ଆସୁଛି ସିଦ୍ଧାନ୍ତ ରଚନାଙ୍କ ଦମଦାର ଫିଲ୍ମି।

ଦର୍ଶକଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ବଡ଼ ପରଦାରେ ଅନେକ ଦିନ ପରେ ପୁଣି ଫେରିବେ ଓଡ଼ିଶାର ଏବଂ ଓଲିଉଡର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ହିରୋଇନ ରଚନା ବାନାର୍ଜୀ। ଯେଉଁ ଯୋଡିକୁ ଦର୍ଶକ ଚାତକ ପରି ଚାହିଁ ରହିଥିଲେ। ଯେଉଁ ଯୋଡିକୁ ଦର୍ଶକ ଢ଼େର ଭଲ ପାଇବା ଦେଉଥିଲେ ସେହି ଯୋଡି ଯେତେବେଳେ ଅନେକ ଦିନ ପରେ ପୁଣିଥରେ ଓଡିଆ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯାଉଛନ୍ତି।

ପୁଣି ଆଉ ଏକ ନୂତନ ଫିଲ୍ମି ଭେଟି ଦେଉଛନ୍ତି ସେତେବେଳେ ଦର୍ଶକ ମାନେ ଢ଼େର ଖୁସୀ ଅଛନ୍ତି। ଏମିତିରେ ଲୋକେ ସବୁବେଳେ ଗୋଟେ କଥା କହୁଥିଲେ କି,ସବୁବେଳେ ଓଡିଆ ସିନେ ଦର୍ଶକଙ୍କ ମନରେ ଗୋଟେ ପ୍ରଶ୍ନ ଥିଲା କି କେବେ ପୁଣି ଥରେ ଓଡ଼ିଆ ସିନେ ଜଗତକୁ ସିଦ୍ଧାନ୍ତ ରଚନା ଫେରିବେ। ତେବେ ବର୍ତ୍ତମାନ ସେହି ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି ।

ହେଲେ ଅନେକ ବର୍ଷ ପରେ ଯେତେବେଳେ ଏକ କାର୍ଯ୍ୟକ୍ରମରେ ରଚନା ବାନାର୍ଜୀ ଓଡିଶା ଆସିଥିଲେ ସେତେବେଳେ ମଧ୍ୟ ସେ କହିଥିଲେ କି ମତେ ଯଦି ଆଉ ଥରେ ଭଲ ଫିଲ୍ମରେ ସୁଯୋଗ ମିଳେ ତେବେ ମୁଁ ନିହାତି ଆଉ ଥରେ ଓଡ଼ିଆ ସିନେ ଜଗତକୁ ଫେରିବି ଏବଂ ଫିଲ୍ମ କରିବି । ତେବେ ସେହି କାର୍ଯ୍ୟକ୍ରମକୁ ସିଦ୍ଧାନ୍ତ ଆସିଥିବା ବେଳେ ରଚନା ଆଉ ସିଦ୍ଧାନ୍ତ ଦୁହେଁ ମିଶି ଷ୍ଟେଜ ଉପରେ ଡ୍ୟାନ୍ସ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଆଉ ଅନେକ ଦିନ ପରେ ଯେତେବେଳେ ସେମାନଙ୍କ ପ୍ରଶଂସକ ସିଦ୍ଧାନ୍ତ ରଚନା ଙ୍କୁ ଏକାଠି ଗୋଟେ ଷ୍ଟେଜରେ ଡ୍ୟାନ୍ସ କରୁଥିବାର ଦେଖିଥିଲେ ସେମାନେ ଖୁସୀ ହୋଇଥିଲେ ଓ କାହିଁକି ଆପଣ ଏତେ ଦିନ ହେଲାଣି ଫିଲ୍ମ କରୁ ନାହାଁନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।

ରଚନା ବାନାର୍ଜୀ କହିଥିଲେ ମୁଁ ଓଡିଶାକୁ ବହୁତ ଭଲ ପାଏ। ମୁଁ ସମୟ ପାଇଲେ ଓଡ଼ିଶାର ପୁରୀ ଜଗନ୍ନାଥଙ୍କ ପାଖକୁ ଆସେ ଓଡିଶା ମତେ ଯେଉଁଭଳି ଭଲ ପାଇବା ଦେଇଛି ସେହି ଭଲ ପାଇବା ପାଇଁ ମୁ ସବୁବେଳେ ରୁଣୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ବଡ଼ ଖୁସୀ ଖବର ଦେଇଛନ୍ତି ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକ ଯାହାଙ୍କୁ ଆପଣ ମାନେ ଟୁଟୁ ନାୟକଙ୍କ ନାମରେ ଜାଣନ୍ତି। ଯିଏ ଓଡ଼ିଆ ସିନେ ଜଗତରେ ଅନେକ ପିଲାଙ୍କୁ ସୁଯୋଗ ଦେଇଛନ୍ତି ସେ ବାବୁସାନ ହୁଅନ୍ତୁ ଅନୁଭବ ହୁଅନ୍ତୁ ବା ଅନେକ ହିରୋଇନ ଅନେକ ନୂଆ ଚେହେରାକୁ ଆଣି ସେ ଫିଲ୍ମରେ ସୁଯୋଗ ଦେଇଛନ୍ତି।

ତେବେ ଟୁଟୁ ନାୟକ କୁହନ୍ତି କି ଆଉ ବେଶି ଡେରି ନାହିଁ ଏହି ବର୍ଷ ରଜରେ ହିଁ ରଚନା ଆଉ ସିଦ୍ଧାନ୍ତ ଙ୍କ ଫିଲ୍ମି ନିର୍ମାଣ ହେବାକୁ ଯାଉଛି। ଆଉ ବ୍ରଜରାଜ ମୁଭି ପ୍ରଡକ୍ସନରେ ହିଁ ସିଦ୍ଧାନ୍ତ ରଚନା ଫିଲ୍ମି ଆସିବାକୁ ଯାଉଛି। ତେବେ ବର୍ତ୍ତମାନ ଏହି ଖବର ଦର୍ଶକଙ୍କ ମନରେ ଖୁସିର ଲହଡି ଖେଳେଇ ଦେଇଥିବା ବେଳେ ଲୋକେ କହୁଛନ୍ତି କି ଏବେ ଅପେକ୍ଷା କେବଳ ରଜକୁ। ଆଉ ରଜରେ ଯେତେବେଳେ ସିଦ୍ଧାନ୍ତ ରଚନାଙ୍କ ଫିଲ୍ମି ଆସିବ ଆଉ ସିନେମା ହଲ ଫାଙ୍କା ନଥିବ। ରଜରେ ହିଁ ଧମକା ହେବ। ଏଥର ରଜ ଓଡ଼ିଆ ଦର୍ଶକଙ୍କ ପାଇଁ ବାସ୍ତବରେ ଖୁବ ଖୁସୀ ଆଣି ଦେବ ବୋଲି କହିଛନ୍ତି ସେମାନଙ୍କ ପ୍ରଶଂସକ ମାନେ ।

Leave a Reply

Your email address will not be published. Required fields are marked *