ନିଜ ଭୁଲକୁ ମାନି ଅନୁତାପ କଲେ ଦୀପିକା,ଆଉ ଗଣାମଧ୍ୟମ ସାମ୍ନାରେ କହିଲେ ଏମିତି କଥା ……

ମୋର ଭୁଲ ହେଇଯାଇଛି। ମୋ ଭୁଲ ପାଇଁ ହିଁ ମତେ ଶାସ୍ତି ମିଳୁଛି। ସବୁ ଭୁଲ ମୋର। ମୋ ଭୁଲ ପାଇଁ ମତେ ଏତେ ସବୁ ଭୋଗିବାକୁ ପଡୁଛି। ମୋ ଭୁଲ ପାଇଁ ମତେ ଏଠି ବସିବାକୁ ପଡିଛି। ମୋ ଭୁଲ ପାଇଁ ହିଁ ୧୩ ଦିନ ହେଲାଣି ମୁଁ ଦେହକୁ ପଥର କରି କଷ୍ଟ ସହୁଛି। ଆଜି ଅଭିମାନ ଭରା କଣ୍ଠରେ ଏମିତି କିଛି କହିଛନ୍ତି ଦୀପିକା।ସମାଜରେ ଅନେକ ପ୍ରକାର ପ୍ରେମ କାହାଣୀ ଅଛି। କେଉଁଠି ପ୍ରେମକୁ ପସନ୍ଦ କରୁନଥିବା ବାପା ମା ପୁଅ ଝିଅଙ୍କ ଖୁସି ପାଇଁ ବିଳମ୍ବରେ ହେଉ ପଛେ ସେମାନଙ୍କୁ ଗ୍ରହଣ କରି ସମ୍ମାନର ସହ ଘରକୁ ନେଉଛନ୍ତି। ହେଲେ କିନ୍ତୁ ମୋ ଷ୍ଟୋରି ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଦୀପିକା।

ଦୀପିକା ଗଣ ମାଧ୍ୟମ ଆଗରେ ଦିନେଶ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଅଭିମାନ କରି କହିଛନ୍ତି କି ମୁଁ ମାନୁଛି ମୁଁ ଭୁଲ କରିଛି ଆଉ ସେହି ଭୁଲ ପାଇଁ ତ ମୁଁ ଏ ଦାଣ୍ଡ ଦୁଆରେ ବସିଛି। ହେଲେ କିନ୍ତୁ ଯେଉଁ ଭୁଲ ଆମେ ଦୁହେଁ କଲୁ ଆମ ଭୁଲ ପାଇଁ ଆମ ନିରିହ ଛୁଆ ଯେମିତି କଷ୍ଟ ନପାଉ ସେଥିପାଇଁ ମୁଁ ଧାରଣାରେ ବସିଛି ଏବଂ ମୋ ପୁଅକୁ ନ୍ୟାୟ ଦେଇକି ହିଁ ଏଠାରୁ ଯିବି। ମୋ ପୁଅକୁ ବାପାର ପରିଚୟ ଦେଇକି ହିଁ ଏଠାରୁ ଯିବି।

ଏଇଠି ଦିନେଶଙ୍କ ଘର ଆଗରେ ବସିବି ମୋ ପୁଅକୁ ନ୍ୟାୟ ନ ମିଳିବା ଯାଏଁ । ଏଇଠି ହିଁ ଉଡାଉବି ଜାତୀୟ ପତାକା। ମତେ ଏବେ ଏହି ସାହିର ଲୋକେ କିଛି ଲୋକେ ସାହାଯ୍ୟ କରିଛନ୍ତି ଆଗକୁ ବିଶ୍ୱାସ ଅଛି ମତେ ସମସ୍ତେ ସାହାଯ୍ୟ ସହଯୋଗର ହାତ ବଢାଇବେ। ଯେହେତୁ ପ୍ରମିଳା ମା ମୋ ସହ ଲଢେଇରେ ସାମିଲ ହୋଇଛନ୍ତି ଓ ସେ ସମାଜ ସେବୀ ଆମେ ଏହିଠାରେ ତ୍ରିରଙ୍ଗା ପତାକା ଉଡାଇବୁ ବୋଲି କହିଛନ୍ତି ଦୀପିକା।

ସେପଟେ ଦୀପିକା ଅନୁତାପ କରିଛନ୍ତି କାହିଁକି ସେ ଦିନେଶଙ୍କୁ ଭଲ ପାଇଲେ। ଦୀପିକା କହୁଛନ୍ତି ଭୁଲ କରିଛି ଆଉ ଭୁଲର ଶାସ୍ତି ଏବେ ମୁଁ ପାଉଛି।ମୁଁ ଯେଉଁ ଭୁଲ କରିଛି ତାହା ପାଇଁ ମୁଁ ଓ ମୋ ଛୁଆ ଆମେ ଦୁଇଟି ଜୀବନ ହନ୍ତସନ୍ତ ହେଉଛି। ଯଦି ମୁଁ ଜାଣିଥାନ୍ତି ଭଲ ପାଇବାର ଶେଷ ଏଇଆ ହେବ କେବେ ଭୁଲ କରିନଥାନ୍ତି ବୋଲି ଦୀପିକା ବାରମ୍ବାର କହୁଛନ୍ତି।

Leave a Reply

Your email address will not be published. Required fields are marked *