ଘରେ ରୋଷେଇ କରୁଥିଲା ମା’ । ବାହାରେ ଭାଇ ଭଉଣୀ ଖେଳୁ ଖେଳୁ ଚାଲିଗଲେ ପୋଖରୀ କୂଳକୁ ,, ଆଉ ତାପରେ …….

ଘରେ ମା’ ର ଅନେକ କର୍ତ୍ତବ୍ୟ । ଘର ଲୋକଙ୍କର ସବୁ କଥା ବୁଝିବା ସହିତ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ଖାଇବାକୁ ଦେବା ଏବଂ ନିଜ ପିଲାଙ୍କ କଥା ମଧ୍ୟ ବୁଝିବା । କିନ୍ତୁ ଛୋଟ ଶିଶୁ ହୋଇଥିଲେ ପିଲାଙ୍କ ଯତ୍ନ ଟିକିଏ ଅଧିକ ନେବାକୁ ପଡ଼ିଥାଏ । କାରଣ ଛୋଟ ପିଲା ଯିଏକି ଦୁନିଆ ବିଷୟରେ କିଛିବି ଜାଣି ନଥାଏ ଏବଂ କଥା କହିବା ମଧ୍ୟ ଶିଖି ନଥାଏ । ଆଉ ଜଣେ ମା’ ର ଟିକିଏ ଅସାବଧାନତା ଆଜି ନିଜ ଶିଶୁକୁ ତା ଠାରୁ ଛଡ଼ାଇ ନେଇଛି । ମା’ ଯେତେବେଳେ ଦ୍ବୀପ୍ରହରରେ ରୋଷେଇ କରୁଥିଲେ ସେତେବେଳେ ପିଲା ଦୁଇ ଜଣ ପୋଖରୀକୁ ଯାଇ ବୁଡ଼ି ଯାଇଛନ୍ତି । ଆଉ ବର୍ତ୍ତମାନ ଦୁଇ ଶିଶୁଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଗାଁ କୂଳସାହିରେ ଘଟି ଯାଇଛି । ମୃ-ତ୍ୟୁ ଦୁଇ ଶିଶୁ ହେଉଛନ୍ତି କୂଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଏବଂ ମିଥୁନ ଜେନାଙ୍କ ଝିଅ ରୁପା ଜେନା । ତେବେ ଘ-ଟଣା ଏହା ଯେ ଏହି ଦୁଇ ଶିଶୁ ଦୁଇ ପଡ଼ୋଶୀଙ୍କ ସୁଲଭ ପୁଅ ଝିଅ ଅଟନ୍ତି । ଦୁହିଁଙ୍କ ବୟସ ଅନ୍ତର ବେଶ କମ । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁହେଁ ଗତକାଲି ଦ୍ୱିପ୍ରହର ସମୟରେ ବାହାରେ ଖେଳୁଥିଲେ । ସେହି ସମୟରେ ଦୁହିଁଙ୍କ ମା’ ଘରେ ରୋଷେଇ କରିବାରେ ବ୍ୟସ୍ତ ଥିଲେ । ପିଲା ଦୁଇଟି ବା ଭଲ ମ-ନ୍ଦ କିମ୍ବା ଭଲ ଖରାପ ବିଷୟରେ କଣ ବା ଜାଣିଥିଲେ ।

କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ କେବେ ଦୁଇଟି କୁନି ଶିଶୁ ସହିତ ଏଭଳି ଘଟ-ଣା ଘଟିଯିବ ବୋଲି । ତେବେ ଶିଶୁ ଦୁଇଜଣ ଖେଳୁ ଖେଳୁ ହଠାତ ପାଖରେ ଥିବା ଏକ ପୋଖରୀ ନିକଟକୁ ଚାଲି ଯାଇଥିଲେ ଏବଂ ବୁଡ଼ି ଯାଇଥିଲେ । ତେବେ ଦୁଇ ଶିଶୁଙ୍କୁ ନପାଇ ପରିବାର ଲୋକେ ଖୁବ ଖୋଜାଖୋଜି କରିଥିଲେ ।

ଶେଷରେ ନପାଇବାରୁ ଥା-ନାରେ ମଧ୍ୟ ଏତଲା ଦେଇଥିଲେ । ଏପଟେ ଗାଁର ଜଣେ ବ୍ୟକ୍ତି କାହ୍ନୁଙ୍କୁ ପୋଖରୀ ଭିତରୁ ଉ-ଦ୍ଧାର କରିଥିଲେ ଏବଂ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ପରେ ପରେ କୁନି ଝିଅ ରୁପାଙ୍କୁ ମଧ୍ୟ ଉ-ଦ୍ଧାର କରିଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ହସ୍ପିଟାଲରେ ପରିସରରେ ଦୁଇ ପରିବାର କା-ନ୍ଦ ବୋବାଳି ଶୁଣିଲେ ଆପଣବି କା-ନ୍ଦି ପକାଇବେ । ନିଜ ସନ୍ତାନକୁ ହରାଇ ବାପା ମା ମୃ-ତ ଶ-ବ ପାଲଟି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *