ଅର୍ଚ୍ଚନା ମୁଁହ ଖୋଲିଲେ ସବୁକିଛି ସରିଯିବ, ଜଣା ପଡ଼ିଯିବ ସବୁ କଳା କାରନାମା ଆଉ ନେତା ମନ୍ତ୍ରୀଙ୍କର ନାମ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଏବେ ନିଜ ଭୁଲ୍ ଆଉ କାରନାମା ପାଇଁ ଜେଲ ଦଣ୍ଡ ଭୋଗୁଛନ୍ତି । ସମସ୍ତଙ୍କୁ ତାଙ୍କ କାଣ୍ଡ ବିଷୟରେ ଜଣା ପଡ଼ିସାରିଛି । କିପରି ଜଣେ ସାଧାରଣ ପରିବାରର ଝିଅ ଭୁବନେଶ୍ୱର ଆସି ରାତାରାତି କୋଟିପତି ହୋଇ ଯାଇଥିଲେ ଆଉ ଏଠାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । କିପରି ନେତା ମନ୍ତ୍ରୀଙ୍କ ସହିତ ଆନ୍ତରିକତା ବଢ଼ାଇଥିଲେ ଆଉ ତାଙ୍କ ଠାରୁ ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା । ତେବେ ଏସବୁ କାରନାମା ଉପରେ ତାଙ୍କର ରୋକ୍ ଲାଗିଯାଇଛି ।

କାହିଁକି ନା ବର୍ତ୍ତମାନ ସମୟରେ ଅର୍ଚ୍ଚନା ଜେଲରେ ଅଛନ୍ତି ଆଉ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସହିତ ଜେଲରେ ରହୁଛନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ କି , କିଛି ଦିନ ଆଗରୁ ଅର୍ଚ୍ଚନା ନାଗଙ୍କୁ କୋର୍ଟ ନିଆ ଯାଇଥିଲା । ଆଉ ସେହି ସମୟରେ ତାଙ୍କୁ ଗଣମାଧ୍ୟମ ଦ୍ଵାରା ଅନେକ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ଅର୍ଚ୍ଚନା ଅତ୍ୟନ୍ତ କ୍ରୋଧିତ ହୋଇ ଦେଇଥିଲେ । ଆଉ କହିଥିଲେ କି ଜେଲରୁ ବାହାରିବା ପରେ ସବୁ ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେବେ ।

ମିଡ଼ିଆ ର ପ୍ରଶ୍ନର ଉତ୍ତର ପୁରା ଫଁ ଫଁ ହୋଇ ଯାଇଥିଲେ ଅର୍ଚ୍ଚନା । ତେବେ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି କି , ଅର୍ଚ୍ଚନା ଜେଲରୁ ବାହାରିବା ଯୋଜନାରେ ଅଛନ୍ତି । ତାଙ୍କୁ ଜେଲରୁ ନ ବାହାର କଲେ ସେ ସବୁ ରାଜ୍ ଖୋଲି ଦେବେ ବୋଲି କହିଛନ୍ତି । ସେ ସେହି ମାନଙ୍କର ନାମ ସବୁ କହିଦେବ , ଯେଉଁ ମାନେ ତାଙ୍କ ପାଖକୁ ଯାଉଥିଲେ ଆଉ ତାଙ୍କ ସହ ସମ୍ପର୍କ ରଖୁଥିଲେ । ତେଣୁ ସେ ବର୍ତ୍ତମାନ ଧମକ ଦେଉଛନ୍ତି କି , ତାଙ୍କୁ ଜେଲରୁ ବାହାର କରି ଦିଅନ୍ତୁ ।

ନଚେତ୍ ସମସ୍ତଙ୍କର ଇଜ୍ଜତ ପଦାରେ ପଡ଼ିଯିବ ଆଉ ଜୀବନ ବର୍ବାଦ କରିଦେବେ ଅର୍ଚ୍ଚନା । କାରଣ ସେ ଚଳଚିତ୍ରର ଖଳନାୟିକା ନୁହେଁ , ସେ ପ୍ରକୃତ ଜୀବନର ଖଳନାୟିକା ଅଟନ୍ତି । ତେଣୁ ସବୁକିଛି ସେ ଖୋଲିଦେବେ ବୋଲି ଦେଇଛନ୍ତି ଧମକ । ସବୁ ନେତା ମନ୍ତ୍ରୀ ସମସ୍ତଙ୍କର ନାମ ରାଜ ରାସ୍ତାରେ ପଡ଼ିଯିବ । ଗୋଟି ଗୋଟି ମଣିଷ ସାମ୍ନାକୁ ଆସିଯିବେ। ସନସ୍ତଙ୍କର କଳା ଚେହେରା ଆସିବ । ଯେଉଁ ମାନେ ଅଛନ୍ତି ସବୁ ଗୋଟି ଗୋଟି ସାମ୍ନାକୁ ଆସିଯିବେ ।

Leave a Reply

Your email address will not be published. Required fields are marked *