କେନ୍ଦ୍ରାପଡାରେ ନାଲିଆ ବାବାଙ୍କ ଆବିର୍ଭାବ, ସାରଥୀ ପରେ ନାଲିଆ ବାବା ଆଉ ବାବାଙ୍କର ବହେ ଲୀଳା।

ଆତ୍ମଘୋ-ଷିତ ବାବା ମାତାଙ୍କର ପେଣ୍ଠସ୍ଥଳ ପାଲଟିଛି କେନ୍ଦ୍ରାପଡା। କେନ୍ଦ୍ରାପଡାର ଜନସାଧାରଣଙ୍କ ସରଳ ବିଶ୍ୱାସର ଫାଇଦା ନେଉଛନ୍ତି ଆ-ତ୍ମଘୋ-ଷିତ ବାବା ମାତା ମାନେ। ସାରଥୀର ଲୀଳା ଖେଳା ସରି ନଥିବା ବେଳେ ଏବେ ନାଲିଆ ବାବାଙ୍କ ଆବିର୍ଭାବ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିଜକୁ ନିଜେ ବାବା ବୋଲି କହୁଥିବା ବେଳେ ଲୋକେ କହୁଛନ୍ତି ଭ-ଣ୍ଡ ବାବାଙ୍କର କୁଆଡେ ବହେ ଲୀଳା।

ଆଉ ସେହି ନାଲିଆ ବାବାଙ୍କ ପାଇଁ କୁଆଡେ ତାଙ୍କ ଗ୍ରାମ ମଧ୍ୟ ବଦ-ନାମ ହେଉଛି।ସେପଟେ ବାବାଙ୍କ ନାମରେ ଅନେକ ସାରା ଅଭି-ଯୋଗ ଆସୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ଡେରାବିସ ଅଂଚଳରେ ବାବା କୁଆଡେ ଚହଳ ସୃଷ୍ଟି କରିଛନ୍ତି। ବାବାଙ୍କ ନାମରେ କୁଆଡେ ହଜାର ହଜାର ଜାଲିଆତି କେ-ଶ କାହା ଠାରୁ ସାଠିପିକେଟ ଆଣୁଛନ୍ତି ତ ଆଉ କାହାର ପଇସା ଦେଉନାହାନ୍ତି।

ଗତ କିଛି ଦିନ ତାଳେ ବାବା ସାରଥୀ ଆଶ୍ରମରେ ଅନୁଗାମୀଙ୍କ ଭିଡ଼ ସାଙ୍ଗକୁ ଜମିଥିଲା ପୂଜାର୍ଚ୍ଚନା ଆଉ ତା ସହିତ ଧୀରେ ଧୀରେ କାୟା ମେଲାଉ ଥିଲେ ସାରଥୀ ଅନୁଗାମୀ। ଯାହାକୁ ନେଇ ସୋସିଆଲ ମିଡିଆରେ ନାନା ଲୋକେ ନାନା କଥା କହୁଥିଲେ। ତେବେ ବାବା ସାରଥିଙ୍କ ଲୀଳା ଖେଳା ପୁଣିଥରେ ଆରମ୍ଭ ହୋଇ ଆସୁଥିବା ବେଳେ ଏବେ ନାଲିଆ ବାବାଙ୍କ ନାମରେ ଆସିଛି ସାଙ୍ଘା-ତିକ ଅଭି-ଯୋଗ।

ଏହି ନାଲିଆ ବାବା ମାନେ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ବ୍ଲକର ରଘୁନାଥପୁର ଅଂଚଳରେ ଏହି ବାବା ଏବେ ଦା-ଦାଗି-ରି କରୁଛନ୍ତି। ବାବା ଅନେକ ଘରୋଇ ଅନୁଷ୍ଠାନ ଗଢିତୋଳି ଥିବା ବେଳେ ଗାଡି ଡ୍ରାଇଭର ମାନଙ୍କୁ ଦେଉ ନାହାଁନ୍ତି ସେମାନଙ୍କ ପରିଶ୍ରମର ପାରିଶ୍ରମିକ ଅର୍ଥାତ ଦରମା ଟଙ୍କା।

ବାବାଙ୍କୁ ଟଙ୍କା ମାଗିଲେ ବାବା ନାଲି ଆଖି ଦେଖାଇବା ସହିତ କରୁଛନ୍ତି ଆକ୍ର-ମଣ। କେବଳ ଜଣେ ଡ୍ରାଇଭର ନୁହନ୍ତି ଏମିତି ଅନେକ ଡ୍ରାଇଭର ଏହିଭଳି ଅଭି-ଯୋଗ କରିଛନ୍ତି। ପାଖା ପାଖି ଡ୍ରାଇଭର ମାନଙ୍କ ବକେୟା ଟଙ୍କା ୬ ଲକ୍ଷରୁ ଉର୍ଦ୍ଧ୍ବ ରଖିଥିବା କୁହାଯାଉଛି। କେବଳ ଏତିକି ନୁହେଁ ଡ୍ରାଇଭର ମାନଙ୍କ କହିବା ଅନୁଯାୟୀ ଟଙ୍କା ଯେତେବେଳେ ମାଗିଲେ ନାଲିଆ ବାବା ଖାଲି ଚିଇଁକି ଉଠୁଛନ୍ତି। ଆଉ କହୁଛନ୍ତି ମୁଁ ଟଙ୍କା ଦେବିନି ଯାହା କରିବା କଥା କର। ଗୋଟେ ପଟେ ନିଜକୁ ଆତ୍ମଘୋ-ଷିତ ବାବା କହୁଥିବା ବେଳେ ଅନ୍ୟପଟେ ବାବା ଙ୍କ ଏ କି ହିଂ-ସ୍ର ନୀତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସେପଟେ ଡ୍ରାଇଭର ମାନେ ନାଲିଆ ବାବାଙ୍କୁ ନେଇ ଥା-ନାରେ ଅଭି-ଯୋଗ କରିଥିବା ବେଳେ ବାବାଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଆଉ ଡ୍ରାଇଭର ମାନେ ଆଗକୁ ବାବାଙ୍କ ଅନେକ ଗୁମର ଫିଟେଇବେ ବୋଲି ମଧ୍ୟ ସେମାନେ ପ୍ରକାଶ କରିଛନ୍ତି। ତେବେ କୁହାଯାଉଛି କି ଗୋଟେ ପଟେ ସାରଥୀର କ୍ରେଜ ଏବେ ବି କମି ନଥିବା ବେଳେ ଏପଟେ ନାଲିଆ ବାବାଙ୍କ କା-ଣ୍ଡ କାର-ନାମା ସାମ୍ନାକୁ ଆସିଛି। ଆଉ ପୋ-ଲିସ ଏହି ଘଟ-ଣାକୁ ଗୁରୁ-ତର ସହ ନେଇ କିପରି ତ-ଦନ୍ତ କରୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *