ଆଗ ପଛ ହୋଇ ବାପା ମା ଚାଲିଗଲେ ଆରପାରିକୁ ଆଉ ଛାଡି ଗଲେ ଦୁଇ ନିରିହ ଛୋଟ ଛୁଆଙ୍କୁ।

କୁନି ଆଖିରେ ଅଭିମାନ ଆଉ ବାପା ମାଙ୍କୁ ହରେଇବାର ଲୁହ ବନ୍ଧ ବାଡ଼ ମାନୁନି। କେଉଁଆଡ଼େ ନେଇଯାଉଛ ମୋ ବାପା ମାଙ୍କୁ। ସେ କାହିଁକି ସୋଇଛନ୍ତି ତାଙ୍କୁ ଲୋକେ କାହିଁକି ଏମିତି ନେଇଯାଉଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ଦୁଇ ନିରିହ ନିଷ୍ପାପ ଶିଶୁ। ହେଲେ ସେମାନଙ୍କୁ ଜଣା ନାହିଁ ତାଙ୍କ ବାପା ମା ସବୁଦିନ ପାଇଁ ସୋଇଯାଇଛନ୍ତି ବୋଲି।

ସେମାନେ ଜାଣି ନାହାଁନ୍ତି ସେମାନଙ୍କୁ ଛାଡି ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଯାଇଛନ୍ତି ତାଙ୍କ ବାପା ମା। ଗୋଟିଏ ଜାଗାରେ ଦୁଇ କୁନି ପିଲା ବସି ଦେଖୁଛନ୍ତି କିପରି ତାଙ୍କ ବାପା ମାଙ୍କୁ ଆଗ ପଛ କରି ଲୋକେ ହରି ନାମ ପକାଇ ପକାଇ ନେଇଯାଉଛନ୍ତି। ସେମାନେ ତ ନିରିହ ନିଷ୍ପାପ ଶିଶୁ ସେମାନଙ୍କୁ କଣ ଏତେ କଥା ଜଣା ଅଛି। ତାଙ୍କ ବାପା ମା ଯେ ଏଡ଼େ ସ୍ୱାର୍ଥପର ହୋଇ ତାଙ୍କୁ ଏମିତି ଏ ସଂସାରରେ ଏକା କରି ଆରପାରିକୁ ଚାଲିଯିବେ ବୋଲି।

ମା ମାରିବାକୁ ଦଶ ଦିନ ହୋଇନି ଦଇବ ବାପାଙ୍କୁ ବି ନେଇଗଲା। ମା ଚାଲିଯିବା ପରେ ସମସ୍ତେ କହୁଥିଲେ ଦୁଇ କୁନି କୁନି ପିଲା ବାପା ପାଖରେ ରହି ବଡ଼ ହେବେ। ହେଲେ ଏ କଣ ନିଅତିର ଏ କି ବିଚାର ମାର ଦଶ କାର୍ଯ୍ୟ ଚାଲୁଥିବା ବେଳେ ଆଖି ବୁଝିଦେଲେ ବାପା। ଛୁଆଙ୍କୁ ଛାଡି କେଡେ ସ୍ୱାର୍ଥପର ହୋଇ ଚାଲିଗଲ ତୁମେ। ଟିକେ ହେଲେ ଭାବିଲନି ଦୁଇ ଛୁଆ ତୁମ ବିନା କେମିତି ଜୀବନ କାଟିବେ। ତାଙ୍କୁ କିଏ ରଖିବେ କିଏ ପାଳି ପୋଷି ବଡ଼ ମଣିଷ କରିବେ। କେମିତି ସେମାନେ ବଡ଼ ହେବେ ଏ କଥା ଟିକେ ହେଲେ ଚିନ୍ତା କଲନି ବୋଲି ଅଭିମାନରେ ବାପା ମାଙ୍କୁ ପ୍ରଶ୍ନ କରିଛନ୍ତି ଆତ୍ମୀୟ ସ୍ୱଜନ।

ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ। ଦିନ ଥିଲା ସ୍ୱାମୀ ସ୍ତ୍ରୀ ଆଉ ଦୁଇ କୁନି କୁନି ଛୁଆଙ୍କୁ ନେଇ ହସ ଖୁସିରେ ଫାଟି ପଡୁଥିଲା ସେମାନଙ୍କ ସୁନାର ସଂସାର। ହେଲେ ହଟାତ କେଜାଣି କାହା ନଜର ଲାଗିଗଲା ଏହି ସୁନାର ସଂସାରରେ। ଦେଖୁ ଦେଖୁ ପରିବାର ଉପରକୁ ମାଡି ଆସିଲା ଦୁଃଖର କଳା ପାହାଡ଼ ଆଉ ନିମିଷୀକେ ମଧ୍ୟରେ ପରିବାରରେ ଖେଳି ଗଲା ଅନ୍ଧକାର। ଗାଡି ଚଳାଇ ତେଲ ଲୁଣର ସଂସାରକୁ ଆଗକୁ ଆଗକୁ ନେଉଥିଲେ ମୃତ ନରହରି ବେହେରା।

ହେଲେ ରୋଗ ତାଙ୍କୁ ଗ୍ରାସ କରି ସବୁକିଛି ଏପଟ ସେପଟ କରିଦେଲା। ନରହରି ରୋଗାକ୍ରାନ୍ତ ହୋଇ ବିଛଣାରେ ପଡିରହିଲେ ଆଉ ସ୍ତ୍ରୀ ନିଜର ସକ୍ଷମ ଅନୁଯାୟୀ ସ୍ୱାମୀଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ହେଲେ ହଟାତ ସ୍ତ୍ରୀ ମଧ୍ୟ ଅସୁସ୍ଥ ହୋଇ ଆଖି ବୁଝିଦେଲେ। ସ୍ତ୍ରୀଙ୍କ ମୃତ୍ୟୁ କୁ ୧୦ ଦିନ ପୁରୀ ନଥିବା ବେଳେ ନରହରି ଦୁଇ ଛୁଆଙ୍କୁ ଛାଡି ଆଖି ବୁଝିଦେଲେ।

ଏବେ ବାପା ମାଙ୍କୁ ହରାଇ ଦୁଇ ଶିଶୁ ଏକା ହୋଇଯାଇଛନ୍ତି। ଦୁଇ କୁନି କୁନି ପିଲାଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ସେପଟେ ଗ୍ରାମବାସୀ ମିଶି ଦୁହିଁଙ୍କ ଅନ୍ତିମ କାର୍ଯ୍ୟ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଦୁଇ କୁନି କୁନି ପିଲାଙ୍କ ଭବିଷ୍ୟତ କଣ ହେବ। ଦୁଇ ପିଲାଙ୍କ ଲାଳନ ପାଳନ କିପରି ହେବ । କିଏ ଏହି ଦୁଇ ପିଲାଙ୍କୁ ରଖିବେ। ତେବେ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି କି ଦୁଇ ପିଲାଙ୍କ ଉପରେ ଶୁଭ ଦୃଷ୍ଟି ପକାଇ ସେମାନଙ୍କୁ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *