ଅନୁଭବଙ୍କୁ ମିଳିଲା ବଡ଼ ବିଜୟ । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଖୁସି ହେଲେ ଅନୁଭବ ।

ଦୀର୍ଘ ବର୍ଷ ଧରି ଚାଲିଥିଲା ଅନୁଭବ ଏବଂ ବର୍ଷା ବିବାହ ବିବାଦ ମାମଲା ବର୍ତ୍ତମାନ ଏକ ମୋଡ଼ରେ ପହଞ୍ଚିଛି । ଆପଣ ମାନେ ଜାଣିଥିବେ ଯେ ଗତ କିଛିମାସ ତଳେ ଅନୁଭବ ମହାନ୍ତି ଖୁବ ଦୁଃଖିତ ହୋଇଥିଲେ କାରଣ ସେ ଚାହୁଁଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ଛାଡ଼ପତ୍ର ହେଉ ବୋଲି । କିନ୍ତୁ ସବୁ ପ୍ରମାଣ ପରେବି ବିଚ୍ଛେଦର ଅନୁମତି ମିଳି ନଥିଲା । କିନ୍ତୁ ଆଜି ଭଗବାନ ତାଙ୍କ ଡାକ ଶୁଣିଛନ୍ତି ଏବଂ ହାଇକୋର୍ଟ ମଧ୍ୟ ଅନୁଭବ ଏବଂ ବର୍ଷାଙ୍କର ଛାଡ଼ପତ୍ରକୁ ଅନୁମତି ଦେଇଛନ୍ତି । ଯାହାକୁ ନେଇ ଅନୁଭବ ଖୁବ ଖୁସି ଥିବା ଜାଣିବାକୁ ମିଳିଛି । ସମସ୍ତେ କହୁଛନ୍ତି ଯେ ବର୍ତ୍ତମାନ କୁଆଡ଼େ ବର୍ଷା କାନ୍ଦିବେ ଏବଂ ଦୁହିଁଙ୍କୁ ଅଲଗା ହେବାରୁ କେହିବି ରୋକି ପାରିବେ ନାହିଁ ।

କହିରଖିବୁ ଯେ ନିଜର ଏହି ଜୀବନ ଯୁଦ୍ଧରେ ଅନୁଭବ କେବେବି ହାର ମାନିବେ ନାହିଁ ବୋଲି କହିଥିଲେ । ଏବଂ ଆଜି ସେ ଜିତି ଯାଇଛନ୍ତି ଏବଂ ସେ ଖୁବ ଖୁସି ଅଛନ୍ତି । ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦୁହିଁଙ୍କର ବିଚ୍ଛେଦ ହେବ ଏବଂ ଆଉ ବର୍ଷା ଅନୁଭବଙ୍କୁ ହଇରାଣ କରି ପାରିବେ ନାହିଁ । ପରିବାର ଅଦାଲତ ପରେ ବର୍ତ୍ତମାନ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶୀନିଙ୍କ ପାରିବାରିକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିଲା ।

ଯାହାକୁ ନେଇ ହାଇକୋର୍ଟ ରାୟ ଶୁଣାଇଛନ୍ତି ଏବଂ ବିବାହ ବିଚ୍ଛେଦ ପାଇଁ ଅନୁମତି ମଧ୍ୟ ଦେଇଛନ୍ତି । କହିରଖିବୁ ଯେ ଏହି ବାବଦରେ ବାରମ୍ବାର ପରିବାର କୋର୍ଟରେ ଶୁଣାଣି ହେଉଥିଲା ଏବଂ ବର୍ଷା କୋର୍ଟଙ୍କ ସମୟକୁ ଗଡ଼ାଇ ଚାଲିଥିଲେ । ଯେଉଁ କାରଣରୁ ବାରମ୍ବାର ଅନୁଭବ ଆଘାତ ପାଉଥିଲେ ।ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥିବା ମଧ୍ୟ ପ୍ରମାଣିତ ହୋଇଥିଲା । କିନ୍ତୁ ତଥାପି କୋର୍ଟ ଛାଡ଼ପତ୍ର ହୋଇ ପାରିବ ନାହିଁ ବୋଲି ରାୟ ଶୁଣାଇଥିଲେ । ଆଉ ଏହାପରେ ଅନୁଭବ ହାଇକୋର୍ଟରେ ଅପିଲ କରିଥିଲେ ଏବଂ ବର୍ତ୍ତମାନ ହାଇକୋର୍ଟରେ ଅନୁଭବଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଅନୁଭବଙ୍କ ଓକିଲ କହିଛନ୍ତି ଯେ ଆଉ ଏହି ମାମଲାରେ କାହାର ଭୁଲ ତାହା ପ୍ରମାଣିତ ହୋଇଛି ତେଣୁ ଏଲିମିନିର ପ୍ରଶ୍ନ ମଧ୍ୟ ଉଠୁନାହିଁ । ବାସ ବହୁତ ଜଲଦି ଉଭୟଙ୍କ ସମ୍ପର୍କ ବିଚ୍ଛେଦ ହୋଇଯିବ । ହାଇକୋର୍ଟରେ ଅନୁଭବଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେବା ସହିତ ପରିବାର ଅଦାଲତକୁ ଖାରଜ କରିଛନ୍ତି ଏବଂ ପୂର୍ବରୁ ପରିବାର ଅଦାଲତ ଯେଉଁ ଏହି ମାମଲାରେ ବିବାହ ବିଚ୍ଛେଦକୁ ମନା କରିଥିଲେ ତାହାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଯାହାପରେ ଏବେ ଅନୁଭବ ଏବଂ ବର୍ଷା ଆଇନ ଅନୁଯାୟୀ ଅଲଗା ହୋଇଯିବେ ।

Leave a Reply

Your email address will not be published. Required fields are marked *