ଅନୁଭବଙ୍କ ଡାକ ଶୁଣିଲେ ଭଗବାନ । ବର୍ତ୍ତମାନ ଖୁସି ଉପରେ ଖୁସି ଆସିଛି । ଯାହାକୁ ନେଇ ଅନୁଭବ କହିଛନ୍ତି …….

ଆଜି ବହୁତ ଖୁସି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଅନୁଭବ ମହାନ୍ତିଙ୍କୁ ନେଇ ବର୍ତ୍ତମାନ ଏମିତି ଏକ ଖବର ଆସିଛି ଯାହାକି ତାଙ୍କୁ ଭଲ ପାଉଥିବା ଏବଂ ତାଙ୍କ ପାଇଁ ଭଗବାନଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରୁଥିବା ଲୋକଙ୍କୁ ବେଶ ଖୁସି ଦେଇଛି । ଅନୁଭବଙ୍କ ଫ୍ୟାନ ମାନେ ମଧ୍ୟ ଅନୁଭବଙ୍କ ପାଇଁ ବେଶ ଖୁସି ଅଛନ୍ତି । ସାଂସଦ ଅନୁଭବ ମହାନ୍ତି ସବୁବେଳେ କହନ୍ତି ଯେ ଜୀବନରେ କିଛିବି କର କିନ୍ତୁ ନିଜ ବାପା ମା’ଙ୍କୁ ସବୁବେଳେ ଭଲ ପାଅ ଏବଂ ସେମାନଙ୍କ ଯତ୍ନ ନିଅ । ଯେଉଁ ଫ୍ୟାନ ମାନେ ଅନୁଭବଙ୍କ ଟ୍ୟାଟୁ ନିଜ ହାତରେ ଆଙ୍କିଛନ୍ତି ସେମାନଙ୍କୁ କହନ୍ତି ଯେ ” ମୋର ଫୋଟ ନଆଙ୍କି ନିଜ ବାପା ମା’ଙ୍କ ଟ୍ୟାଟୁ ଆଙ୍କ । ”

ଅନୁଭବ ମହାନ୍ତି ସବୁବେଳେ ଏହି କଥା କହି ଆସିଛନ୍ତି ଯେ ଯଦି ଆଜି ସେ ଏହି ଜାଗାରେ ଅଛନ୍ତି ତେବେ ଏଥିପାଇଁ କେବଳ ଭଗବାନ ହିଁ ଧନ୍ୟବାଦ ପାଇବାକୁ ହକଦାର । କାରଣ ଭଗବାନଙ୍କ ବିନା ଏବଂ ବାପା ମା’ଙ୍କ ଆଶୀର୍ବାଦ ବିନା କୌଣସି ମଣିଷ ଏତେ ଲୋକଙ୍କ ହୃଦୟରେ ରହି ପାରିବ ନାହିଁ ଏବଂ ଜୀବନରେ ଏତେ ସଫଳତା ହାସଲ କରି ପାରିବ ନାହିଁ ।

କହିରଖିବୁ ଯେ ଅଲିଉଡ଼ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଆଜି ସବୁଠାରୁ ବଡ଼ ଖବର ଆସିଛି । କାରଣ ତାଙ୍କ ବାପାଙ୍କର ଆଜି ସଫଳ ଅସ୍ତ୍ରୋପଚାର ହୋଇଛି । ଏହି କିଛିଦିନ ପୂର୍ବରୁ ତାଙ୍କର ପାରିବାରିକ ବିବାଦକୁ ନେଇ ହାଇକୋର୍ଟ ଛାଡ଼ପତ୍ରର ନିର୍ଦେଶ ଦେଇଥିଲେ ।

ଯାହାକୁ ନେଇ ଅନୁଭବ ମହାନ୍ତି ଖୁବ ଖୁସି ଥିଲେବି ଭିତରୁ ଖୁବ ଦୁଃଖିତ ଥିଲେ । କାରଣ ତାଙ୍କ ବାପା ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେଣୁ ନିଜ ବାପାଙ୍କ ସୁସ୍ଥତା ପାଇଁ ସେ ସବୁବେଳେ ଡାକ୍ତରଙ୍କୁ ଡାକୁଥିଲେ । ଆଉ ଯେତେବେଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ବାପାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ସେତେବେଳେ ଅନୁଭବ ମହାନ୍ତି ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଖୁବ ଖୁସି ବ୍ୟକ୍ତି କରିଛନ୍ତି ।

ଆଉ ଅନୁଭବ ଖୁସି ଥିବା ଦେଖି ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କ ଖୁସିରେ ତାଳ ମିଳାଇବାକୁ ତାଙ୍କ ପାଖରେ ପହଞ୍ଚି ଯାଇଛନ୍ତି । ତାଙ୍କ ଫ୍ୟାନ ମାନେ ତାଙ୍କୁ ଖୁବ ମାନନ୍ତି । ଏମିତିକି ତାଙ୍କର ଖରାପ ସମୟରେ ମଧ୍ୟ ସେମାନେ ଅନୁଭବଙ୍କ ସାଥ କେବେ ହେଲେ ଛାଡ଼ି ନଥିଲେ । ଯାହାକୁ ନେଇ ଅନୁଭବ ମଧ୍ୟ ଗର୍ବିତ ଥିବା କହନ୍ତି ।

Leave a Reply

Your email address will not be published. Required fields are marked *