ବାପାଙ୍କ ପରେ ଆରପାରିକୁ ଚାଲିଗଲେ ମାଆ , ଅନାଥ ହୋଇଗଲେ ଦୁଇ ଝିଅ

ଦୁଇ ଦିନ ପୂର୍ବରୁ ପରିବାରରେ ଲାଗି ରହିଥିଲା ଖୁସିର ଆସର । କିନ୍ତୁ ଏହି ଖୁସି ଆଉ ବେଶୀ ଦିନ ଯାଏଁ ଖୁସି ହୋଇ ରହିଲା ନାହିଁ , ଏଥିରେ ଲାଗିଗଲା କାହାର ନଜର । ଆଉ ସବୁଦିନ ପାଇଁ ଅଲଗା ହୋଇଗଲେ ବାପା ମାଆଙ୍କ ଠାରୁ ଦୁଇ ଝିଅ । ଛୋଟ ଛୋଟ ବୟସରେ ନିଜ ବାପା ମାଆଙ୍କୁ ହରାଇ ଅନାଥ ହୋଇଗଲେ । ଏବେ ଛୋଟ ଛୋଟ ପିଲା ମାନେ ନିଜ ବାପା ମାଆଙ୍କୁ ଝୁରି ହେଉଛନ୍ତି ଆଉ ମୁଣ୍ଡ ବାଡେଇ ହେଉଛନ୍ତି । ଯାହାକୁ ଆପଣ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ।

ତେବେ ହଁ ଆଜ୍ଞା ଜଣେ ସ୍ତ୍ରୀର ନିଜ ସ୍ଵାମୀ ପ୍ରତି ଏତେ ଭଲ ପାଇବା ଯେ ସ୍ଵାମୀ ଆରପାରିକୁ ଯାଉ ଯାଉ ନିଜକୁ ଆଉ ଅଟକାଇ ପାରିଲେ ନାହିଁ , ଆଉ ନିଜେ ଜୀବନ ହାରି ଦେଲେ । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି , ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ନିକଟସ୍ଥ ବେଡାଗାଡିଆ ଗାଆଁରେ । ଦୀପାବଳି ଦିନ ନିଜ ଝିଅକୁ ଧରି ଘରକୁ ଫେରୁଥିଲେ ଗୋକୁଳ ଚନ୍ଦ୍ର । ଆଉ ଘରକୁ ଫେରି ଦୀପାବଳୀ ପାଳନ କରିବେ ବୋଲି ଭାବିଥିଲେ ।

କିନ୍ତୁ ତାଙ୍କ ଖୁସି ସେହି ଅଧା ବାଟରେ ରହିଗଲା । କାହିଁକି ନା ବାଟରେ ଆସିବା ସମୟରେ ଗୋକୁଳ ଚନ୍ଦ୍ରଙ୍କ ଗାଡ଼ି ସହିତ ଆଉ ଏକ ଗାଡ଼ି ଧ-କ୍କା ହୋଇଥିଲା । ଆଉ ଏଥିରେ ତାଙ୍କ ଜୀବନ ଚାଲି ଯାଇଥିଲେ । ଏପଟେ ଘରକୁ ସ୍ୱାମୀର ମୃ-ତଦେ-ହ ଆସିଥିଲା ଆଉ ଏହାକୁ ସହି ପାରି ନଥିଲା ସ୍ତ୍ରୀ । ସ୍ବାମୀକୁ ଝୁରି ଝୁରି ନିଜ ମୁଣ୍ଡ ବାଡେଇ ହେଉଥିଲା ଆଉ ନିଜେ ମଧ୍ୟ ଜୀବନ ହାରିବାକୁ ଚେଷ୍ଟା କରୁଥିଲା । ତେବେ ସେପଟେ ସ୍ୱାମୀର କ୍ରି-ୟା କର୍ମ ସାରି ଘରକୁ ଫେରିଲା ବେଳକୁ ଏପଟେ ଘରେ ଜୀବନ ହାରି ଦେଲା ସ୍ତ୍ରୀ ।

ଏହି କଥା ବର୍ତ୍ତମାନ କେହି ସହି ପାରି ନାହାଁନ୍ତି । ନିଜ ସ୍ଵାମୀ ପ୍ରତି ଏତେ ଭଲ ପାଇବା ଦେଖି ସମସ୍ତଙ୍କ ଆଖିରୁ ଲୁ-ହ ଆସି ଯାଉଛି । ଅନ୍ୟ ପକ୍ଷରେ ଦୁଇ ଝିଅ ଜଣକୁ ୧୩ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୭ ବର୍ଷ । ସେମାନେ ବିଚରା ଅନାଥ ହୋଇ ଯାଇଛନ୍ତି । ଆଉ କା-ନ୍ଦି କା-ନ୍ଦି କହିବାରେ ଲାଗିଛନ୍ତି କି , ଆମେ ଆଉ କେବେ ଦୀପାବଳୀ ପାଳିବୁ ନାହିଁ । କାହିଁକି ନା ଏହି ଦୀପାବଳୀ ଆମ ବାପା ମାଆଙ୍କୁ ଆମ ଠାରୁ ଦୂରେଇ ନେଲା ।

Leave a Reply

Your email address will not be published. Required fields are marked *