ଭାଇରାଲ ଭିଡ଼ିଓ:- କଳିଯୁଗର କୃଷ୍ଣ ! ବଂଶୀ ସ୍ୱରରେ ମୋହିତ ହେଉଛନ୍ତି ମହୁମାଛି। ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ କର ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ ଜଣେ ବ୍ୟକ୍ତିଙ୍କୁ ବଂଶୀ ବାଦନ କରୁଥିବାର ଦେଖିବାକୁ ପାଇବେ ଓ ସାଙ୍ଗରେ ସହସ୍ରାଧିକ ମହୁମାଛି ଉଡି ଉପରେ ବସିବାର ମଧ୍ୟ ଦେଖିବାକୁ ପାଇବେ।

ସାଧାରଣତଃ ମହୁମାଛି ଗୁଡିକ ଫୁଲ ଉପରେ ବସିଥାନ୍ତି ଏବଂ ଫୁଲରୁ ମହୁ ସଂଗ୍ରହ କରି ନେଇ ନିଜ ବସାରେ ରଖିଥାନ୍ତି। ତେବେ ଉକ୍ତ ମହୁକୁ ମଣିଷ ନିଜର ଅନେକ କାମରେ ଲାଗେଇଥାଏ। ମହୁମାଛିଙ୍କୁ ଯେତେବେଳେ କେହି ହଇ-ରାଣ କରନ୍ତି ତେବେ ସେମାନେ ଆକ୍ର-ମଣ କରିଥାନ୍ତି ଏବଂ ନିଜର ଢଙ୍କ ମାରି ଶରୀର ଭିତରକୁ ନିୟୁରୋ ଟକ୍ସିନ ଛାଡି ଦିଅନ୍ତି। ଯାହାକି ଅତି ଭ-ୟଙ୍କର ହୋଇଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।

ତେବେ ଆପଣମାନେ କୃଷ୍ଣଙ୍କ କାହାଣୀ ଶୁଣିଥିବେ। ପିଲାଦିନେ କୃଷ୍ଣ ଗାଈ ଚରେଇବାକୁ ଯାଆନ୍ତି ଏବଂ ଗାଈ ଚରେଇବାକୁ ଛାଡି ଦେଇ ବଂଶୀ ବାଦନ କରିଥାନ୍ତି। କୃଷ୍ଣଙ୍କ ବଂଶୀ ସ୍ୱରରେ ସାରା ଜଗତ ମୋହି ଉଠି ଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି। ତେବେ ଜଣେ ବ୍ୟକ୍ତି ବଂଶୀ ବଜେଇ ମହୁମାଛି ଗୁଡିକୁ ମୋହିତ କରି ଦେଉଛି। ତାଙ୍କ ବଂଶୀ ଧୁନ ଶୁଣି ମହୁମାଛି ମାନେ କେଉଁଠି ଅଛନ୍ତି କେଜାଣି ଚାଲି ଆସୁଛନ୍ତି।

ସୂଚନା ଅନୁସାରେ ମହତାବ ମୋରୋଲ ନାମକ ବ୍ୟକ୍ତି ଜଣଙ୍କ ବାଂଲାଦେଶ ନାଗରିକ ଅଟନ୍ତି। ତେବେ ସେ ଉତ୍ତମ ମାନର ବଂଶୀ ବାଦକ ଭାବେ ସେହି ଦେଶରେ ତାଙ୍କର ଖ୍ୟତି ରହିଛି । ନିଜ ବଂଶୀ ବଜାଇ ସେ ମଧୁ ମକ୍ଷିକା ମାନଙ୍କୁ ନିଜ ଆଡକୁ ଆକୃ-ଷ୍ଟ କରିପାରୁଛନ୍ତି।

କେବଳ ସେତିକି ନୁହେଁ ଏହି ମହୁମାଛିଙ୍କ ଠାରୁ ମହୁ ସଂଗ୍ରହ କରି ତାହାକୁ ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଅବଶିଷ୍ଟ ମହୁକୁ ଏକ କପଡାରେ ପୋଛି ନିଜ ଘର ପାଖରେ ଟା-ଙ୍ଗି ଦିଅନ୍ତି। ଯାହାଫଳରେ ମହୁମାଛି ଗୁଡିକ ତାଙ୍କ ଘର ଚାରି ପାଖରେ ହିଁ ଘୁରି ବୁଲନ୍ତି।

ତେବେ ଏହି ମଜାଦାର ଓ ଆଶ୍ଚର୍ଯ୍ୟ କର ଭିଡ଼ିଓକୁ ଦିପୁ ସେଗାର ନାମକ ଜଣେ ଟ୍ୱିଟର ୟୁଜର ଏହାକୁ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତିକି, “ଏମିତି ବି ଜଣେ ଭକ୍ତ ଅଛନ୍ତି ଯାହାଙ୍କ ସୁମଧୁର ବଂଶୀ ସ୍ୱର ଶୁଣି ମହୁମାଛି ମାନେ ତାଙ୍କ ଆଡକୁ ଟାଣି ହୋଇଆସୁଛନ୍ତି । କେବଳ ସନାତନ ଧର୍ମରେ ହିଁ ଏମିତି ଦେଖାଯାଇପାରେ ।” ତେବେ ଏହି ଭିଡ଼ିଓ କୁ ଦେଖିବା ପରେ ଲୋକମାନେ ନିଜ ନିଜର ମତାମତ ମଧ୍ୟ ଦେବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *