ସମସ୍ତେ କରିଥିଲେ ଅପେକ୍ଷା । କିନ୍ତୁ ଅନ୍ତିମ ଦର୍ଶନ ପାଇଁ ବି ଆସିଲେନି ବର୍ଷା ପ୍ରିୟଦର୍ଶନୀ , ପଞ୍ଚଭୂତରେ ଲୀନ ହୋଇଗଲେ ଅନୁଭବଙ୍କ ବାପା ।

ଅନୁଭବଙ୍କ ସାଙ୍ଗରେ ଆଜି ପୁରା ଓଡ଼ିଶା ଦୁଃଖରେ । ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗରେ ଦୁଃଖୀ ହୋଇ ଯାଇଛନ୍ତି ଅନେକ ଲୋକ । ଯେଉଁମାନେ ଅନୁଭବଙ୍କ ବାପା ସ୍ବର୍ଗତ ଅଭୟ କୁମାର ମହାନ୍ତିଙ୍କୁ ଜାଣିଥିବା ଲୋକ ସହିତ ଅନୁଭବଙ୍କୁ ଭଲ ପାଉଥିବା ଲୋକ ମଧ୍ୟ ଆଜି କାନ୍ଦୁଛନ୍ତି ।

ଅନୁଭବ ମହାନ୍ତି ନିଜ ବାପାଙ୍କୁ କେତେ ଭଲ ପାଆନ୍ତି ତାହା ସମସ୍ତେ ଜାଣିଛନ୍ତି । ନିଜର କୌଣସି ଦୁଃଖ ସୁଖ କିମ୍ବା କୌଣସି ମନ୍ତବ୍ୟ ଦେବା ସମୟରେ ସେ ନିଜ ବାପାଙ୍କ ନାମ ନେଇଥାନ୍ତି । ଅନୁଭବ ମହାନ୍ତି ଯେତେବେଳେ ଜୀବନର ଖୁବ ଦୁଃଖ ସମୟ ଦେଇ ଗତି କରୁଥିଲେ ସେତେବେଳେ ତାଙ୍କ ବାପା କିଡନୀ ରୋଗର ଶିକାର ହୋଇଥିଲେ ।

ତଥାପି ଅନୁଭବ ନିଜ ବାପାଙ୍କୁ ଭଲ କରିବା ପାଇଁ ପ୍ରାଣପଣେ ଲାଗି ପଡ଼ିଥିଲେ । ଏଇ କିଛି ଦିନ ତଳେ ଅନୁଭବ ଦୀର୍ଘ ଦିନର ଆଇନ ଲଢ଼େଇରେ ସଫଳ ହୋଇଥିଲେ । ଏତେ ଦୁଃଖ ପରେ ଟିକିଏ ଖୁସି ଆସୁ ଆସୁ ଜୀବନ ପୁଣି ଦୁଃଖରେ ଭରିଗଲା । ରୋଗଗ୍ରସ୍ତ ଶରୀର ସାଙ୍ଗକୁ ନିଜ ପୁଅର ଦୁଃଖ ଦେଖି ସେ ଖୁବ ଭାଙ୍ଗି ପଡ଼ିଥିଲେ ।

ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ନିଜ ପୁଅର ସୁଖ ଦେଖିବାକୁ ଇଚ୍ଛା କରି ଯେତେବେଳେ ଟିକିଏ ଖୁସି ଆସିଲା ସେତେବେଳେ ବାପା ଏ ଦୁନିଆ ଛାଡ଼ି ଚାଲିଗଲେ । ଏଭଳି ସମୟରେ ସମସ୍ତେ ଆଶା କରୁଥିଲେ ଯେ ହୁଏତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଶେଷ ଥର ପାଇଁ ନିଜର ଶ୍ୱଶୁରଙ୍କୁ ଦେଖିବାକୁ ଆସିବେ ।

ଯେତେ ଯାହା ହେଲେବି ଅନ୍ତତଃ ଜଣେ ଗୁରୁଜନଙ୍କ ଶେଷ ଦର୍ଶନ ଭାବି ବର୍ଷା କାଳେ ଦୌଡ଼ି ଆସିବେ ବୋଲି ଭାବିଥିଲେ ଲୋକେ । କିନ୍ତୁ ବର୍ଷା ଆସି ନଥିଲେ । କାରଣ ସେହି ଘରେ ସେ ଦୀର୍ଘ ଦିନ ଧରି ଅନୁଭବଙ୍କ ସ୍ତ୍ରୀ ଏବଂ ସ୍ବର୍ଗତ ଅଭୟ ମହାନ୍ତିଙ୍କ ବୋହୂ ଭାବରେ ରହି ଆସୁଥିଲେ ।

ଅନେକ ଲୋକ ଯେଉଁମାନଙ୍କର ଅନୁଭବଙ୍କ ସହିତ କୌଣସି ପାରିବାରିକ ସମ୍ପର୍କ ନାହିଁ , ସେମାନେ ମଧ୍ୟ ଛୁଟି ଆସିଛନ୍ତି ଅନୁଭବଙ୍କ ପାଖକୁ । କିନ୍ତୁ ଯିଏ ଆସିବାର ଆଶା ଥିଲା ସେ କିନ୍ତୁ ଆଉ ଆସିଲେନି । ଯେଉଁ ଘର ଏବଂ ପରିବାରକୁ ବର୍ଷା ନିଜ ଘର ବୋଲି ଦାବି କରୁଥିଲେ ସେ ଏଭଳି ସମୟରେ କିଭଳି ଆସିଲେନି ବୋଲି ଭାବି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *