ନିରୀହ ମନରେ ଅନେକ ପ୍ରଶ୍ନର ଉତ୍ତର ନାହିଁ ! କାରଣ ବାପା ସ୍ନେହ ବୋଧହୁଏ ତାଙ୍କ ଭାଗ୍ୟ ରେ ନାହିଁ :-

ଓଡ଼ିଶାର ବହୁ ଚର୍ଚ୍ଚିତ ମାମଲା ଦୀପିକା ଏବଂ ଦିନେଶ ମାମଲାର ବର୍ତ୍ତମାନ ସୁଦ୍ଧା ବି ସମାଧାନ ହୋଇନାହିଁ । ଦୀପିକା ତଥାପି ନିଜ ପାଇଁ ଏବଂ ନିଜ ପୁଅକୁ ନ୍ୟାୟ ଦେବାପାଇଁ ସଂଘର୍ଷ କରି ଚାଲିଛନ୍ତି । ତଥାପି ନା ଦିନେଶ ନା ତାଙ୍କ ପରିବାର ଲୋକ । କାହାରି ମନ ତରଳୁ ନାହିଁ । ସେମାନେ ସିଧାସଳଖ ଦୀପିକାଙ୍କୁ ଗ୍ରହଣ କରିବା ପାଇଁ ମନା କରି ଦେଇଛନ୍ତି । ଅମିତିକି ଦୀପିକାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ସେହି କୁନି ପିଲାର ଦୋଷ କଣ ଥିଲା । ଯେଉଁ ଭୁଲ ସେ କରିନାହିଁ ତାହାର ଦଣ୍ଡ ସେ ଭୋଗୁଛି ।

ତେବେ ଆପଣ ମାନେ ଜାଣିଥିବେ ଯେ କିପରି ଭାବରେ ଦିନେଶ ଦୀପିକାଙ୍କ ମାମଲା ସବୁଠି ଜୋର ଧରିଛି । ପ୍ରଥମେ ଏହି ଘଟଣାରେ ଶୁଣିବାକୁ ମିଳିଥିଲା ଯେ ଦୀପିକା ଦିନେଶଙ୍କ ଘର ସାମ୍ନାରେ ନ୍ୟାୟ ଦାବି କରି ଧାରଣାରେ ବସିଥିଲେ । ପାଖାପାଖି କିଛି ଲୋକ ପ୍ରଥମରୁ ହିଁ ତାଙ୍କୁ ସମର୍ଥନ କରୁଥିବା ସହିତ ଆଉ କିଛି ଲୋକ ଆଦୋୖ ସମର୍ଥନ କରୁ ନଥିଲେ । ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ତାଙ୍କ ସହିତ ଆଗକୁ ଆସିଥିଲେ । ତଥାପି ମାମଲାର ସମାଧାନ ହେବା ପରିବର୍ତ୍ତେ ତାହା ଆହୁରି ବିଗିଡ଼ି ଯାଇଥିଲା ।

ତେବେ ଆଉ ଗୋଟିଏ ପଟେ ରହିଛି ଦିନେଶ ଏବଂ ଦୀପିକାଙ୍କ ପୁଅ । ଯିଏକି ଦୁହିଁଙ୍କ ମଧ୍ୟରେ ଏବଂ ଦୁହିଁଙ୍କ ପରିବାର ବିବାଦ ମଧ୍ୟରେ ପେଶୀ ହୋଇ ଯାଉଛି । ସେ କୁନି ନିରୀହ ଜୀବନ ଜନ୍ମ ଠାରୁ ନିଜ ବାପା ମା’ କୁ ଏକାଠି ଦେଖିନାହିଁ । ଏମିତିକି ସେ ନିଜ ବାପାର ଭଲ ପାଇବା ଖୋଜୁଥିବ ସତ କିନ୍ତୁ ଏବେ ସୁଦ୍ଧା ନିଜ ବାପା କିଏ ଜାଣିନାହିଁ । ବିଚରା ତାର ଭୁଲ କଣ ଥିଲା ? ନିଜ ପୁଅର ନିରୀହ ମୁହଁକୁ ଦେଖି କଣ ଦିନେଶ ଏବଂ ତାଙ୍କ ପରିବାର ଲୋକଙ୍କ ମନ ତରଳୁ ନାହିଁ ?

ସେ ଏବେ ୧୯ ମାସର । ମାତ୍ର ଯେତେ ବଡ଼ ହେବ ଯେତେବେଳେ ନିଜ ବାପାଙ୍କ ପରିଚୟ ମାଗିବ ସେତେବେଳେ କଣ ହେବ । ଦୀପିକା ତାକୁ ଏମିତି କେତେଦିନ ପର୍ଯ୍ୟନ୍ତ ରଖି ପାରିବେ ? ତାହା ତ ଗଲା ଅଧିକାରର କଥା । କିନ୍ତୁ ତା କଥା ଭାବି ଦୁଇ ପରିବାରରେ ଏହି ଶତ୍ରୁତା କେବେ ଶେଷ ହେବ କେଜାଣି ତାହା କହିବା ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *