ICU ରୁ ବାହାରିବା ପରେ ଚାଲିଗଲେ ଦିଲ୍ଲୀପ । କାଲି ଯିଏ ବଞ୍ଚିଥିଲା ଆଜି କେମିତି ମ-ରିଗଲା ?

ଯାହାଙ୍କ ଠାରୁ ଏହି ମାମଲା ସୃଷ୍ଟି ହୋଇଥିଲା ସେ କାଲି ବଞ୍ଚିଥିଲେ ସତ । କିନ୍ତୁ ବର୍ତ୍ତମାନ ସେ ଆଉ ଜୀବିତ ନାହାଁନ୍ତି । ଡାକ୍ତରଖାନାର ବେଡ଼ରେ ନିଜକୁ ଦିଲ୍ଲୀପ କହୁଥିବା ଯୁବକ ମଧ୍ୟ ଚାଲି ଯାଇଛନ୍ତି । ଆଉ ବର୍ତ୍ତମାନ ତାଙ୍କର ଡିଏନଏ ଟେଷ୍ଟ କରାଯିବ ଏବଂ ସେ ଦିଲ୍ଲୀପ କିମ୍ବା ଜ୍ୟୋତି ତାହା ଡିଏନଏ ଟେଷ୍ଟରୁ ଜଣା ପଡ଼ିବ । ଆଜ୍ଞା ହଁ , ହାଇଟେକ ବିସ୍ଫୋ-ରଣ ମୃ-ତ୍ୟୁରେ ଗୋଟିଏ ପଟେ ଗୋଟିଏ ଟ୍ଵିସ୍ଟ ଦେଖିବାକୁ ମିଳୁଛି । ତୃତୀୟ ବ୍ୟକ୍ତିଙ୍କର ମୃ-ତ୍ୟୁ ହାଇଟେକର ବେଡ଼ରେ ହୋଇଛି । କାରଣ କାଲି ଯିଏ ନିଜକୁ ଦିଲ୍ଲୀପ କହୁଥିଲେ ସେ ଆଜି ଆଉ ନାହାଁନ୍ତି ବୋଲି ସୂଚନା ମିଳିଛି । କୁଆଡ଼େ ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ।

ଯାହାକି ବର୍ତ୍ତମାନ ସୂତ୍ର ମୁତାବକ ଜଣା ପଡ଼ିଛି । ଏହା ଆପଣ ମାନେ ମଧ୍ୟ ଜାଣିଥିବେ ଯେ ହାଇଟେକ ବିସ୍ଫୋରଣ ହେବା ପରେ ସେଥିରେ ଦୁଇ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁ-ତର ଭାବରେ ଆ-ହତ ହୋଇଥିଲେ । ମୃ-ତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଦିଲ୍ଲୀପ ବୋଲି ଭାବି ତାଙ୍କ ପରିବାର ଲୋକେ ମଧ୍ୟ ଶ-ବ ସ-ତ୍କାର କରି ଦେଇଥିଲେ । ଯେଉଁ କାରଣରୁ ତାଙ୍କ ସ୍ତ୍ରୀ ମଧ୍ୟ ଆ-ତ୍ମହ-ତ୍ୟା କରିଥିଲେ ।

କିନ୍ତୁ ପରେ ଜ୍ୟୋତି ନାମରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ହୋସ ଆସିବା ପରେ ନିଜକୁ ଦିଲ୍ଲୀପ ବୋଲି କହିଥିଲେ । ଯେଉଁ କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହାକୁ ନେଇ ଉଭୟ ପରିବାର ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କାରଣ ଜ୍ୟୋତିଙ୍କ ପରିବାର ଲୋକେ ମିଛ ଆଶାରେ ଥିଲେ ଯେ ତାଙ୍କ ପୁଅ ଜୀବିତ ଅଛନ୍ତି ବୋଲି ଏବଂ ଦିଲ୍ଲୀପଙ୍କ ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କ ମୃ-ତ୍ୟୁ ହୋଇଥିବା ଶୁଣି ନିଜ ଜୀବନ ହାରି ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି ମଧ୍ୟ ଆଉ ନାହାଁନ୍ତି । ଏହା ଶୁଣିବା ପରେ ଦିଲ୍ଲୀପଙ୍କ ଘର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜ୍ୟୋତି ରଞ୍ଜନଙ୍କ ପରିବାର ଲୋକେ ତାଙ୍କ ପୁଅ କେଉଁଠି ବୋଲି ପ୍ରଶ୍ନ ପଚାରି ଥିଲେ । ଡ଼ାକ୍ତରଖାନା ପରିସର କା-ନ୍ଦ ବୋବାଳିରେ ଫାଟି ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଦିଲ୍ଲୀପ ମଧ୍ୟ ଆଉ ନାହାଁନ୍ତି । ହସ୍ପିଟାଲର ବେଡ଼ରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି । ତେବେ ବର୍ତ୍ତମାନ ବଡ଼ ପ୍ରଶ୍ନ ହେଉଛି ଯେ , ଯିଏ ନିଜକୁ ଦିଲ୍ଲୀପ କହୁଥିଲେ ଏବଂ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ , ତେବେ ତାଙ୍କର ହଠାତ ମୃ-ତ୍ୟୁ କିପରି ହୋଇଗଲା ? ଡାକ୍ତର ମାନେ ମଧ୍ୟ କହିଥିଲେ ଯେ ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ମୁହଁରୁ ବ୍ୟାଣ୍ଡେଜ୍ ଖୋଲା ହେବ । କିନ୍ତୁ ବର୍ତ୍ତମାନ ଏଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Leave a Reply

Your email address will not be published. Required fields are marked *