ଲେଡି ବ୍ଲାକମେଲର ନାମରେ ଜଣା ଯାଉଥିବା ଅର୍ଚ୍ଚନା ନାଗଙ୍କ ମାମଲା ବର୍ତ୍ତମାନ ସୁଦ୍ଧା ବି ସମାଧାନ ହୋଇନାହିଁ କିମ୍ବା ମାମଲାର ପୁରା ପର୍ଦାଫାସ ହୋଇନାହିଁ କହିଲେ ଚଳେ । ଗତ କିଛିଦିନ ପୂର୍ବରୁ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା କଥା ଆସିବା ପରେ ଅର୍ଚ୍ଚନାଙ୍କ ବୟାନ ଗଣମାଧ୍ୟମ ସାମ୍ନାରେ ଆସିଥିଲା । ଯେଉଁଠି ସେ କହିଥିଲେ ଯେ ଏଥର ସେ ନିଜ ସତ୍ୟତାକୁ ସର୍ବ ସମ୍ମୁଖକୁ ଆଣିବେ । କିନ୍ତୁ ଏହାରି ଭିତରେ ଅର୍ଚ୍ଚନାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।
ଅର୍ଚ୍ଚନା ନାଗଙ୍କ ବାପାଙ୍କ କହିବା କଥା ଯେ ତାଙ୍କ ଝିଅ ଅର୍ଚ୍ଚନା ସମ୍ପୂର୍ଣ୍ଣ ନିର୍ଦୋଷ ଏବଂ ନିରୀହ । ସେ ନିରୀହ ବୋଲି ତାଙ୍କୁ ଫସାଇ ଦିଆଯାଉଛି । ଏମିତିକି ଏପରି ମଧ୍ୟ କୁହାଯାଇଥିଲା ଯେ ଅର୍ଚ୍ଚନା କୁଆଡ଼େ ବଡ଼ ବଡ଼ ନେତା ମନ୍ତ୍ରୀଙ୍କୁ ବ୍ଲାକମେଲ କରିବା ସହିତ ଟଙ୍କା ଲୁଟୁଥିଲେ । ଯାହାକୁ ଅର୍ଚ୍ଚନାଙ୍କ ବାପା ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଅର୍ଚ୍ଚନା ନାଗଙ୍କ ବାପାଙ୍କ ଅନୁଯାୟୀ ଅର୍ଚ୍ଚନା ସମ୍ପୂର୍ଣ୍ଣ ନିର୍ଦୋଷ ଅଟନ୍ତି । ମାତ୍ର ଅସଲ ଦୋଷୀ ହେଉଛି ଫିଲ୍ମ ପ୍ରଯୋଜକ ଏବଂ ଶ୍ରଦ୍ଧାଞ୍ଜଳି ।
ତେବେ ଏସବୁ ବ୍ୟତୀତ ଗଣମାଧ୍ୟମର ପ୍ରଶ୍ନ ଥିଲା ଯେ ଅର୍ଚ୍ଚନା ମାତ୍ର ୨-୩ ବର୍ଷ ମଧ୍ୟରେ ଏତେ ଅଲିଶାନ ବଙ୍ଗଳା ଏବଂ ତାର ଭିତରର ସାଜସଜ୍ଜା ପାଇଁ ଏତେ ଗୁଡ଼ାଏ ଟଙ୍କା କେଉଁଠାରୁ ଆଣିଥିଲେ ? ତାହାକୁ ନେଇ ମଧ୍ୟ ଅର୍ଚ୍ଚନା ନାଗଙ୍କ ବାପାଙ୍କ ପ୍ରତିକ୍ରିୟା ରହିଛି । ସେ କହିଛନ୍ତି ଯେ ତାଙ୍କ ନିଜର ବ୍ୟବସାୟ ଗତ ୫୦ ବର୍ଷ ଧରି ରହି ଆସିଛି । ଏମିତିକି ନିଜ ପୂର୍ବ ପୁରୁଷଙ୍କର ୨୦-୩୦ ଏକର ଜମି ରହିଛି । ଏମିତିକି ସେ କୁଆଡ଼େ ଜମି ବିକ୍ରି କରି ଅର୍ଚ୍ଚନାଙ୍କୁ ୪୦-୫୦ ଲକ୍ଷ ଦେଇଥିଲେ ଏବଂ ଅର୍ଚ୍ଚନାଙ୍କୁ ଜାଗା ମଧ୍ୟ କିଣି ଦେଇଥିଲେ ।
ପୁଣି ଅର୍ଚ୍ଚନା କୁଆଡ଼େ ଯେଉଁ ପ୍ଲଟ ବ୍ୟବସାୟ କରୁଥିଲେ ଏବଂ ଅଭିନୟ ଲାଇନରୁ ଆସୁଥିବା ଟଙ୍କା ଦ୍ୱାରା ବଡ଼ ଘର ଏବଂ ଘରର ଇଣ୍ଟେରିୟର ପାଇଁ ଟଙ୍କା ଖର୍ଚ୍ଚ କରିଥିଲେ । ଜାଣିଶୁଣି କେବଳ ଶ୍ରଦ୍ଧାଞ୍ଜଳି ଏବଂ ଅନ୍ୟ ବଡ଼ ବଡ଼ିଆ ଏବଂ ଫିଲ୍ମ ପ୍ରଯୋଜକ ମାନେ ତାଙ୍କୁ ଫସାଇ ଦେଉଥିବା ତାଙ୍କ ବାପା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଆଉ ଏହା ମଧ୍ୟ କହିଛନ୍ତି ଯେ ସମୟ ଆସିଲେ ସବୁ ସତ କଥା ପଦାକୁ ଆସିବ ଏବଂ ବାସ୍ତବରେ ଯିଏ ଦୋଷୀ ସେ ମଧ୍ୟ ବାହାରକୁ ଆସିବ ।