କଡ଼ା ସୁରକ୍ଷାବଳରେ ଅର୍ଚ୍ଚନା ନାଗଙ୍କୁ ନିଆଗଲା ଇଡି ଅଫିସ , କହିଲେ ଶତ୍ରୁ ମାନଙ୍କର ହେବ ବିନାଶ

ଅନେକ ଦିନ ବିତି ଯାଇଥିବା ସତ୍ତ୍ଵେ ମଧ୍ୟ ଅର୍ଚ୍ଚନା ନାଗ ମାମଲାର କିଛି ଅନ୍ତ ହୋଇ ପାରୁନାହିଁ । ଦିନକୁ ଦିନ ମାମଲା ଆହୁରି ଗଭୀର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନୂଆ କଥା ଆଉ ନୂଆ ମୁଁହ ସାମ୍ନାକୁ ଆସିବାରେ ଲାଗିଛନ୍ତି । ଆଉ ବର୍ତ୍ତମାନ ମାମଲା ଏପରି ପରିସ୍ଥିତିରେ ପହଞ୍ଚି ଯାଇଛି କି , ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ଜେଲର ଚାରି କାନ୍ଥ ମଧ୍ୟରେ ଦିନ କାଟୁଛନ୍ତି । ତେବେ ଅନ୍ୟ ପକ୍ଷରେ ସେମାନଙ୍କର ଜାମିନ ଆବେଦନକୁ କୋର୍ଟ ଖାରଜ କରିବାରେ ଲାଗିଛନ୍ତି । ଆଉ ସେମାନଙ୍କୁ ଜାମିନ ମିଳି ପାରୁନାହିଁ ।

ଅନେକ ଚେଷ୍ଟା ପ୍ରଚେଷ୍ଟା କରିବା ପରେ ମଧ୍ୟ କିଛି ସଫଳ ହୋଇ ପାରୁ ନାହିଁ । ତେବେ ଆପଣ ସମସ୍ତେ ଜାଣିଥିବେ କି , ଗତକାଲି ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ପଚରାଉଚରା କରିବା ପାଇଁ ଆଣିଛି । ପୂର୍ବରୁ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା । ଆଉ ସାତ ଦିନ ଧରି ଜେରା କରିବା ପରେ ଛାଡି ଦେଇଥିଲା । କିନ୍ତୁ ବର୍ତ୍ତମାନ ଇଡି ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ୧୩ ଦିନିଆ ରିମାଣ୍ଡରେ ନେଇଛି ବୋଲି ଶୁଣିବାକୁ ମିଳିଛି । ଆଉ ଏଥିରେ ଇଡି ସବୁ ଖୋଳତାଡ କରିବ ଏବଂ ସମସ୍ତଙ୍କ ମୁଖା ଖୋକିଦେବ ବୋଲି ଜଣା ପଡ଼ୁଛି। ଏବେ ପ୍ରକୃତ ଅପରାଧୀ ମାନେ ସାମ୍ନାକୁ ଆସିବେ ଆଉ ସବୁ ଉପରୁ ଗୋଟି ଗୋଟି କରି ପରଦା ହଟିଯିବ ।

ତେବେ ଗତକାଲି କଡା ସୁରକ୍ଷା ବଳରେ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କୋର୍ଟ ପରିସରକୁ ନିଆ ଯାଇଥିଲା । ଆଉ ସେଠାରେ ଅପେକ୍ଷା କରି ରହିଥିଲେ ଗଣମଧ୍ୟାମ । ଆଉ ଯାହା ପରେ ଗାଡିରୁ ଅର୍ଚ୍ଚନା ନାଗ ବାହାରିବା ପରେ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲେ । ତେବେ ସମସ୍ତଙ୍କ କଥା ଶୁଣି ଆଉ କ୍ରୋଧିତ ହୋଇ ଅର୍ଚ୍ଚନା ନାଗ ଏପରି କିଛି ଉତ୍ତର ଦେଇଥିଲେ , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିଲା । ଯେତେବେଳେ ସମସ୍ତେ ପଚାରିଥିଲେ ଅର୍ଚ୍ଚନା ନାଗଙ୍କୁ କିଛି କହିବା ପାଇଁ ସେ କହିଥିଲେ କି , ଶତ୍ରୁ ମାନଙ୍କର ବିନାଶ ହେବ । ଧୀରେ ଧିରେ ସମସ୍ତଙ୍କ ଚେହେରା ସାମ୍ନାକୁ ଆସିବ ଆଉ ସମସ୍ତେ ଦଣ୍ଡ ପାଇବେ ।

ଅନ୍ୟ ପକ୍ଷରେ ଏହା ପରେ ତାଙ୍କୁ କୋର୍ଟ ପରିସରକୁ ନିଆ ଯାଇଥିଲା । ତେବେ ଆପଣ ସମସ୍ତଙ୍କୁ ଜଣା ଥିବ ଯେ , ଇଏ ସେହି ଅର୍ଚ୍ଚନା ନାଗ ଯିଏ ବଡ ବଡ଼ ଲୋକ ମାନଙ୍କ ସହିତ ରାତି କଟେଇ ସେମାନଙ୍କୁ ବ୍ଲାକମେଲ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଚାଲିଥିଲେ । ତେବେ କୁହାଯାଏ ନା , ଅତିରୁ ଇତି । ଠିକ୍ ସେହିପରି ଯେତେବେଳେ ଅପରାଧ ଅଧିକ ହୋଇ ଚାଲିଲା , ସେତେବେଳେ ଅର୍ଚ୍ଚନା ନାଗର ସବୁ ପରଦା ଉଠିଗଲା । ଆଉ ଧରା ପଡ଼ି ଯାଇଥିଲା ଅର୍ଚ୍ଚନା ନାଗ ଆଉ ତାର କଳା ସାମ୍ରାଜ୍ୟ । ତେବେ ବର୍ତ୍ତମାନ ସମୟରେ ବ୍ଲାକମେଲ ମାମଲାରେ ଗିରଫ ହେବା ପରେ ଅର୍ଚ୍ଚନା ନାଗ ଜେଲ ଦଣ୍ଡ ଭୋଗୁଛନ୍ତି ।

Leave a Reply

Your email address will not be published. Required fields are marked *