ଅର୍ଚ୍ଚନାର ସହଯୋଗୀ ଖଗା ଏବେ କେଉଁଠି ?

ଅର୍ଚ୍ଚନା ତ ଜେଲରେ ଆଉ ଜଗବନ୍ଧୁ ଗୋପନରେ ହେଲେ ଜଗା ଏବେ କେଉଁଠି। ଯେଉଁ ଜଗାକୁ ନେଇ ଏତେ ଚର୍ଚ୍ଚା ଆଉ ଆଲୋଚନା ଚାଲିଥିଲା ସେହି ଜଗା ଏବେ କୁଆଡେ ମୁକ୍ତ ଆକାଶରେ ଉଡି ବୁଲୁଛି। ତାକୁ କାହିଁ କେହି ଧରୁ ନାହାଁନ୍ତି ଜଗାକୁ କାହିଁକି ପୋଲିସ ତଦନ୍ତ ପରିସର ଭୁକ୍ତ କରିଲାନି ବୋଲି ଲୋକେ ଏବେ ପ୍ରଶ୍ନ କରୁଛନ୍ତି।

ଚର୍ଚ୍ଚା ହେଉଛି ଖଗା କୁଆଡ଼େ ଏବେ ବୁଲୁଛି ଆଉ ଅର୍ଚ୍ଚନା ବିରୋଧ ରେ ଯିଏ ପଦେ କହୁଛି ଖଗା ତାକୁ ନାଲି ଆଖି ଦେଖାଉଛି। ଖଗା ନାଲି ଆଖି ଦେଖାଇ କହୁଛି ଅର୍ଚ୍ଚନା ବିରୋଧରେ କେହି ପଦେ ହେଲେ କହି ପାରିବନି। ହେଲେ ପୋଲିସ କହୁଛି ଖଗା ମାନେ ଅର୍ଚ୍ଚନା ସହଯୋଗୀ ଖଗେଶ୍ବର ଏବେ ଫେରାର ଅଛି।

ତେବେ ଖଗା ଫେରାର ହେଲା କିପରି। ଖଗାକୁ ଫେରାର ହେବାକୁ ସୁଯୋଗ ଦେଲା କିଏ। ଅର୍ଚ୍ଚନାଙ୍କୁ ଗିରଫ କରିବା ପୂର୍ବରୁ ଖଗାକୁ ପୋଲିସ ପଚରା ଉଚୁରା କରିଥିଲା। ବାସ ସେତିକି ପଚରା ଉଚୁରା କରି ଛାଡି ଦେଇଥିଲା।

କେବଳ ଏକା ଖଗା ନୁହେଁ ଯେଉଁ ଦିନ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ସେ ଦିନ ମଧ୍ୟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ବି ଘରେ ଥିଲା ହେଲେ ପୋଲିସ କେବଳ କାହିଁକି ଅର୍ଚ୍ଚନାଙ୍କୁ ଗିରଫ କଲା ଆଉ ଜଗବନ୍ଧୁଙ୍କୁ ଛାଡି ଦେଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଯେଉଁ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କଲା

ସେହିଥିରେ ବି ଜଗବନ୍ଧୁ ସାମିଲ ଥିଲେ ମାତ୍ର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କୁ ଗିରଫ ନ କରି ଛାଡି ଦେଇ କେବଳ ଅର୍ଚ୍ଚନାଙ୍କୁ ଗିରଫ କରାଗଲା। ଆଉ ଯେତେବେଳେ ଲୋକେ ଖଗା ଏବଂ ଜଗାର କଥା କହୁଛନ୍ତି ସେତେବେଳେ ପୋଲିସ କହୁଛି ଖଗା ଫେରାର ହୋଇଯାଇଥିବା ବେଳେ ଜଗବନ୍ଧୁ ମାନେ ଜଗା କୁଆଡେ ମେଡ଼ିକାଲରେ ଅଛି । ହେଲେ ଜଗା କିନ୍ତୁ ବାସ୍ତବରରେ କେଉଁଠି ଅଛି ତାହା କେହି ହେଲେ ସୁଦ୍ଧା ଜାଣି ପାରୁ ନାହାଁନ୍ତି।

ପୋଲିସ ସିନା କହିଦେଲା କି ଖଗା ଫେରାର ହୋଇ ଯାଇଛି ହେଲେ ଖଗା ଫେରାର ହୋଇଯାଇଛି ନା ବିନା ଭୟରେ ବୁଲୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଖଗା ସିଏ ଯିଏ ଦିନେ କୁଆଡେ ଭୁବନେଶ୍ୱର ରସୁଲଗଡ଼ରେ ଏକ ଦୋକାନ କରିଥିଲା। ପରେ ଏକ ପୁରୁଣା ଗାଡି ସୋ ରୁମ କରିଥିଲା ଆଉ ତା ପରେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ସଂସ୍ପର୍ଶରେ ଆସିଥିଲା ସେ କୁଆଡେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଦାୟିତ୍ବ ନେଇ ବୁଝା ସୁଝା କରୁଥିଲା।

କିଏ କେତେବେଳେ ଆସିବେ ଆଉ କିଏ କେତେବେଳେ ଯିବେ ତାହାର ଟିକ ନିଖି କଥା ଖଗା ହିଁ ବୁଝିଥିଲା। କେବଳ ଏତିକି ନୁହେଁ ଖଗା ଅର୍ଚ୍ଚନାଙ୍କ ସହଯୋଗୀ ମଧ୍ୟ ଥିଲା। ଆଉ ଖଗା କୁଆଡେ ଅର୍ଚ୍ଚନାଙ୍କ କୋଳ ଉପରେ ମଧ୍ୟ ନଜର ପକାଇଥିଲା। ଅର୍ଚ୍ଚନାର କୋଳ ପାଇଁ ସ୍ୱାମୀ ଜଗବନ୍ଧୁ ଆଉ ସହଯୋଗୀ ଅର୍ଚ୍ଚନାଙ୍କ ମଧ୍ୟରେ ହେଉଥିଲା କଳି।

ଜଗବନ୍ଧୁ କୁଆଡେ ପସନ୍ଦ କରୁନଥିଲେ ଖଗା ତାଙ୍କ ସୁନ୍ଦରୀ ସ୍ତ୍ରୀ ଉପରେ ନଜର ପକାନ୍ତୁ ବୋଲି। ସେଥିପାଇଁ ଅନେକ ସମୟରେ ଦୁହେଁ କୁଆଡେ ଟକର ଟାକର ହେଉଥିଲେ। ଅର୍ଚ୍ଚନାଙ୍କ ଉପରେ ଖଗା ଆଖି ପକାଇଲେ ଜଗା କୁଆଡେ ବଡ଼ ବଡ଼ ଆଖି କରି ଖଗା କୁ ଚାହିଁ ରହୁଥିଲା। ତେବେ ସେ ଯାହା ବି ହେଉ। ଲୋକେ କହୁଛନ୍ତି ଅର୍ଚ୍ଚନା ଏବେ ଜେଲ ଭିତରେ ଥିବା ବେଳେ ଖଗା ଆଉ ଜଗବନ୍ଧୁଙ୍କୁ କାହିଁକି ଗିରଫ କରୁନି ପୋଲିସ।

ଆଉ କେତେ ଦିନ ଖଗାକୁ ଏମିତି ଖୋଲା ଭାବରେ ଉଡି ବୁଲିବାକୁ ସୁଯୋଗ ମିଳିବ। କେବେ ଘଟଣାର ତଦନ୍ତ ଶେଷ ହେବ। କେବେ ଆହୁରୀ ଅନେକ ସତ ସାମ୍ନାକୁ ଆସିବ ଆଉ କେବେ ବଡ଼ ବଡ଼ ନେତା ମନ୍ତ୍ରୀ ମାନଙ୍କର ଗୁମର ଫିଟିବ। କେଉଁ କେଉଁ ମାନେ ଅର୍ଚ୍ଚନା ପାଖକୁ ଆସୁଥିଲେ ଅର୍ଚ୍ଚନାଙ୍କୁ ଟଙ୍କା ଦେଉଥିଲେ ତାହା ଖୁଲାସା ହେବ। ତେବେ ଦେଖିବାକୁ ବାକି ରହିଲା ଘଟଣାର ମୋଡ଼ କେଉଁ ଆଡକୁ ଯାଉଛି। ପୋଲିସର ତଦନ୍ତ କେବେ ଶେଷ ହେଉଛି।

Leave a Reply

Your email address will not be published. Required fields are marked *