ଋଷ କରିବ ଶ୍ରୀମନ୍ଦିର ଉପରେ ଆକ୍ରମଣ ଆଉ ନେଇଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କୁ , ଏହା ମଧ୍ୟରେ ଥିବା ସତ୍ୟକୁ ଆସନ୍ତୁ ଜାଣିବା

ଭାରତ ଦେଶ ବାରମ୍ବାର ଯବନ ମାନଙ୍କ ଆକ୍ରମଣର ଶିକାର ହୋଇଛି । କାହିଁକି ଏତେ ବର୍ଷ ଧରି ଆକ୍ରମଣକାରୀ ମାନେ ଭଗବାନଙ୍କୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଭଗବାନଙ୍କ ଅଲୌକିକତା ଉପରେ ସେମାନଙ୍କ ପାପ ଦୃଷ୍ଟି ପକାଇଛନ୍ତି । ଅନେକ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି । ଜଗନ୍ନାଥ ମନ୍ଦିର ଉପରେ ଏହି ଘଟଣାର ପୁନରାବୃତ୍ତି ହେବ । ଋଷର ସେନା ବାହିନୀ ଆକ୍ରମଣ କରିବେ ଶ୍ରୀମନ୍ଦିର ଉପରେ ଆଉ ନେଇଯିବେ ଜଗତର ନାଥ ଜଗନ୍ନାଥଙ୍କୁ । ଆଉ ଏଭଳି ଏକ ସମୟ ଆସିବ , ଯେଉଁ ସମୟରେ ସମସ୍ତଙ୍କର ବୁଦ୍ଧି ଶୁନ୍ୟ ହୋଇଯିବ । ଆଉ ଋଷର ସେନା ମାନେ ମନ୍ଦିର ଆକ୍ରମଣ ପରେ ଭଗବାନଙ୍କୁ ରେଳ ମାଧ୍ୟମରେ ଋଷ ନେଇ ଯିବା ପାଇଁ ଚେଷ୍ଟା କରିବେ । କିନ୍ତୁ ବଇରୀ ଷ୍ଟେସନ ଠାରେ ହେବ ବୋମା ବିସ୍ଫୋରଣ ଆଉ ଇଞ୍ଜିନ ଚୂର୍ଣ୍ଣ ହୋଇଯିବ । ଆଉ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବେ ପ୍ରଭୁ ।

ମାଳିକାରେ ବର୍ଣ୍ଣିତ ଅନୁଯାୟୀ , ଋଷ ଜଗନ୍ନାଥ କ୍ଷେତ୍ର ପୁରୀ ଉପରେ ଆକ୍ରମଣ କରିବ । ଆଉ ଦାରୁବ୍ରହ୍ମଙ୍କୁ ଋଷ ନେଇଯିବ ।ତେବେ ମାଳିକାରେ ଥିବା ଶବ୍ଦ ଅନୁଯାୟୀ , ତ୍ରିଚଟା ଅର୍ଥାତ ଋଷର ଲୋକମାନେ । ବର୍ତ୍ତମାନ ଋଷ ଆଉ ୟୁକ୍ରେନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଛି । ଅନ୍ୟପକ୍ଷରେ ମାଳିକାର ଅନ୍ୟ ପଦରେ ଲେଖାଯାଇଛି ଯେ , ଋଷର କୂଟ ନଦୀ କୂଳରେ ଏଭଳି ଏକ ଦିବ୍ୟଶକ୍ତି ରହିଛି ଯାହାକୁ ଋଷ ନିଜ ହାତକୁ ନେଇଯିବ ଆଉ ଯେଉଁ ଯୁଦ୍ଧ ଅସ୍ତ୍ରକୁ ପ୍ରୟୋଗ କରିବାପାଇଁ ତାକୁ ଏକ ଶକ୍ତି ପିଣ୍ଡର ଆବଶ୍ୟକତା ପଡିବ । ତେବେ ଏ କଥା ପ୍ରଚଳିତ ଅଛି ଯେ , ଜଗନ୍ନାଥଙ୍କ ଦାରୁବ୍ରହ୍ମରେ ଯେଉଁ ଶକ୍ତି ପିଣ୍ଡ ରହିଛି ତାହା ପ୍ରଭୁ ଶ୍ରୀକୃଷ୍ଣଙ୍କ ହୃଦୟ ଅଟେ ଆଉ ତାହା ଏକ ଶକ୍ତିପୁଞ୍ଜ ଅଟେ । ତାହା ଏଭଳି ଏକ ଶକ୍ତିପୁଞ୍ଜ ଅଟେ , ଯାହା କେବେ ମଧ୍ୟ ସରିବ ନାହିଁ ଅର୍ଥାତ ଅଜସ୍ର ଶକ୍ତି ତାହା ମଧ୍ୟରୁ ସୃଷ୍ଟି ହୋଇପାରିବ ।

