ଆମେରିକାରେ ହେଉଛି ରାଜବୀରଙ୍କର କ୍ରାଉଡ଼ ଫଣ୍ଡିଂ କଣ୍ଟ୍ରୋଲ , ଅଡିଓ କଲ ରେକର୍ଡ଼ ହେଲା ଭାଇରଲ :-

ସାରା ଓଡ଼ିଶାରେ ବର୍ତ୍ତମାନ ରାଜବୀର ଙ୍କ ଚିକିତ୍ସା ପାଇଁ ଲୋକେ ଟଙ୍କା ସାହାଯ୍ୟ କରୁଥିବା ସହିତ କିଛି କିଛି ଘଟଣା ବର୍ତ୍ତମାନ ଲୋକଙ୍କୁ ଦ୍ଵନ୍ଦରେ ପକାଇଛି । ଗତ ଦୁଇଦିନ ତଳେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ରାଜବୀର ଙ୍କ ବାପା ମଦ ପିଉଥିବାର ଦେଖା ଯାଇଛି । ଏହାର ପ୍ରତିକ୍ରିୟା ରେ ରାଜବୀର ଙ୍କ ମା କହିଥିଲେ ତାହା ସମ୍ପୂର୍ଣ୍ଣ ମିଛ ବୋଲି । କିନ୍ତୁ ଆଗାମୀ ସମୟରେ ଏହିପରି ଆଉ କିଛି ଭିଡ଼ିଓ ଭାଇରଲ ହୋଇଛି । ଯାହାକୁ ନେଇ ଆହୁରି ଦ୍ଵନ୍ଦ ପ୍ରକାଶ ପାଇଛି ।

ପୁଣି ଜଣେ ମହିଳା ସାମ୍ବାଦିକ ସୁନିତା ମହାନ୍ତ ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ ଏହି ସବୁ କଥାକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ମିଛ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଆଉ ଏକ ରେକର୍ଡ଼ିଂ ଏବଂ ଚେଟ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ରାଜବୀର ଙ୍କ ମା ଜଣେ ମହିଳାଙ୍କ ସହିତ କଥା ହେବା ସମୟରେ ତାହା ରେକର୍ଡ଼ ହୋଇଛି ।

ସେହି କଲ ରେକର୍ଡ଼ିଂ ଅନୁଯାୟୀ ଅନୁ ନାମକ ନାମକ ଜଣେ ମହିଳାଙ୍କୁ ବ୍ୟାଙ୍କ ଡିଟେଲସ କାହାକୁ ଦେବାକୁ ମନା କରିଛନ୍ତି । ଯାହା ସ୍ପଷ୍ଟ ଭାବରେ ଶୁଣା ଯାଇଛି । ଏହି ମହିଳା ଜଣକ ରାଜବୀର ଙ୍କ ମା ଙ୍କୁ କହିଛନ୍ତି ଯେ ତାଙ୍କ ଫୋନ ଯେମିତି ଆଉ କାହା ହାତକୁ ନଯାଏ । କେବଳ ଗୁପ୍ତା ସାର ଙ୍କ ବ୍ୟତୀତ ଆଉ ଯେମିତି କାହାରି ହାତକୁ ତାଙ୍କ ଫୋନ କିମ୍ବା କୁଳମଣି ଙ୍କ ଫୋନ ନଯାଏ । ତେବେ ସେ ଲକ୍ଷ୍ମୀ ମ୍ୟାଡମ ବି ହୁଅନ୍ତୁ ନା କାହିଁକି । ଏମିତିକି ବ୍ୟାଙ୍କ ଡିଟେଲସ କାହାକୁ ବି ଦେବାକୁ ସେ ମନା କରିଛନ୍ତି ।

