ମନ୍ତ୍ରୀ ଟଙ୍କା ଦେଇ ଯାଇଥିଲେ ଅର୍ଚ୍ଚନା ପାଖକୁ ସେଥିପାଇଁ ତାଙ୍କର କିଛି ହବନି…ଆଡ଼ଭୋକେଟ ବ୍ୟୋମକେଶ

ସୁନ୍ଦରୀ ଅର୍ଚ୍ଚନାଙ୍କ କୋର୍ଟ ଜେରା ପରେ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଅର୍ଚ୍ଚନା ଏବେ କେମିତି ଅଛନ୍ତି। ଏବଂ ଆଗକୁ କଣ ହେବ। ଏଥିପାଇଁ ଆଇନଜୀବୀ ବ୍ୟୋମକେଶ ଅର୍ଚ୍ଚନାଙ୍କ ବ୍ଲାକ ମେଲ୍ ମାମଲା ଉପରେ ନିଜର ପ୍ରତିକ୍ରିୟା ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି।

ବ୍ୟୋମକେଶ କହିଛନ୍ତି ପରକ୍ରୀୟା ପ୍ରୀତି ବେଆଇନ ନୁହେଁ। ଯଦି ଜଣେ ମନ୍ତ୍ରୀ ଅର୍ଚ୍ଚନା ସହ ଶାରୀରିକ ସମ୍ପର୍କ ରଖିଛି ତେବେ ଆଇନ ବା ଇଡି ତାର କିଛି କରି ପାରିବେନି। କାରଣ ୨୩ ସେପ୍ଟେମ୍ବର ୨୦୧୭ ହାଇ କୋର୍ଟର ନିୟମ ଅନୁସାରେ ପରକ୍ରୀୟା ପ୍ରୀତି ବେଆଇନ ନୁହେଁ।

ଜଣେ ବିବାହିତ ବା ଅବିବାହିତ ସ୍ତ୍ରୀ କିମ୍ୱା ସ୍ବାମୀ ଚାହିଁଲେ ନିଜ ଇଚ୍ଛାରେ ଆଉ କାହା ସହିତ ଶାରିରୀକ ସମ୍ପର୍କ ରଖିପାରିବେ ଏବଂ ସାଙ୍ଗ ହେଇ ରହି ପାରିବେ। ଯଦି ଅର୍ଚ୍ଚନାର ଅନୁମତିରେ କୌଣସି ମନ୍ତ୍ରୀ ହୁଅନ୍ତୁ କିମ୍ବା ଅନ୍ୟ ଯେକୌଣସି ଲୋକ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଛନ୍ତି ତେବେ କୌଣସି ଆଇନି କିଛି କରି ପାରିବନି। ଯେଉଁ ମନ୍ତ୍ରୀ ଅର୍ଚ୍ଚନା ପାଖକୁ ଯାଇଥିଲେ ସେ ଟଙ୍କା ଦେଇ ଯାଇଥିଲେ।

ଅର୍ଚ୍ଚନାଙ୍କ ପୁଅ ପକେଟ୍ ରୁ ଫୋନ୍ ବାହାରିଲା ପରେ ବ୍ୟୋମକେଶ କହିଛନ୍ତି ତାଙ୍କ ପୁଅ ମାତ୍ର ୫ ବର୍ଷର। ସେ ଛୋଟ ପିଲାଟି ତାକୁ ସନ୍ଦେହ କରି କିଛି ଲାଭ ନାହିଁ। ବାପା ମାଆ ନାହାଁନ୍ତି ସେଥିପାଇଁ ସେ ଯଦି କାନ୍ଦୁଥିବ କିଏ ତାକୁ ଫୋନ୍ ଚଲେଇବାକୁ ଦେଇ ଦେଇଛି। ପକେଟ୍ ରୁ ଫୋନ୍ ବାହାରିଲା ପରେ ଇଡି ଫୋନ୍ ଟିକୁ ନେଇ ଯାଇଥିବେ ପୁଣି ସେ ଫେରିଲା ବେଳକୁ ତାଙ୍କୁ ଫୋନ୍ ଦେଇଦେଇ ଥିବେ।

ମିଡିଆରେ ଘଟଣାର ଯେତେ ଆଲୋଚନା ପ୍ରଜ୍ୟାଲୋଚନା ଚାଲିଛି ଘଟଣାଟି ଏତେ ବଡ଼ ନୁହେଁ। ଅର୍ଚ୍ଚନାର ଯେଉଁ ମାନଙ୍କ ସହ ଶାରୀରିକ ସମ୍ପର୍କ ଅଛି ଇଡି ତାଙ୍କର କିଛି କରିବନି କିନ୍ତୁ ଯେଉଁମାନଙ୍କୁ ବ୍ଲାକ ମେଲ୍ କରା ଯାଇଛି ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନଙ୍କୁ ପୋଲିସ୍ ଷ୍ଟେସନ୍ ଯିବାକୁ ପଡିବ।

Leave a Reply

Your email address will not be published. Required fields are marked *