ବୋଧହୁଏ ଏହି ଶକ୍ତିପୁଞ୍ଜକୁ ଋଷର ବୈଜ୍ଞାନିକ ମାନେ ସନ୍ଧାନ କରିବେ ଆଉ ତାକୁ ବ୍ୟବହାର କରିବେ । ଆଉ ସେଇଥିପାଇଁ ସେମାନେ ପୁରୀ ଉପରେ ଆକ୍ରମଣ କରିବାକୁ ଯୋଜନା କରିବେ । ନଚେତ ଏହାବ୍ୟତୀତ ଆଉ କଣ କାରଣ ହୋଇପାରେ ଋଷର ସେନା ଜଗନ୍ନାଥ ଧାମ ଉପରେ ଆକ୍ରମଣ କରିବେ । ତେବେ ଆଉ ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ କି , କାହିଁକି ସେମାନେ ବିମାନରେ ଚତୁର୍ଦ୍ଧାମୂରତୀଙ୍କୁ ନେଇପାରିବେ ନାହିଁ । ତେବେ କହିରଖୁଛୁ ଯେ , ଜଗନ୍ନାଥଙ୍କ ମଧ୍ୟରେ ଯେଉଁ ବ୍ରହ୍ମ ରହିଛି , ତାହା ଯଦି ବାସ୍ତବରେ ଶ୍ରୀକୃଷ୍ଣଙ୍କର ହୃଦୟ ହୋଇଥାଏ , ତେବେ ତାହା ଅଧା ବାଟରେ ବିମାନକୁ ବିସ୍ଫୋରଣ କରିଦେବ । ତେବେ ଏହି କାରଣ ଯୋଗୁଁ ଋଷ ସେନା ମାନେ ଜଗନ୍ନାଥଙ୍କୁ ଟ୍ରେନ ମାଧ୍ୟମରେ ନେବା ପାଇଁ ଚେଷ୍ଟା କରିବେ ।

ତେବେ ଅନେକ ଲୋକଙ୍କ କହିବା ଅନୁସାରେ , ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ସମୟରେ ଏହି ବ୍ରହ୍ମକୁ ଗୋଟିଏ ଦାରୁରୁ ଆଉ ଗୋଟିଏ ଦାରୁରେ ନେଇ ରଖୁଥିବା ମଣିଷର ମୃତ୍ୟୁ ହୋଇଯାଏ । ତେବେ ଏ କଥା କେତେ ସତ ଆଉ କେତେ ମିଛ ତାହା କହି ହେବ ନାହିଁ । ଯଦି କୌଣସି ଶକ୍ତି ପିଣ୍ଡକୁ ଉଚ୍ଚ ସ୍ଥାନକୁ ନିଆଯାଏ , ତେବେ ଏ ମଧ୍ୟରୁ ଅନେକ ବିକିରଣ ମଧ୍ୟ ହୋଇଥାଏ । ଯଦି ଜଗନ୍ନାଥଙ୍କ ମଧ୍ୟରେ ଏଭଳି ଶକ୍ତି ପିଣ୍ଡ ରହିଛି , ଏହାକୁ ଆକାଶମାର୍ଗରେ ନେବା ସୁରକ୍ଷିତ ହେବ ନାହିଁ ।ଅନ୍ୟପକ୍ଷରେ ପ୍ରମାଣ ରହିଛି ଯେ ବଡ଼ ବଡ଼ ଦେଶ ମାନେ ଏଭଳି ଶକ୍ତିପିଣ୍ଡକୁ ସ୍ଥଳ ଭାଗରେ ଅତ୍ୟନ୍ତ ସୁରକ୍ଷିତ ଭାବରେ ନେଇ ଯାଆନ୍ତି । ତେବେ ଆପଣ ମାନଙ୍କୁ ଏହା ମିଥ୍ୟା ଲାଗୁଥାଇପାରେ କିନ୍ତୁ ଆଉ ବି କଣ କାରଣ ହୋଇପାରେ ଋଷର ପୁରୀ ଉପରେ ଆକ୍ରମଣ କରିବା ଉପରେ । ତେବେ ଅନ୍ୟ ପଟେ ମାଳିକାରେ ଲେଖାଯାଇଛି କି , ମହାଭାରତର ଅନେକ ଯୋଦ୍ଧା ପୃଥିବୀ ପୃଷ୍ଠରେ ଜନ୍ମ ନେଇ ସାରିଛନ୍ତି । ଆଉ ସେମାନେ ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ଦେଶରେ ରହିଛନ୍ତି ।

ତେବେ ଯେଉଁ ମହାଶସ୍ତ୍ର କଥା କୁହାଯାଉଛି , ସେହି ମହାଶସ୍ତ୍ର ପାଇଁ ଜଗନ୍ନାଥଙ୍କ ମଧ୍ୟରେ ଥିବା ବ୍ରହ୍ମର ପ୍ରୟୋଗ କରାଯିବ କି ।ତେବେ ଏହି କାର୍ଯ୍ୟରେ ଋଷ କେବେ ବି ସଫଳ ହେବ ନାହିଁ ବୋଲି ଲେଖାଯାଇଛି । ବଇରୀ ଷ୍ଟେସନରେ ଇଞ୍ଜିନ ଚୂର୍ଣ୍ଣ ହୋଇଯିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏ କଥା ମଧ୍ୟ ମାଳିକାର ଅନ୍ୟ ଭାଗରେ ଲେଖାଯାଇଛି କି ପାଣ୍ଡବ ମାନେ ମଧ୍ୟ ଜନ୍ମଗ୍ରହଣ କରି ସାରିଛନ୍ତି । ଅଶ୍ୱତ୍ଥମା , ଏକଲବ୍ୟ ଆଉ ତା ସହିତ ଅଭିମନ୍ୟୁ ମଧ୍ୟ ଜନ୍ମ ନେଇ ସାରିଛନ୍ତି । ତେବେ ନିଶ୍ଚିତ ଭାବରେ ଏଭଳି କିଛି ଶକ୍ତି ରହିବ , ଯାହା ଋଷକୁ ବିରୋଧ କରିବ । ଆଉ ଯେଉଁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରେଳ ଷ୍ଟେସନରୁ ନେଇ ଆସିବେ । ଆଉ ତାପରେ ଦାରୁକୁ ଛତିଆ ମନ୍ଦିରକୁ ନେଇଯିବେ । ଆଉ ଭକ୍ତ ମାନେ ସେଠାରେ ହିଁ ଭଗବାନଙ୍କୁ ପୂଜା କରିବେ । ଛତିଆ ଧାମରେ ସାତ ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କର ଲୀଳା ହେବ ଆଉ ତାହା ଶ୍ରୀକ୍ଷେତ୍ର ପଲଟିଯିବ । ତେବେ କେତେ ସତ କେତେ ମିଛ ଏହି ରହସ୍ୟ । କିନ୍ତୁ ଭଗବାନଙ୍କ ମଧ୍ୟରେ ଥିବା ସେହି ବ୍ରହ୍ମ ଏବେ ମଧ୍ୟ ଏକ ବଡ଼ ରହସ୍ୟ ହୋଇଯାଇଛି

Leave a Reply

Your email address will not be published. Required fields are marked *