ ବି ଝିଅ ମହିଳା ମାନେ ଆଜି ଅସୁର-କ୍ଷିତ ଭାବରେ ରହୁଛନ୍ତି । ଘର ଭିତରେ ଏବଂ ଘରୁ ଟିକିଏ ପାଦ କାଢ଼ିଲେ ବି ଜଣେ ଝିଅ ସହିତ କେତେବେଳେ କଣ ଘଟିଯିବ ତାହା କେହି କହି ପାରିବେ ନାହିଁ । ସବୁଦିନ ଖବରକାଗଜ ଏବଂ ସୋସିଆଲ ମିଡିଆରେ ଏପରି ଖବର ନିଶ୍ଚିତ ଭାବରେ ଲୋକଙ୍କ ସମ୍ମୁଖକୁ ଆସୁଥିବ । ଏଇ ଯେମିତି ଋଷ ର ଏକ ଘ-ଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁ ଘଟଣା ଅନୁଯାୟୀ ଲିଫ୍ଟ ରେ ଜଣେ ଯୁବକ ନାବାଳିକା ଙ୍କୁ ଏକୁଟିଆ ପାଇଁ ଅଶ୍ଳୀଳ ବ୍ୟବହାର କରିବା ସହିତ ଜୋର ଜବରଦସ୍ତ କିସ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଠିକ ସମୟରେ ଲିଫ୍ଟ ଖୋଲିଯିବାରୁ ନାବାଳିକା ଙ୍କ ପିତା ସେହି ସ୍ଥାନରେ ପହଞ୍ଚି ଯାଇଥିଲେ ।

ତେବେ ବାସ୍ତବରେ ସୂଚନା ଅନୁଯାୟୀ ଏହି ଘଟଣା ଟି ଋଷ ର ସୁରଗୁତ ର ଅଟେ । ସୁରଗୁତ ର ଏକ ଫ୍ଲାଟରେ ଜଣେ ୧୫ ବର୍ଷୀୟା ନାବାଳିକା ନିଜ ପରିବାର ସହିତ ରହୁଥିଲେ । ତେବେ କିଛି ଦିନ ତଳେ ଯେତେବେଳେ ସେ ଲିଫ୍ଟ ଯୋଗେ ଯାଉଥିଲେ ସେତେବେଳେ ହଠାତ ଲିଫ୍ଟ ବନ୍ଦ ହୋଇଯାଇଥିଲା । ସେତେବେଳେ ଲିଫ୍ଟ ରେ ଅନ୍ୟ ଜଣେ ୨୭ ବର୍ଷୀୟ ଯୁବକ ଥିଲା ।

‘ ଡେଲି ମେଲ ‘ ର ରିପୋର୍ଟ ଅନୁଯାୟୀ ସେହି ସମୟର ଫାଇଦା ଉଠାଇ ଯୁବକ ଜଣକ ନାବାଳିକା ଙ୍କ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ନାବାଳିକା ଙ୍କୁ ଜୋର ଜବରଦସ୍ତ ଚୁମ୍ବନ କରିବାକୁ ଆରମ୍ଭ କରି ଦେଇଥିଲା । ନାବାଳିକା ତାକୁ ଶତ ବାରଣ ପରେ ବି ସେ ବର୍ବର ବ୍ୟବହାର ଜାରି ରଖିଥିଲା ।ସେହି ସମୟରେ ଭାଗ୍ୟ ବଶତଃ ଲିଫ୍ଟ ଖୋଲି ଯାଇଥିଲା ଏବଂ ନାବାଳିକା ଙ୍କ ପିତା ପହଞ୍ଚି ଯାଇଥିଲେ ।

ତାଙ୍କ ପିତା ସେହି ବର୍ବର ଯୁବକକୁ ଧକ୍କା ଦେଇ ଲିଫ୍ଟ ବାହାରକୁ ବାହାର କରି ଦେଇଥିଲେ ଏବଂ ଫ୍ଲାଟରେ ରହୁଥିବା ଅନ୍ୟ ଲୋକଙ୍କୁ ଡାକିଥିଲେ । ଫ୍ଲାଟର ଲୋକଙ୍କୁ ସେହି ଅଶ୍ଳୀଳ ବ୍ୟବହାର କରୁଥିବା ଲୋକ ବିଷୟରେ କହିଥିଲେ । ଘଟଣାର ସୂଚନା ପୋଲିସ କୁ ମଧ୍ୟ କେହି ଦେଇଥିଲେ । ଯାହାଦ୍ୱାରା ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲା । ଘଟଣା ବାବଦରେ ଜାଣିବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *