ଅନୁଭବଙ୍କୁ ନେଇ ମୁଁହ ଖୋଲିଲେ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀ:- ସେଲିବ୍ରେଟିଙ୍କୁ ଏଭଳି କଥା ଶୋଭା ପାଏ ନାହିଁ କିନ୍ତୁ ଯିଏ ସେଇ କଷ୍ଟକୁ ଅନୁଭବ କରିଛି ସେହିଁ ଜାଣିଛି….

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି। କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ତେବେ ଓଡିଆ କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ ବିବାହ କରି ବେଶ ହସ ଖୁସିରେ ଜୀବନ ବିତାଉ ଥିବା ବେଳେ ଆଉ କିଛି କଳାକାର ମାନେ ବିବାହ ବନ୍ଧନରୁ ଅଲଗା ହୋଇ ସାରିଛନ୍ତି।

ଗତ କିଛି ମାସ ହେବ ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ଅନୁଭବ ମହାନ୍ତି ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ଅଛନ୍ତି। ବର୍ଷା ଏବଂ ଅନୁଭବ ଦୁହେଁ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଇ ୨୦୧୪ ମସିହାରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କ-ଳ-ହ ଯୋଗୁ ଦୁହେଁ ବର୍ତ୍ତମାନ ବିବାହ ବନ୍ଧନରୁ ଅଲଗା ହେବା ପାଇଁ କୋ-ର୍ଟରେ କେ-ସ ଲ-ଢ଼ୁଛନ୍ତି।

୧୯ ତାରିଖ ଗୁରୁବାର ଦିନ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡ଼ିଓ କରି ସେୟାର କରିଥିଲେ ଯାହାକି ତାଙ୍କର ସମସ୍ତ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ସେ ଭିଡ଼ିଓରେ ଅନୁଭବ ମହାନ୍ତି ମାନସିକ ଯନ୍ତ୍ର-ଣାରେ ଥିବା କଥା କହିଛନ୍ତି ଏବଂ ସେ ଏହି ଯନ୍ତ୍ର-ଣାରେ ନିଜେ କେତେବେଳେ ଭୁଲ ଅବା ଆ-ତ୍ମହ-ତ୍ୟା କରି ବସିବେ ସେ କଥା ମଧ୍ୟ ଆପଣ ଶୁଣିବାକୁ ପାଇବେ। ଯାହାକି ଆପଣଙ୍କୁ ସ୍ତବ୍ଧ କରିଦେବ।

ଅନୁଭବ ମହାନ୍ତି ସେୟାର କରିଥିବା ଭିଡ଼ିଓରେ ନିଜର ବ୍ୟକ୍ତି ଗତ ଜୀବନ ବିଷୟରେ କହିଛନ୍ତି। ସେ ନିଜେ ନେଇଥିବା ନିଷ୍ପତ୍ତି ପାଇଁ ଆଜି ପଶ୍ଚା-ତପ କରୁଛନ୍ତି ବୋଲି ତାହା ଜଣା ପଡ଼ିଛି। ସୋସିଆଲ ମିଡିଆରେ ସେୟାର କରିଥିବା ଭିଡ଼ିଓରେ ଅନୁଭବ ମହାନ୍ତି କହିଛନ୍ତି, ” ମୁଁ ଜାଣି ସାରିଲାଣି ନ୍ୟାୟ ଅପେକ୍ଷାଠୁ ଭଲ ମୃ-ତ୍ୟୁକୁ ଆପଣେଇ ନେବା।” ଏହି କଥା ଓଡ଼ିଶାର ସମସ୍ତ ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି। ଅନୁଭବ ଙ୍କ ଭଳି ଜଣେ ଷ୍ଟ୍ରଙ୍ଗ ଲୋକେ ଆଜି ସେ ମାନ-ସିକ ସ୍ତରରେ ଭା-ଙ୍ଗି ପଡିଛନ୍ତି।

ସେ ନିଜ ବୈବାହିକ ଜୀବନକୁ ନେଇ ଅନେକ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୁଁ ଜୀବନରେ ବହୁ ପରିଶ୍ରମ କଲି, ଝାଳ, ର-କ୍ତ ବୁହାଇଲି। ବାପା ମାଆଙ୍କ ସ୍ୱପ୍ନ ପୂରଣ କଲି କିନ୍ତୁ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ମୁଁ ଭୁଲ କରିଦେଲି। ମୁଁ ଜୀବନ ସାଥି ବାଛିବାରେ ଭୁଲ କରି ଦେଲି। ଭଲ ପାଇ ମଣିଷ ଖୁସିରେ ରୁହନ୍ତି କିନ୍ତୁ ମୁଁ କେବେ ଦେଖି ନଥିବା ଥା-ନା କୋର୍ଟ କ-ଚେ-ରୀ ଓ ପୋ-ଲି-ସ ପାଖକୁ ଦୌଡୁଛି।

ତେବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ କମ୍ ସମୟରେ ଭାଇରାଲ ହେବାରେ ଲାଗିଥିଲା। ଅନୁଭବ ଙ୍କ ମୁଁହରୁ ଏଭଳି କଥା ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ଏବଂ ଏହାକୁ ନେଇ ଅନେକ ନିଜର ମତାମତ ମଧ୍ୟ ଦେଇଛନ୍ତି। ତେବେ ଆଇ-ନଜୀ-ବୀ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି।

ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମରେ ଆସି କହିଛନ୍ତି, ଜଣେ ମିଡ଼ିଆର ଶ-ତ୍ରୁ ମିଡ଼ିଆ ହୋଇଥାଏ ସେହିଭଳି ପୁରୁଷର ପୁରୁଷ ଏବଂ ପୋ-ଲି-ସର ଜଣେ ପୋ-ଲି-ସ ହିଁ ଶ-ତ୍ରୁ ହୋଇଥାଏ। ତେବେ ଅନୁଭବ କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ସେ କେବଳ ହିଁ ଭଲ ଭାବରେ ଜାଣିଥିବେ। ସେ ମାନ-ସିକ ସ୍ତରରେ ଭା-ଙ୍ଗି ପଡିଛନ୍ତି। ସେ ଯେଉଁ ଆ-ତ୍ମହ-ତ୍ୟା କରିବା କଥା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା ଅଟେ। ସେ ଜଣେ ସେଲିବ୍ରେଟି ଅଟନ୍ତି ତାଙ୍କୁ ଅନେକ ଅନେକ ଲୋକମାନେ ଅନୁସରଣ କରନ୍ତି। ଅଧିକାଂଶ ଓଡ଼ିଶାର ଯୁବପିଢ଼ି ମାନେ ତାଙ୍କୁ ଅନୁସରଣ କରନ୍ତି। ଯାହାକି ତାଙ୍କର ନିଷ୍ପତ୍ତି ଏବଂ କାର୍ଯ୍ୟକଳାପ ତାହାର ପ୍ର-ଭା-ବ ତାଙ୍କ ଫ୍ୟାନ ଉପରେ ପଡି ପାରେ।

Leave a Reply

Your email address will not be published. Required fields are marked *