ପ୍ରେମ ପାଇଁ ବଳି ପଡ଼ିଲେ ଆଉ ଜଣେ ସୌମ୍ୟ । ପ୍ରେମିକା ସହିତ ନିର୍ବନ୍ଧ ପରେ ମିଳିଲା ପ୍ରେମିକର ଶବ , ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ :-

ସୋନାଲି ନନ୍ଦ ଙ୍କ ପ୍ରତାରଣା ସହି ନପାରି କିପରି ସୌମ୍ୟ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାହା ଆପଣ ମାନେ ନିଶ୍ଚିତ ଭାବରେ ଆପଣ ମାନେ ଜାଣିଥିବେ । ହୁଏତ ସୌମ୍ୟ ଏତେ କଷ୍ଟ ସହି ନପାରି ଆତ୍ମହତ୍ୟା କଲେ ବୋଲି ଏହା ସ୍ପଷ୍ଟ କିନ୍ତୁ ଏହି ପ୍ରେମ କାରଣରୁ ଅନ୍ୟ ଜଣେ ଯୁବକଙ୍କ ଜୀବନ ଯାଇଛି ସତ କିନ୍ତୁ ତାହା ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡ଼ିନାହିଁ । ତେବେ ଆଜିକାର ଏହି ଲେଖାରେ ଆମେ ଘଟିଥିବା ଏହି ଘଟଣା ସମ୍ବନ୍ଧରେ କହିବୁ ।

ସୂଚନା ଅନୁଯାୟୀ ଏହି ଘଟଣା ନୟାଗଡ଼ ଜିଲ୍ଲା ର ଅଟେ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପଦ୍ମାବତୀ ଗାଁ ର ନେତ୍ରାନନ୍ଦ ସାହୁ ଦୀର୍ଘ ଦିନ ଧରି ସରସ୍ୱତୀ ସାହୁଙ୍କୁ ପ୍ରେମ କରୁଥିଲେ । ଦୁହିଁଙ୍କ ପ୍ରେମ ଏପରି ଥିଲା ଯେ ବିବାହ ପର୍ଯ୍ୟନ୍ତ ବି କଥା ଯାଇଥିଲା । ଏମିତିକି ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା । କିନ୍ତୁ କୌଣସି କାରଣ ବଶତଃ ନିର୍ବନ୍ଧ ପରେ ବି ଦୁହିଁଙ୍କ ବିବାହ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ନେତ୍ରାନନ୍ଦ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଏବଂ ମାନସିକ ଚିନ୍ତାରେ ରହୁଥିଲେ ।

କିନ୍ତୁ ଗତ କିଛି ଦିନ ତଳେ ସରସ୍ୱତୀ ଙ୍କ ପରିବାର ଲୋକେ ନେତ୍ରାନନ୍ଦ ଙ୍କୁ ଘରକୁ ଡାକି ପଠାଇ ଥିଲେ । ତେଣୁ ସମ୍ପର୍କ ଠିକ ହେବା ଆଶା ନେଇ ନେତ୍ରାନନ୍ଦ ମଧ୍ୟ ଗଲେ । କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । ଆଗାମୀ ଦିନ ଏକ ନାଳରୁ ନେତ୍ରାନନ୍ଦ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଗଲା । ଯାହାକୁ କେହିବି ସହଜରେ ଭାବିବେ ଯେ ତାଙ୍କ ଶ୍ୱଶୁର ଘର ଲୋକେ ହିଁ ତାଙ୍କର ହତ୍ୟା କରିଛନ୍ତି ବୋଲି ।

ତେବେ ଏହି ଘଟଣା ପରେ ନେତ୍ରାନନ୍ଦ ଙ୍କ ପରିବାର ଲୋକେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ନେତ୍ରାନନ୍ଦ ଙ୍କ ଭାଇ ନିରଞ୍ଜନ ସାହୁ ସରସ୍ୱତୀ ସାହୁଙ୍କ ପରିବାର ଉପରେ ନେତ୍ରାନନ୍ଦ ଙ୍କ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ନେତ୍ରାନନ୍ଦ ଙ୍କର ଏପରି ହଠାତ ମୃତ୍ୟୁ ତାଙ୍କ ପରିବାର ଲୋକେ ସହି ପାରି ନାହାଁନ୍ତି ଏବଂ ତାଙ୍କ ଶ୍ୱଶୁର ଘର ଲୋକ ଉପରେ ଅଭିଯୋଗ ଆଣିବା ସହିତ ତଦନ୍ତ ପାଇଁ ଦାବି କରିଛନ୍ତି । ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ଯେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି ।

Leave a Reply

Your email address will not be published. Required fields are marked *