ପେସେଣ୍ଟର ଝିଅ ଠାରୁ ଫୋନ ନମ୍ବର ନେଇ ପ୍ରେମ, ତାପରେ ଗର୍ଭବତୀ କଲେ ଏମ୍ସ ଡାକ୍ତର :-

ଡାକ୍ତରଙ୍କ ଧର୍ମ ଲୋକଙ୍କ ଜୀବନ ବଞ୍ଚାଇବା । କିନ୍ତୁ ଏମିତିକା ଡାକ୍ତର ଯିଏ ଜୀବନ ବଞ୍ଚାଇବା ତ ଦୂରର କଥା ଜୀବନ ନଷ୍ଟ କରିବାରେ ସାମିଲ ହୋଇ ଯାଉଛି । ତେବେ ଏପରି ଡାକ୍ତର ଦୁନିଆ ପାଇଁ ବାସ୍ତବରେ ନିନ୍ଦନୀୟ ଅଟେ । ବର୍ତ୍ତମାନ ସମୟରେ ରାଜଧାନୀର ଏମ୍ସରୁ ଏକ ସମ୍ବେଦନଶୀଳ ମାମଲା ଶୁଣିବାକୁ ମିଳୁଛି । ଯେଉଁଠି ଜଣେ ଡାକ୍ତରଙ୍କୁ ଗିରଫ କରାଯାଉଥିବା ଦେଖା ଯାଇଛି । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଉକ୍ତ ଡାକ୍ତର ଜଣକ ରାଜଧାନୀ ଏମ୍ସରେ କାର୍ଯ୍ୟରତ ଥିଲେ । ଡାକ୍ତର ଜଣକର ନାମ ହେଉଛି ଜୟଦୀପ ଦାସଗୁପ୍ତା । ଯାହାଙ୍କୁ ପୋଲିସ ପ୍ରେମ ପ୍ରତାରଣା ଅଭିଯୋଗରେ ଗିରଫ କରିଛ । ତେବେ ସୂଚନା ଅନୁଯାୟୀ ଜଣେ ଯୁବତୀ ସେହି ହସ୍ପିଟାଲର କାର୍ଡିଓଲୋଜି ବିଭାଗରେ ନିଜ ବାପାଙ୍କ ଚିକିତ୍ସା କରାଉଥିଲେ । ସେହି ସମୟରେ ହିଁ ଉକ୍ତ ଡାକ୍ତରଙ୍କର ମହିଳାଙ୍କ ଉପରେ ଖରାପ ନଜର ରହିଥିଲା । ଡାକ୍ତର ହେବାର ଫାଇଦା ଉଠାଇ ସେ ଯୁବତୀଙ୍କ ଉପରେ ଖରାପ ନଜର ପକାଉଥିଲେ । ଏମିତିକି ଯୁବତୀଙ୍କ ବାପାଙ୍କ ଡିସଚାର୍ଜ ହେବାକୁ ନେଇ ଯୁବତୀଙ୍କ ଠାରୁ ଫୋନ ନମ୍ବର ନେଇଥିଲେ ।

କଥା ସେହିଠାରେ ସରିନଥିଲା । ଡାକ୍ତର ଜଣକ ଯୁବତୀଙ୍କୁ କଲ କରି ରାତି ରାତି ଗପିଲେ ଏବଂ ଯୁବତୀଙ୍କୁ ଫସାଇବାକୁ ଚେଷ୍ଟା କଲେ । ଆଉ ଯୁବତୀ ଫସିଗଲେ ମଧ୍ୟ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।ଏମିତିକି ଉକ୍ତ ଡାକ୍ତର ଜଣକ ବିବାହ କରିବାକୁ ପ୍ରତିଶୃତି ଦେଇ ଦୀର୍ଘ ଦୁଇ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଚାଲିଲେ । ଆଉ ଯେତେବେଳେ ଯୁବତୀ ଗର୍ଭବତୀ ହେଲେ ସେତେବେଳେ ଡାକ୍ତର ନିଜର ଅସଲ ରୂପ ଦେଖାଇ ଦେଇଥିଲେ । ଜୋର କରି ଯୁବତୀଙ୍କ ଗର୍ଭପାତ କରାଇଥିଲେ ।

ତେବେ ଏହି ମାମଲା ପରେ ଯୁବତୀ ଜଣକ ପ୍ରଥମେ ଭୁବନେଶ୍ୱର ମହିଳା ଥାନାରେ ଉକ୍ତ ଅଭିଯୁକ୍ତ ଡାକ୍ତରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ ପ୍ରେମ କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଗର୍ଭପାତ କରାଇବା ଭଳି କାଣ୍ଡ କରିଥିବା କାରଣରୁ ଗତକାଲି ଭୁବନେଶ୍ୱର ମହିଳା ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଏଠାରେ ଆପଣ ଜାଣି ରଖନ୍ତୁ ଯେ ଆଜିକା ସମୟରେ ଭଗବାନ ମାନା ଯାଉଥିବା ଡାକ୍ତରଙ୍କ ଉପରେ ବି ଭରସା କରିବା ବଡ଼ ଭୁଲ ହୋଇପାରେ ।

Leave a Reply

Your email address will not be published. Required fields are marked *