ଓଲିଉଡ଼ ଜଗତର କଳା ସତ ଖୋଲି କରି କହିଲେ ଅଭିନେତ୍ରୀ ରୂପଶ୍ରୀ , କହିଲେ ଏଠାରେ ଚାଲିଛି ଦେହ ….

କୁହାଯାଏ ଓଲିଉଡ଼ ଜଗତରେ ପ୍ରବେଶ କରିବା ଭାରି ସହଜ । ସମସ୍ତେ ନିଜ ନିଜ ଅଭିନୟର ଦମ୍ ବଳରେ ଓଲିଉଡ଼ରେ ପ୍ରବେଶ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ପୁରାପୁରି ଓଲଟା ହୋଇ ଯାଇଛି । ଏହି ଜଗତରେ ସବୁକିଛି ବଦଳି ଯାଇଛି । ସେଥିପାଇଁ ତ ଓଲିଉଡର ମାତ୍ର କିଛି ଫିଲ୍ମକୁ ସଫଳତା ମିଳୁଛି । ଆଉ ଏ କଥା ଆମେ କହୁ ନାହୁଁ । ଏ ବାବଦରେ ନିଜେ ମୁଁହ ଖୋଲିଛନ୍ତି ଓଲିଉଡ଼ର ଜଣେ ଅଭିନେତ୍ରୀ ରୂପଶ୍ରୀ । ସେ ଅନେକ ସଂଘର୍ଷ କରି ଓଲିଉଡ ଜଗତରେ ପ୍ରବେଶ କରିଥିଲେ ଆଉ ଭାବି ନେଇଥିଲେ କି , ନିଜ କ୍ୟାରିଅରରେ ସେ ବହୁତ ଆଗକୁ ଯିବେ । କିନ୍ତୁ ତାଙ୍କ କହିବା ଅନୁଯାୟୀ , ଆଜି ପର୍ଯ୍ୟନ୍ତ ତାଙ୍କୁ ସେହି ସଫଳତା ମିଳି ନାହିଁ , ଯାହାକୁ ସେ ପାଇବା ପାଇଁ ଚାହୁଁଥିଲେ ।

ତାଙ୍କ ଜୀବନରେ ଅନ୍ୟ କିଛି ଲକ୍ଷ୍ୟ ଥିଲା କିନ୍ତୁ ତାଙ୍କୁ ବର୍ତ୍ତମାନ ସମୟରେ ଆଉ କିଛି ମିଳିଲା ବୋଲି ସେ କହିଛନ୍ତି । ଏକ ଶୋ ରେ ସେ ବିଜେତା ହୋଇ ଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ସେହି ଗୁରୁତ୍ୱତା ମିଳି ନାହିଁ , ଯାହାକୁ ସେ ପାଇବା ପାଇଁ ଚାହୁଁଥିଲେ । ସେ ଭାବି ଥିଲେ କିଛି ଏମିତି କିନ୍ତୁ ତାଙ୍କୁ ଆଉ କିଛି । ଯାହା ସେ ସ୍ବପ୍ନରେ ମଧ୍ୟ ଭାବି ନଥିଲେ କି ଆଶା କରି ନଥିଲେ , ତାଙ୍କୁ ବର୍ତ୍ତମାନ ତାହା ହିଁ ମିଳିଛି । ତେବେ ନିଜ କ୍ୟାରିଅରରେ ସେ ସାମ୍ନା କରିଥିବା କିଛି କାହାଣୀ ବିଷୟରେ କହିଛନ୍ତି , ଯାହାକୁ ସେ ଆଜି ବି ଭାବିଲେ ତାଙ୍କ ଦେହ ଗରମ ହୋଇ ଉଠିଥାଏ ବୋଲି କହିଛନ୍ତି । ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିର କିଛି କଳା ସତ ଉପରୁ ସେ ପରଦା ହଟାଇ ଦେଇଛନ୍ତି ।

ସେ କହିଛନ୍ତି କି , ଅନେକ ଥର ଫିଲ୍ମ ସୁଟିଂ କରୁ କରୁ ବିଳମ୍ବ ହୋଇଯାଏ ରାତି ଆଉ ଯାହା ଫଳରେ କି , ସେ ତାଙ୍କ ସେଟ୍ ର କିଛି ଲୋକଙ୍କୁ ତାଙ୍କୁ ନେଇ ହଷ୍ଟେଲରେ ଛାଡି ଦେବା ପାଇଁ କହିଥାନ୍ତି କିନ୍ତୁ ସେମାନେ ଜାଣି ଜାଣି ବିଳମ୍ୱ କରିଥାନ୍ତି ଆଉ ସେତେବେଳେ ହଷ୍ଟେଲ ବନ୍ଦ ହୋଇ ଯାଇଥାଏ । ତେଣୁ ସେମାନେ କହିଥାନ୍ତି କି , ଆସ ଆମ ସହିତ ହୋଟେଲରେ ରହିଯିବ । କିନ୍ତୁ ସେ ସେପରି କରନ୍ତି ନାହିଁ ଆଉ ବାଧ୍ୟ ହୋଇ ଯାଇ କୌଣସି ହସ୍ପିଟାଲ ଭିତରେ ବସି ରାତି ବିତାଇ ଦେଇଥାନ୍ତି । ଏହା ବ୍ୟତୀତ ଆଉ କିଛି ସତ କଥା ବିଷୟରେ ସେ କହିଛନ୍ତି କି , ଅଡିସନ୍ ସମୟରେ ଜାଣି ଜାଣି ତାଙ୍କୁ ହଇରାଣ କରା ଯାଇଥାଏ । ଏହା କେବଳ ତାଙ୍କ କ୍ଷେତ୍ରରେ ନୁହେଁ ।

ଅନେକ ଝିଅ ମାନଙ୍କ କ୍ଷେତ୍ରରେ ହୋଇଥାଏ କି , ସେମାନଙ୍କୁ କୁହା ଯାଇଥାଏ କି , ଡ୍ରେସ୍ ଟିକିଏ ଉପରକୁ କରନ୍ତୁ। ଯାହା ଫଳରେ ତାଙ୍କ ଶରୀରର ସାଇଜ ଦେଖା ଯାଇପାରିବ ଆଉ ତାଙ୍କୁ ଠିକ୍ ଠାକ୍ ଖାଦ୍ୟ ନେବା ପାଇଁ କୁହା ଯାଇପାରିବ । କିନ୍ତୁ ଏହି କଥାକୁ ସେ ପୁରାପୁରି ନା କରିଛନ୍ତି । ସେ କେବେ ବି ଏମିତି କରି ନାହାନ୍ତି କି ଜୀବନରେ କେବେ ସେମିତି କାମକୁ ହଁ କରିବେ ନାହିଁ ବୋଲି କହିଛନ୍ତି । ଅନେକ ଝିଅ ଅଛନ୍ତି ଯେଉଁ ମାନେ ନିଜ ଦେହକୁ ବିକି ଦେଇ ଫିଲ୍ମ କରିବା ପାଇଁ ହଁ ମାରି ଦେଇ ଥାନ୍ତି । ତେଣୁ ଏହା ସ୍ପଷ୍ଟ ଭାବରେ ଆପଣ ଜାଣି ପାରୁଥିବେ ଯେ , ଓଲିଉଡ ଜଗତରେ ଦେହ ବେପାର ଚାଲିଛି ଆଉ ଯିଏ ଦେହ ନ ବିକୁଛି , ତାକୁ ଫିଲ୍ମ କରିବା ପାଇଁ ଦିଆ ଯାଉ ନାହିଁ ।

Leave a Reply

Your email address will not be published. Required fields are marked *