ତେବେ ଏପରି କଲ ରେକର୍ଡ଼ ଭାଇରଲ ହେବା ସହିତ ଆଉ କିଛି ଚେଟ ରେକର୍ଡ଼ିଂ ମଧ୍ୟ ଭାଇରଲ ହେଉଛି ଯେଉଁଥିରେ ମହିଳା ଜଣକ ଏହା ଲେଖିଛନ୍ତି ଯେ ଫଣ୍ଡିଂ ପାଇଁ ଗଲେ ହାତରେ ନାଲି ଏବଂ ଧଳା ଶଙ୍ଖା ପିନ୍ଧି ଯିବାକୁ । ଯାହାକୁ ନେଇ ଏହା ଅନୁମାନ କରାଯାଉଛି ଯେ ମହିଳା ଜଣକ ଏହା ନିଶ୍ଚିତ ଭାବରେ ଜାଣିଛନ୍ତି ଯେ ଓଡ଼ିଶାରେ ଏପରି କଲେ ମହିଳାଙ୍କୁ ସହାନୁଭୂତି ଏବଂ ସାହାଯ୍ୟ ମିଳେ । ତେବେ ସୂଚନା ଅନୁଯାୟୀ ଏହି ଅନୁ ନାମକ ମହିଳା ଜଣକ ଆମେରିକା ରେ ରହନ୍ତି ଏବଂ ଆମେରିକା ରୁ ରାଜବୀର ଙ୍କ ମା ଙ୍କୁ ସବୁ କଥା ଶିଖାଉଛନ୍ତି । ତେବେ ତାଙ୍କର ଉଦ୍ଦେଶ୍ୟ କଣ ଏବଂ ଏହାକୁ ସେ କାହିଁକି ଗୋପନୀୟ ରଖିବାକୁ ଚାହୁଁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଏବଂ ହରିୟାଣା ରୁ ରାଜବୀର ଙ୍କ ନାମରେ ଅନେକ ଟଙ୍କାର ଫଣ୍ଡିଂ ହୋଇ ସାରିଛି ଯାହାର ଏକ ଏଫିଡେବିଟ ମଧ୍ୟ ରହିଛି । ସେହି ଅନୁସାରେ ଯେତେବେଳେ ଟଙ୍କା ସଂଗ୍ରହ ହୋଇଛି ତାହା ଦୁଇ ଜଣଙ୍କର କୌଣସି ବ୍ୟକ୍ତିଗତ କାମ ପାଇଁ ନୁହେଁ ବୋଲି ସ୍ପଷ୍ଟ ଭାବରେ ଲେଖା ଯାଇଛି ।

ତେଣୁ ଏହା ଆହୁରି ସନ୍ଦେହ ଜନକ ହୋଇଛି ଏବଂ ଏହା ଅନୁମାନ କରାଯାଉଛି ଯେ ରାଜବୀର ଙ୍କ ମା ତମଲିକା ହୁଏତ କିଛି କଥା ଲୁଚାଉଛନ୍ତି । ପୁଣି ରାଜବୀର ଙ୍କ ମା ହରିୟାଣା ର ଜଣେ ବ୍ୟକ୍ତିଙ୍କ ସହିତ କଥା ହେବା ସମୟରେ ଏହି ଅନୁ ଙ୍କ ଚେଟ ର ଫୋଟ ସାମ୍ନାକୁ ଆସିଛି । ଯାହାପରେ ଓଡ଼ିଆ ଭାସ୍କର କୁ ବାରମ୍ବାର ଫୋନ କରି ଧମକ ଦିଆଯାଇଥିଲା ଏବଂ ଏକ ମିଛ ସାଇବର କ୍ରାଇମ ପୋଲିସ ନମ୍ବର ରୁ ମେସେଜ ଆସିଥିଲା । କିନ୍ତୁ ଏପରି ଭାବରେ ଆଇନ ବହିର୍ଭୂକ୍ତ ହୋଇ କୌଣସି ଦେଶ ଏପରି ମେସେଜ ପଠାଇ ନଥାଏ । ତେଣୁ ବର୍ତ୍ତମାନ ଏହା ମିଛ ବୋଲି ମଧ୍ୟ ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *