ଜେ-ଲରୁ ଚୁଡ଼ିଦାରରେ ବାହାରିଲେ ଅର୍ଚ୍ଚନା ନାଗ । ଆଉ କଳା ଧଳା ସାର୍ଟ ଏବଂ ବ୍ଲେଜର ପିନ୍ଧି ଦେବାକୁ ଗଲେ ଲୋ ପରୀକ୍ଷା ।

ଦୀର୍ଘ ଅନେକ ମାସ ତଳେ ସାରା ଓଡ଼ିଶାରେ ଚର୍ଚ୍ଚାରେ ରହିଥିବା ଖବର ହେଉଛି ଅର୍ଚ୍ଚନା ନାଗ ହନୀଟ୍ରାପ ମାମ-ଲା । ଯାହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ି ଯାଇଥିଲା । ଏହି ମାମଲାରେ ଅନେକ ବଡ଼ ବଡ଼ ନାମ ଶୁଣିବାକୁ ମିଳିଥିଲା ସତ କିନ୍ତୁ କୌଣସି ସତ୍ୟତା ସାମ୍ନାକୁ ଆସିପାରି ନଥିଲା । ଆଉ ବର୍ତ୍ତମାନ ଅର୍ଚ୍ଚନାଙ୍କ ନୂଆ ଗେଟଅପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜେ-ଲ ଭିତରୁ ବାହାରିବା ସମୟରେ ଅର୍ଚ୍ଚନା ଯେଉଁଠି ଚୁଡ଼ିଦାର ପିନ୍ଧିଥିଲେ ସେଠାରୁ ଆସି ତାଙ୍କର ଗେଟଅପ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । କଳା ଧଳା ସାର୍ଟ ଏବଂ ବ୍ଲେଜର ପିନ୍ଧି ନିଜ ସ୍ୱାମୀ ଏବଂ ପୁଅ ସହିତ ବାହାରି ଗଲେ ଲୋ ପରୀକ୍ଷା ଦେବାକୁ । ଅର୍ଥାତ ପୁରା ଓକିଲ ଲୁକ ।

ଯାହାକୁ ନେଇ ସର୍ବସାଧାରଣରେ ଏହା କୁହାଯାଉଛି ଯେ ଜେ-ଲରୁ ବାହାରିଲେ ଏବଂ ଓକିଲ ବନିଗଲେ । ଆଜ୍ଞା ହଁ , ଦୀର୍ଘ ୧୪ ମାସ ପରେ ଝାରପଡ଼ା ଜେ-ଲରୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ସେ ଏକୁଟିଆ ନୁହଁନ୍ତି , ତାଙ୍କ ସହିତ ତାଙ୍କର ସ୍ୱାମୀ ଜଗବନ୍ଧୁ ମଧ୍ୟ ହାତ ଧରି ବାହାରକୁ ବାହାରୁ ଥିବାର ଦେଖିବାକୁ ମିଳିଛି ।

ଆଉ ଜେ-ଲରୁ ବାହାରୁ ବାହାରୁ କ୍ୟାପିଟାଲ ଲୋ କଲେଜକୁ ପରୀକ୍ଷା ଦେବାକୁ ବାହାରି ଯାଇଥିଲେ । ସେ ପରୀକ୍ଷାରେ ପାସ କରିବା ପରେ ବନିଯିବେ ଆଡଭୋକେଟ ଅର୍ଚ୍ଚନା ନାଗ । ଆଉ ତାଙ୍କୁ ଯେତେବେଳେ ପରୀକ୍ଷା କଥା ପଚରା ଯାଇଥିଲା , ସେ କହିଥିଲେ ଯେ ତାଙ୍କ ଜୀବନାରେ ତ ପରୀକ୍ଷା ହିଁ ପରୀକ୍ଷା ।

ସେ ଏକୁଟିଆ ନୁହଁନ୍ତି ସେ ନିଜ ସ୍ୱାମୀ ଏବଂ ପୁଅକୁ ମଧ୍ୟ ଧରି ପରୀକ୍ଷା ସେଣ୍ଟରରେ ପହଞ୍ଚିଥିଲେ । ତେବେ ଅର୍ଚ୍ଚନାଙ୍କ ଠାଣି ପୁରାପୁରି ଓକିଲ ଭଳି ରହିଛି । କାହାକୁ ଭ-ୟ ନାହିଁ ଏବଂ ମନରେ ପଶ୍ଚାତାପ ମଧ୍ୟ ନାହିଁ । ଖାଲି ରହିଛି ପ୍ରତି-ଶୋଧର ନି-ଆଁ । ତାଙ୍କୁ ଯେଉଁମାନେ ଫ-ସାଇଥିଲେ ସେମାନଙ୍କ ଠାରୁ ବଦଲା ନେବାପାଇଁ ଅପେକ୍ଷା କରି ରହିଛନ୍ତି ଅର୍ଚ୍ଚନା ।

ଯାହା ତାଙ୍କର ଜେ-ଲରୁ ଫେରିବା ସମୟର ଆଟିଟ୍ୟୁଡ଼ କହୁଛି । କହିରଖିବୁ ଯେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ମୋଟ ତିନୋଟି କେ-ସରେ ସର୍ତ୍ତ ମୂଳକ ବେଲ ମଞ୍ଜୁରୀ ଦେଇଛନ୍ତି । ଏଥିରେ ବିଭିନ୍ନ ପ୍ରକାରର ସର୍ତ୍ତ ରହିଛି । ଯେଉଁଥିରେ ମୋବାଇଲ ଅଫ ନକରିବା ଠାରୁ ଆରମ୍ଭ କରି ରାଜ୍ୟ ନଛାଡ଼ିବା ପର୍ଯ୍ୟନ୍ତ ଅନେକ ସର୍ତ୍ତ ରହିଛି ।

Leave a Reply

Your email address will not be published. Required fields are marked *