ନୂଆବର୍ଷରେ ଅନୁଭବଙ୍କୁ ବଡ଼ ଗିଫ୍ଟ ଦେଲେ ବର୍ଷା । ଯାହାକୁ ପାଇ ବେଶ ଖୁସି ଅନୁଭବ । ଆଉ କହିଲେ , ଯାହା ଆଶା କରୁଥିଲି………

ନୂଆବର୍ଷ ଆରମ୍ଭରୁ ବର୍ଷା ପ୍ରିୟଦର୍ଶୀନି ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଗିଫ୍ଟ ଦେଇଛନ୍ତି । ଯାହାକୁ ନେଇ ଅନୁଭବ ହସୁଛନ୍ତି । ତେଣୁ ଏଭଳି କୁହାଯାଉଛି ଯେ ଅନୁଭବ କରିଥିବା ଆଶା ବର୍ତ୍ତମାନ ପୂରଣ ହୋଇଛି । ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶୀନି ବିବାହ ବିଚ୍ଛେଦ ମାମଲା ଥମିବାକୁ ନାମ ନେଉ ନାହିଁ । ଏହା ଏଭଳି ଏକ ବିଚ୍ଛେଦ ମାମଲା ଯାହାକି ବର୍ଷ ବର୍ଷ ଧରି କୋର୍ଟରେ ଗଡ଼ି ଚାଲିଛି । କିନ୍ତୁ ତଥାପି ଷ୍ଟାର ଦମ୍ପତ୍ତିଙ୍କର ବିବାହ ବିଚ୍ଛେଦ ହୋଇପାରୁ ନାହିଁ । କଟକ ଫ୍ୟାମିଲି କୋର୍ଟରୁ ମାମଲା କଟକ ହାଇକୋର୍ଟରେ ପହଞ୍ଚିଲାଣି । ଆଉ ଏହାରି ଭିତରେ ବର୍ଷା ନୂଆବର୍ଷରେ ଅନୁଭବଙ୍କୁ ଆଉ ଏକ ଗିଫ୍ଟ ଦେଇଛନ୍ତି ।

ଯାହାକୁ ନେଇ ଅନୁଭବ ଆଶ୍ଚର୍ଯ୍ୟ ହେବେ ନା ଖୁସି ହେବେ କିଛି ବୁଝି ପାରି ନାହାଁନ୍ତି । ବର୍ଷା ପ୍ରିୟଦର୍ଶୀନି କୁଆଡ଼େ ଅନୁଭବଙ୍କ ନାମରେ ଆଉ ଏକ ମିଥ୍ୟା ଅଭିଯୋଗକୁ ଯୋଡ଼ି ଦେଇଛନ୍ତି । ଯାହାକି ନୂଆବର୍ଷ ୨୦୨୪ ରେ ଅନୁଭବଙ୍କ ପାଇଁ ବର୍ଷାଙ୍କ ଠାରୁ ମିଳିଛି ବଡ଼ ଗିଫ୍ଟ । ଆଉ ଏହାକୁ ନେଇ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି ।

ସେହି ପୋଷ୍ଟରେ ଅନୁଭବ ମହାନ୍ତି ଲେଖିଛନ୍ତି ଯେ ” ବର୍ଷା ନୂଆବର୍ଷରେ ମୋ ନାମରେ ଆଉ ଏକ ମିଥ୍ୟା ଅଭିଯୋଗ କରିଛନ୍ତି । ବିଗତ ଚାରି ବର୍ଷ ହେବ ମୁଁ ଛାଡ଼ପତ୍ର ପାଇଁ ଲଢ଼ି ଆସୁଛି । ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଅନୁମତି ମଧ୍ୟ ମିଳିସାରିଛି । ” କହିରଖିବୁ ଯେ ୨୦୨୪ ନୂଆବର୍ଷରେ ବର୍ଷାଙ୍କ ଦ୍ୱାରା କରାଯାଇଥିବା ଏହା ହେଉଛି ଆଉ ଏକ ଅଭିଯୋଗ ।

ଯାହା ସାମ୍ନାକୁ ଆସିବା ପରେ ଅନୁଭବ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ବର୍ଷାଙ୍କ ସହିତ ତାଙ୍କ ପରିବାରର ମିଥ୍ୟାକୁ ସେ ପୁଣିଥରେ ପ୍ରମାଣିତ କରିବେ । ନିଜ ନାମରେ ହୋଇଥିବା ସବୁ ପ୍ରକାରର ମିଥ୍ୟା ଅଭିଯୋଗକୁ ସେ ନିଜେ ଭୁଲ ପ୍ରମାଣିତ କରିବେ ବୋଲି ମଧ୍ୟ କହିଛନ୍ତି । ଏପଟେ ବର୍ଷା କରିଥିବା ଅଭିଯୋଗ ବିଷୟରେ କିଛିବି ଜଣା ପଡ଼ିନାହିଁ ।

କହିରଖିବୁ ଯେ ପୂର୍ବରୁ ପରିବାର ଅଦାଲତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶୀନିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇପାରିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ । ଯାହାକୁ ହାଇକୋର୍ଟରେ ଅନୁଭବ ମହାନ୍ତି ଚ୍ୟାଲେଞ୍ଜ କରିଥିଲେ । ତେବେ ହାଇକୋର୍ଟରେ ପରିବାର ଅଦାଲତର ନିର୍ଦେଶକୁ ଖାରଜ କରି ସେମାନଙ୍କ ଛାଡ଼ପତ୍ର ହୋଇ ପାରିବ ବୋଲି କହିଥିଲେ । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ବର୍ଷା ପୁଣିଥରେ ଅନୁଭବଙ୍କ ନାମରେ କେଉଁ ପ୍ରକାରର ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *