ଅଜଗର ବାନ୍ତିରେ ବୃଦ୍ଧ ବାହାରିଲେ କି ନାହିଁ ! କାହାରି ମିଳୁନି ପତା…

କେଉଁଆଡ଼େ ଗଲା ବୃଦ୍ଧଙ୍କୁ ଗିଳିଥିବା ଅଜଗର। ଆଉ କେଉଁ ଆଡେ ଗଲା ଅଜଗର ବାନ୍ତି। ବନ ବିଭାଗ କହୁଥିଲା ଅଜଗର ବୃଦ୍ଧଙ୍କୁ ଗିଳିନି ଯଦି ଅଜଗର ବୃଦ୍ଧଙ୍କୁ ଗିଳି ନଥିଲା ତେବେ ଅଜଗର ଓ ତାର ବାନ୍ତି କେଉଁ ଆଡେ ଉଭାନ ହେଇଗଲା। ବନ ବିଭାଗ ଭୟରେ ବାନ୍ତିକୁ ଲୁଚାଇ ଦେଇନି ତ ଆଉ ? ସତ ସାମ୍ନାକୁ ଆସିବା ଭୟରେ ମିଛ କହିନି ତ ବନ ବିଭାଗ। ଏ ପ୍ରଶ୍ନ ଆମର ନୁହେଁ ଏ ପ୍ରଶ୍ନ ପଚାରୁଛନ୍ତି ସାଧାରଣ ଲୋକେ।

ଆଉ ସାଧାରଣ ଲୋକଙ୍କର ଗୋଟିଏ କଥା ଯଦି ଅଜଗର ପେଟରେ ବୃଦ୍ଧ ନଥିଲେ। ଯଦି ବନ ବିଭାଗ କହୁଥିବା କଥା ସତ ଥିଲା ତାହାଲେ ଅଜଗର କେଉଁ ଆଡେ ଗଲା। କାହିଁକି ଅଜଗର ପାଖକୁ ଲୋକଙ୍କୁ ଯିବାକୁ ଦେଲେନି ବନ ବିଭାଗ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି କି ଅଜଗର ବାନ୍ତିକୁ ବନ ବିଭାଗ ଲୁଚେଇ ଦେଇଛି।ହେଲେ ଏହା ସତ କେତେ ମିଛ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

ସେପଟେ ପରିବାରରେ ବୃଦ୍ଧ ନିଖୋଜ ହେବା ଦିନ ଠାରୁ ଚୁଲି ଜଳୁନି। ବୟସର ଅପରାହ୍ନରେ ବୃଦ୍ଧଙ୍କ ପତ୍ନୀ ନିଜ ସାଥିକୁ ନପାଇ ଝୁରି ହେଉଛନ୍ତି ତାଙ୍କ ଆଖିରୁ ଶୁଖୁନି ଲୁହ। ତାଙ୍କ ସ୍ୱାମୀକୁ ଖୋଜି ଆଣିବାକୁ ସେ କେତେ ନିବେଦନ କଲେ। ବନ ବିଭାଗକୁ କହିଲେ ଅଜଗର ପେଟରୁ ମୋ ସ୍ୱାମୀକୁ ବାହାର କର। ହେଲେ ଅଜଗର ପେଟରୁ ବୃଦ୍ଧଙ୍କୁ ବାହାର କରିବେ କଣ ଅଜଗର ପେଟରେ କିଏ ଅଛି ଜାଣିବେ କଣ ବଂର ସେମାନେ ଅନ୍ୟକିଛି କଥା କହିଲେ। ଫରେଷ୍ଟ ଗାର୍ଡ କହିଲେ ମୋ ନିଜ ଅଭିଜ୍ଞତା ଭିତରେ ଅଜଗର ବୃଦ୍ଧଙ୍କୁ କେବେ ଗିଳି ପାରିବନି ଅଜଗର ପେଟରେ ବୃଦ୍ଧ ନୁହେଁ କିଛି ଜଙ୍ଗଲୀ ପଶୁ ଥାଇ ପାରନ୍ତି। ନିଜ ଜିଦରେ ଅଟଳ ବନ ବିଭାଗ ନା ଅଜଗର ପାଖକୁ ଲୋକଙ୍କୁ ଛାଡିଲା ନା ହିଁ ଅଜଗର ବାନ୍ତିକୁ ଲୋକଙ୍କ ସାମ୍ନାକୁ ଆଣିଲା।

ସମସ୍ତଙ୍କୁ କହିଲା ବୃଦ୍ଧଙ୍କୁ କେବେ ହେଲେ ଅଜଗର ଗିଳି ପାରିବନି। ହେଲେ ଏବେ ପ୍ରଶ୍ନ ଉଠୁଛି ଯଦି ବନ ବିଭାଗ କହିଥିବା କଥା ଠିକ ତାହାଲେ ବୃଦ୍ଧ ଏତେ ଦିନ ହେଲା କେଉଁ ଆଡେ ଗଲେ। ଆଉ ବୃଦ୍ଧଙ୍କୁ କାହିଁକି କେହି ଖୋଜୁନାହାନ୍ତି। ଅନ୍ୟପଟେ ଅଜଗର ବାନ୍ତି ଆଖ ପାଖରେ ନାହିଁ ତାହାଲେ ଅଜଗର ଓ ତାର ବାନ୍ତିକୁ କଣ ଲୁଚେଇ ଦେଲା କି ବନ ବିଭାଗ ଏମିତି ପ୍ରଶ୍ନ କରୁଛନ୍ତି ଲୋକେ। ଲୋକଙ୍କ ପ୍ରଶ୍ନ ମଧ୍ୟ ସ୍ବଭାବିକ କାରଣ ଲୋକ ଯେବେ ବନ ବିଭାଗକୁ କହୁଥିଲେ ଅଜଗର ପେଟ ସ୍କାନ କରିବାକୁ ସେତେବେଳେ ବନ ବିଭାଗ କିଛି ଏମିତି କହିଥିବା ଚର୍ଚ୍ଚା ହେଇଥିଲା କି ଅଜଗର ପେଟରେ ଯଦି ବୃଦ୍ଧ ଥିବ ତାହାଲେ ଥାଉ। ସେ ବୃଦ୍ଧଙ୍କୁ ଖାଇ ହଜମ କରିଦେବ। ତାର ପେଟ ସ୍କାନ କରିବା କଣ ଦରକାର ବୋଲି କହିଥିଲେ।

ତେବେ ଏହାରି ଭିତରେ ପରିବାର ବୃଦ୍ଧଙ୍କୁ ଖୋଜୁଥିବା ବେଳେ। ସ୍ତ୍ରୀ ବୃଦ୍ଧଙ୍କୁ ଝୁରି ଝୁରି ଶୁଖିଗଲେଣି। ଏବେ ବି ବୃଦ୍ଧଙ୍କ ପତ୍ନୀ କହୁଛନ୍ତି ମୋ ସ୍ୱାମୀଙ୍କୁ ଯଦି ଅଜଗର ଗିଳିନି ତାହାଲେ ତାଙ୍କୁ ଖୋଜି ଆଣି ମୋ ପାଖେ ପହଞ୍ଚାଇ ଦିଅ। ଜୀବନର ଆଉ କିଛି ବାକି ସମୟ ଆମେ ସାଥି ହୋଇ କାଟିବୁ। ତାଙ୍କ କଥା ମନେ ପଡୁଛି ମତେ ନହେଲେ ତାଙ୍କ ପାଖକୁ ନେଇ ଯାଅ ବୋଲି କହୁଛନ୍ତି ବୃଦ୍ଧଙ୍କ ସ୍ତ୍ରୀ। ହେଲେ ଦେଖିବାକୁ ବାକି ରହିଲା ଅଜଗର ପେଟରେ କିଏ ଥିଲା ତାର ସତ ସାମ୍ନାକୁ କେବେ ଆସୁଛି।

Leave a Reply

Your email address will not be published. Required fields are marked *