ପରୀକ୍ଷା ଖାତାରେ ଛାତ୍ରଙ୍କ ଉତ୍ତର ଦେଖି ସାର୍ ହେଲେ ବେହୋସ୍ , ଜାଣନ୍ତୁ ଏହା ପଛର କାରଣ

ଆମେ ପରୀକ୍ଷା ଖାତାରେ ଅନେକ ଥର ମଜାଳିଆ କଥା ଲେଖା ହୋଇଥିବାର ଦେଖିଥାନ୍ତି । ପିଲା ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବହୁତ ପ୍ରୟାସ କରିଥାନ୍ତି । ଆଉ ସେଥିପାଇଁ ସେମାନେ ମନକୁ ଯାହା ଆସେ ପରୀକ୍ଷା ଖାତାରେ ତାହା ଲେଖି ଦେଇଥାନ୍ତି । ଏପରିକି ଆପଣ ସମସ୍ତେ ଶୁଣିଥିବେ ପିଲା ମାନେ ପରୀକ୍ଷା ଖାତାରେ ଟଙ୍କା ପଇସା ମଧ୍ୟ ରଖି ଦେଇଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ମାମଲାଟି ଟିକିଏ ଅଲଗା ଅଟେ । ଆଉ ଯାହା ଟିକିଏ ମଜାଳିଆ ଅଟେ । ଯାହା ବିଷୟରେ ଶୁଣିବା ପରେ ଆପଣ ପେଟରେ ହାତ ଦେଇ ହସିବେ । ଏକ ପରୀକ୍ଷାରେ ଜଣେ ଛାତ୍ର ଏଭଳି ଉତ୍ତର ଲେଖିଥିଲେ , ଯାହାକୁ ଦେଖିବା ପରେ ସାର୍ ବି ବେହୋସ୍ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ଖାତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ , ଜଣେ ଛାତ୍ର ପରୀକ୍ଷା ଖାତାରେ ଏପରି କିଛି ଲେଖିଥିଲେ । ପରୀକ୍ଷାରେ ଏହା ପଡିଥିଲା କି , ଆମେ ପ୍ରଦୂଷଣରୁ କିପରି ମୁକ୍ତ ହୋଇପାରିବ ? ତେବେ ଏହାର ଉତ୍ତରରେ ଛାତ୍ର ଜଣକ ଏପରି କିଛି ଲେଖିଥିଲେ । ତେବେ ସେ ପ୍ରଥମେ ଲେଖିଥିଲେ କି , ଗାଡିରୁ ବାହାରୁଥିବା ଧୁଆଁ ଏବଂ କଳ କାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ଧୁଆଁ କମ ହେଲେ ପ୍ରଦୂଷଣରୁ ରକ୍ଷା ପାଇପାରିବା ।

ଏହାପରେ ସେ ଯାହା ଲେଖିଥିଲେ , ତାହା ଆପଣଙ୍କ ହୋସ ଉଡାଇଦେବ । ଏହାପରେ ସେ ଲେଖିଥିଲେ ଯେ , ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ , ସୋରିଷ ଫୁଲିଆ ଛିଟ ଶାଢ଼ୀ ତୁ ତୋତେ ଭାରି ମାନଇ । ଆମେ ଏପରି ସାବଧାନତା ଅବଲମ୍ବନ କରି ପ୍ରଦୂଷଣରୁ ମୁକ୍ତ ହୋଇପାରିବା। ତେବେ ଛାତ୍ରଙ୍କର ଏପରି ଉତ୍ତର ଖାତା ଦେଖିବା ପରେ ସାର୍ ବେହୋସ୍ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *