ସରିଛି ବାହାଘର , ଅଷ୍ଟମଙ୍ଗୁଳାରେ ବାପ ଘରକୁ ନିଜ ସ୍ୱାମୀଙ୍କ ସହିତ ବୁଲିଗଲେ ଅଭିନେତ୍ରୀ ପ୍ରେରଣା

ଓଲିଉଡର ବହୁ ଚର୍ଚ୍ଚିତ ଯୋଡ଼ି ଅଶ୍ଵିନୀ ଏବଂ ପ୍ରେରଣାଙ୍କୁ ତ ଆପଣ ସମସ୍ତେ ଜାଣିଥିବେ । ଦୁହେଁ ଓଲିଉଡର ପ୍ରସିଦ୍ଧ ଆଙ୍କର ଅଟନ୍ତି । ସେମାନଙ୍କ ଆଙ୍କରିଂ ଲୋକଙ୍କୁ ଆକୃଷ୍ଟ କରିଥାଏ । ତେବେ ଲୋକଙ୍କୁ ଯେପରି ସେମାନଙ୍କ ଆଙ୍କରିଂ ଆକୃଷ୍ଟ କଲା , ସେମାନେ ମଧ୍ୟ ପରସ୍ପରକୁ ଆକୃଷ୍ଟ କରିଥିଲେ । ତେବେ ସେମାନେ ଅନେକ ଦିନ ଧରି ପ୍ରେମରେ ପଡିଥିବା ବେଳେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ପ୍ରେମକୁ ପାଇବା ପାଇଁ ଦୁହେଁ ଅନେକ ଚେଷ୍ଟା କରିବା ପରେ ଶେଷରେ ସଫଳ କରି ଦେଖାଇ ଥିଲେ ।

ତେବେ ଦୁହିଁଙ୍କ ପ୍ରେମ ବିଷୟରେ କହିବାକୁ ଯାଇ ସେମାନେ କହିଥାନ୍ତି ଯେ , ଦୁହେଁ ଗୋଟିଏ ସେଟରେ ଏକାଠି ଭେଟ ହୋଇଥିଲେ । ଆଉ ସେଠାରେ ଆଖିରେ ଆଖି ମିଶି ଥିଲା । ଆଉ ଧିରେ ଧିରେ ହୃଦୟ ମଧ୍ୟ ମିଶି ଥିଲା । ତେବେ ହୃଦୟ ମିଶିବା ପରେ ଦୁହିଁଙ୍କ ପାଇଁ ପାଗଳ ହୋଇ ଯାଇଥିଲେ । ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ଚେଷ୍ଟା କରିଥିଲେ । ଦୁହେଁ ଦୁହିଁଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବା , ଆଉ ଦୁହିଁଙ୍କ ସାଥ ସଦା ସର୍ବଦା ଦେଇଥାନ୍ତି ବୋଲି ସେମାନେ କହିଥାନ୍ତି । ତେବେ ନିଜ ପରିବାରକୁ ମନେଇ ସେମାନେ ଶେଷରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇ ଯାଇଛନ୍ତି । ଆଉ ଅନେକ ଧୁମଧାମରେ ସେମାନେ ବିବାହ କରିଛନ୍ତି ।

କିଛି ଦିନ ପୂର୍ବରୁ ସେମାନଙ୍କ ବିବାହ ହୋଇଥିଲା । ଆଉ ଏହାର ଅନେକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଲୋକେ ସେମାନଙ୍କ ଯୋଡିକୁ ଅନେକ ପସନ୍ଦ କରିଥିଲେ । ଆଉ ଅନେକ ଭଲ ପାଇବା ମଧ୍ୟ ଦେଇଥିଲେ । ଅନ୍ୟ ପକ୍ଷରେ ଏଥିରେ ଦେଖିବାକୁ ମିଳିଥିଲା କି , ଅନେକ ବଡ ବଡ କଳାକାର ମାନେ ଏଥିରେ ଯୋଗ ଦେଇଥିଲେ । ଅନେକ ଓଲିଉଡ ଅଭିନେତା ଅଭିନେତ୍ରୀ ମାନେ ଏଥିରେ ଯୋଡ଼ି ହେବା ସହିତ ନେତା ମନ୍ତ୍ରୀ ମଧ୍ୟ ଆସି ଯୋଗ ଦେଇଥିଲେ । ଆଉ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି କି , ପ୍ରେରଣା ଅଷ୍ଟମଙ୍ଗଳା ରେ ନିଜ ବାପ ଘରକୁ ଯାଇଛନ୍ତି । ଆଉ ସାଥିରେ ଅଶ୍ଵିନୀ ମଧ୍ୟ ଯାଇଛନ୍ତି । ତେବେ ଝିଅ ଜ୍ୱାଇଁଙ୍କୁ ସ୍ବାଗତ କରିବା ପାଇଁ ଅଶ୍ଵିନୀଙ୍କ ଶଶୁର ଘର ଲୋକେ ପୁରା ପ୍ରସ୍ତୁତ ହୋଇଥିଲେ । ଆଉ ଢୋଲ ମହୁରୀ ଶବ୍ଦରେ ପୁରା ଅଞ୍ଚଳ କମ୍ପାଇ ଦେଇଥିଲେ । ତେବେ ବାପ ଘରେ ପହଞ୍ଚି ପ୍ରେରଣା ଅତି ଖୁସି ଥିବାର ଦେଖା ଯାଇଥିଲେ । ଅନ୍ୟ ପକ୍ଷରେ ଶଶୁର ଘରର ଏପରି ଭଲ ପାଇବା ଦେଖି ଅଶ୍ଵିନୀ ମଧ୍ୟ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *