ନୂଆ ରୂପରେ ଆସୁଛନ୍ତି ଅନୁଭବ ମହାନ୍ତି , ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି ଓଲିଉଡର ସୁପରଷ୍ଟାର ତଥା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି । ନିଜ ପାରିବାରିକ ବିବାଦ ପାଇଁ ବେଶ୍ କିଛିଦିନ ହେବ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ ଅନୁଭବ । ଯାହା ବିଷୟରେ ଲୋକ ମାନେ ନୂଆ ନୂଆ ମତ ଦେବା ଆରମ୍ଭ କରିଥିଲେ । ତେବେ ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ନୂଆ ନୂଆ ଆଉ ସୁନ୍ଦର ସୁନ୍ଦର ଓଡ଼ିଆ ଫିଲ୍ମ ଭେଟି ଦେଇଥିବା ଅନୁଭବ , ଏବେ ପୁଣି ଥରେ ନୂଆ ଫିଲ୍ମ ନେଇ କରି ଆସୁଛନ୍ତି ।

ତେବେ ଏ ବାବଦରେ ଆମେ ସୋସିଆଲ ମିଡିଆରୁ ଜାଣି ପାରିବା । ସମସ୍ତେ ଏ ବାବଦରେ ନୂଆ ନୂଆ ଭିଡିଓ କରି ଛାଡିବାର ଲାଗିଛନ୍ତି ଆଉ ଏହାର ପ୍ରମୋଷନ୍ କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଫିସିଆଲ୍ ଚ୍ୟାନେଲରେ ଏ ବାବଦରେ କିଛି ବି ମନ୍ତବ୍ୟ କିମ୍ବା ପୋଷ୍ଟର ବାହାର କରା ଯାଇନାହିଁ । ତେବେ ଏହି ନୂଆ ଚଳଚିତ୍ରର ନାମ ହେଉଛି “ରାବଣ” । ତେବେ ସୋସିଆଲ ମିଡିଆରେ ଯାହା ଦେଖିବାକୁ ମିଳୁଛି ଦମଦାର ଫାଇଟ୍ ସାଙ୍ଗକୁ ଆକ୍ସନ ରହିଛି ଏହି ଫିଲ୍ମରେ ।

ଅନୁଭବ ନିଜ ହ୍ୟାଣ୍ଡସମ୍ ଲୁକ୍ ଆଉ ଷ୍ଟାଇଲ ସହିତ ପରଦାରେ କରୁଛନ୍ତି ଏଣ୍ଟ୍ରି ଆଉ ସମସ୍ତଙ୍କୁ ଚମକାଇ ଦେଉଛନ୍ତି । ତେବେ ଏହି ଫିଲ୍ମ ବିଷୟରେ ଏ ପର୍ଯ୍ୟନ୍ତ ଅନୁଭବ ନିଜେ କିଛି କହି ନାହାଁନ୍ତି । ଦେଖାଯାଉ ଅନୁଭବ ଏ ବାବଦରେ ନିଜର କଣ ମନ୍ତବ୍ୟ ରଖିଛନ୍ତି ଆଉ ଫିଲ୍ମଟି କେବେ ଆସିବ ବୋଲି କହୁଛନ୍ତି । ଅନ୍ୟ ପକ୍ଷରେ ନିଜ ଅଫିସିଆଲ୍ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନୁଭବ ଅନେକ ଥର ଏକ ଫିଲ୍ମର ସୁଟିଂ ବିଷୟରେ ସୂଚନା ଦେଇଛନ୍ତି।

ଆଉ ସେ ବିଷୟରେ ନୂଆ ନୂଆ ତଥ୍ୟ ବି ପ୍ରଦାନ କରିଥାନ୍ତି । ସେଥିରେ ଫିଲ୍ମର ସୁଟିଂ ଆଉ ଫିଲ୍ମ ବିଷୟରେ ମଧ୍ୟ ଅପଡେଟ ଦେଇଥାନ୍ତି । ତେବେ ନିକଟରେ ସେ ଯେଉଁ ଫିଲ୍ମର ସୁଟିଂ ଭିଡିଓ ଅପଲୋଡ଼ କରିଥିଲେ , ତାର ନାମ ହେଉଛି “ଆଇ ଲଭ ଲଣ୍ଡନ” । ତେବେ ଲଣ୍ଡନରେ ଏହି ଫିଲ୍ମର ସୁଟିଂ ଚାଲିଥିବା ଭିଡିଓ ଅନେକ ଦିନରୁ ଅନୁଭବ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅପଲୋଡ଼ କରି ଆସୁଛନ୍ତି । ଆଉ ସୋସିଆଲ ମିଡିଆରେ ମଧ୍ୟ ଅନୁଭବଙ୍କ ନୂଆ ଲୁକ୍ ଆଉ ଷ୍ଟାଇଲକୁ ଲୋକ ମାନେ ପସନ୍ଦ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *