ଇଡି ଅଫିସରେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ଲାଗିଲେ କଳି । ସବୁ ସତ ଓଗାଳିଲେ ଶ୍ରଦ୍ଧାଞ୍ଜଳି :-

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଆହୁରି ଅନେକ ସତ୍ୟତା ଜଣା ପଡ଼ିଥିବା କୁହାଯାଉଛି । କାରଣ ଇଡି ହାତକୁ ମାମଲା ହସ୍ତାନ୍ତର ହେବା ପରେ ପରେ ଘଟଣାର ଅନେକ ରହସ୍ୟ ପଦାକୁ ଆସିଥିଲା । ଆଉ ସେତେବେଳେ କୁହାଯାଉଥିଲା ଯେ ଏହି ମାମଲାରେ ଜଡ଼ିତ ଥିବା ଶ୍ରଦ୍ଧାଞ୍ଜଳିଙ୍କ ମୁହଁ ଖୋଲିଲେ ହିଁ ଅର୍ଚ୍ଚନାଙ୍କ ପର୍ଦାଫାସ ହେବ ।

ଆଉ ତାହାହିଁ ହୋଇଛି । ଇଡି ଅଫିସରେ କୁଆଡ଼େ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି କଳି ଲାଗିଛନ୍ତି । ଏହାବ୍ୟତୀତ ଅର୍ଚ୍ଚନାଙ୍କ ବିଷୟରେ ସବୁ କଥା କୁଆଡ଼େ ଶ୍ରଦ୍ଧାଞ୍ଜଳି ସର୍ବ ସମ୍ମୁଖକୁ ଆଣିଛନ୍ତି । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ପୂର୍ବରୁବି ଏପରି କୁହାଯାଉଥିଲା ଯେ ଶ୍ରଦ୍ଧାଞ୍ଜଳି ମୁହଁ ଖୋଲିଲେ ହିଁ ସାରା ଓଡ଼ିଶା ଦହଲିବ । ମାତ୍ର ଅର୍ଚ୍ଚନା କେବଳ ଗଣମାଧ୍ୟମର ଫାଇଦା ପାଇଁ ବ୍ୟବହାର କରି ଆସୁଥିଲା । ଆଉ ଆଜି ଇଡି ଆଗରେ ଶ୍ରଦ୍ଧାଞ୍ଜଳି ସବୁ କଥା ଗୋଟି ଗୋଟି କରି ଖୋଲି କହିଛନ୍ତି ।

ଅର୍ଚ୍ଚନାର କଳା କାରନାମାରେ ତାର ମୁଖ୍ୟ ସହଯୋଗୀ ଥିଲା ଖଗେଶ୍ୱର । ଡିଲ କରୁଥିଲା ଅର୍ଚ୍ଚନା ଏବଂ ତାହାର ଭିଡ଼ିଓ କରୁଥିଲା ଖଗେଶ୍ୱର । କାହାକୁ କାହାକୁ ଫସାଯିବ ତାହାର ଲିଷ୍ଟ କରୁଥିଲା ଅର୍ଚ୍ଚନା ନାଗ । ଯେଉଁ କାମରେ ତାର ମୁଖ୍ୟ ସହଯୋଗୀ ଥିଲା ଖଗେଶ୍ୱର । ତେବେ ସ୍ୱାମୀ ଜଗବନ୍ଧୁ ଏ ବିଷୟରେ ବିଶେଷ କିଛି ଜାଣିବି ପାରୁ ନଥିଲା ।

ଏହି ମାମଲାକୁ ପୁରା ଦୃଶ୍ୟ ଦେଉଥିଲେ ନିଜେ ଅର୍ଚ୍ଚନା ଏବଂ ସହଯୋଗୀ ଖଗେଶ୍ୱର । ମାତ୍ର ସେହି ଜାଲରେ ନିଜେ ଫସି ଯାଇଥିଲେ ଶ୍ରଦ୍ଧାଞ୍ଜଳି । କୋଭିଡ ସମୟରେ ଘରକୁ ଡାକି ଫସାଇବାକୁ ତାଙ୍କୁ ସିଧାସଳଖ ଇନସଟ୍ରକସନ ଦେଇଥିଲା ଅର୍ଚ୍ଚନା । ତେଣୁ ଏହି ବିଷୟରେ ଆଜି ଶ୍ରଦ୍ଧାଞ୍ଜଳି ଇଡି ଅଫିସରେ ପୁରା ଖୁଲାସା କରିଛି । ମାତ୍ର ଅର୍ଚ୍ଚନା ଏସବୁକୁ ଆଦୋୖ ସ୍ୱୀକାର କରିନାହିଁ ।

ତେଣୁ ବର୍ତ୍ତମାନ ଇଡି ଆହୁରି ପଚରା ଉଚୁରା ଜାରି ରଖିଛି । ତେବେ ଶ୍ରଦ୍ଧାଞ୍ଜଳି , ଅର୍ଚ୍ଚନାର ପୁରା ପ୍ଲାନ ବିଷୟରେ କହିଛି ଯେ କିଭଳି ଅର୍ଚ୍ଚନା ଲିଷ୍ଟ ବନାଇ ଶ୍ରଦ୍ଧାଞ୍ଜଳିକୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇବାକୁ କହୁଥିଲା । ତାପରେ ଶ୍ରଦ୍ଧାଞ୍ଜଳି ଲୋକଙ୍କୁ ନିଜ ମାୟା ଜାଲରେ ଫସାଉଥିଲେ ।

ତେବେ ସେସବୁର ମାଷ୍ଟର ମାଇଣ୍ଡ ଥିଲା ଅର୍ଚ୍ଚନା । ପ୍ରଥମେ ଶ୍ରଦ୍ଧାଞ୍ଜଳି ବନ୍ଧୁତ୍ୱ କରି ଶେଷରେ ରୁମକୁ ଡାକି ଦେଉଥିଲା । ଯେଉଁଠି ଆଗରୁ ହିଁ ଭିଡ଼ିଓ କରିବାକୁ ପୁରା ସେଟିଂ କରାଯାଇଥିଲା । ଏସବୁର ଦାୟିତ୍ୱ ନେଉଥିଲା ଖଗେଶ୍ୱର । ଖଗେଶ୍ୱର ଏସବୁର ଭିଡ଼ିଓ ବନାଇବା ପରେ ଛୋଟ ଛୋଟ କ୍ଲିପକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ପଠା ଯାଉଥିଲା ।

ତାପରେ ଅର୍ଚ୍ଚନା ଡିଲ କରିବା ଆରମ୍ଭ କରି ଦେଉଥିଲା । ଡିମାଣ୍ଡ ଲକ୍ଷରୁ ଆରମ୍ଭ ହୋଇ କୋଟିଏ ପର୍ଯ୍ୟନ୍ତ ଯାଉଥିଲା । ତେବେ ଏସବୁ ବିଷୟରେ ବର୍ତ୍ତମାନ ଇଡି ଆହୁରି ଖୋଡ଼ତାଳ କରିବା ଆରମ୍ଭ କରି ଦେଇଛି । ଆଉ ଆଶା କରାଯାଉଛି ଯେ ଆଗକୁ ଏହି ବିଷୟରେ ଆହୁରି ବଡ଼ ବଡ଼ ରହସ୍ୟ ବାହାରିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *