ବାଟ ଛାଡ଼ ନାଗୁଣୀ ଆସୁଛି।, ନହଲେ ଚୋଟ ଖାଇବ….

ସୁନ୍ଦରୀ ଅର୍ଚ୍ଚନା ଯାହାକୁ ଆପଣ ସମସ୍ତେ ଜାଣିଥିବେ । ଜଣେ ବ୍ଲାକ ମେଲର ହିସାବରେ ସେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା । ବଡ ବଡ ନେତା , ମନ୍ତ୍ରୀ , ସିନେ ନିର୍ଦ୍ଦେଶକ , ପ୍ରଯୋଜକ ତା ଜାଲରେ ଛନ୍ଦି ହୋଇ ରହିଥିଲେ । ସମସ୍ତେ ତା ମୁଁହ ଉପରକୁ ଟଙ୍କା ଫୋପାଡ଼ି ଦେଉଥିଲେ ଆଉ ତାର ମୁହଁ ବି କରି ଦେଉଥିଲେ ବନ୍ଦ । ଆଉ ସେଥିରେ ତା ଶରୀର ଉପରେ ଜମାଉ ଥିଲେ ନିଜର ଅଧିକାର ।

ପୁଣି ପରେ ସେହି ସୁନ୍ଦରୀ ଅର୍ଚ୍ଚନା ବ୍ଲାକମେଲ କରି ପୁଳାଏ ଟଙ୍କା ଆଣି ଦେଉଥିଲା । ତେବେ ସେହି କାରନାମା ଆଉ ବେଶି ଦିନ ଲୁଚି ପାରିଲା ନାହିଁ ଆଉ ପରିଶେଷରେ ସମସ୍ତଙ୍କ ସାମ୍ନାକୁ ଆସିଲା ସତ । ଧରା ପଡ଼ିଲା ସୁନ୍ଦରୀ ଅର୍ଚ୍ଚନା । ପୋଲିସ ତାକୁ ତାର ଘରୁ ଗିରଫ କରି ନେଇ ଗଲା । ଆଉ ତା ସହିତ ତାର ସମସ୍ତ ଅଶ୍ଳୀଳ ଭିଡିଓ , ଫୋଟ ଏବଂ ଟଙ୍କା ପଇସା ଜବତ କରିଥିଲା । ତେବେ ବର୍ତ୍ତମାନ ସମୟରେ ସୁନ୍ଦରୀ ଅର୍ଚ୍ଚନା ଝାରପଡ଼ା ଜେଲରେ ନିଜ କଲା କର୍ମର ଫଳ ଭୋଗୁଛି ।

ତେବେ ସୂଚନା ଅନୁଯାୟୀ , ଗତକାଲି ପୋଲିସ ସୁନ୍ଦରୀ ଅର୍ଚ୍ଚନା କୁ ନେଇ କୋର୍ଟକୁ ଯାଇଥିଲା । ଅନେକ ସୁରକ୍ଷା ବ୍ୟବସ୍ଥା ଦେଇ ତାକୁ କୋର୍ଟକୁ ନିଆ ଯାଇଥିଲା । ଚାରିଆଡ଼େ ଭିଡ ଲାଗି ରହିଥିଲା । ଅର୍ଚ୍ଚନା ଉପରେ ଆକ୍ରମଣ ହେବାର ମଧ୍ୟ ଅନେକ ସମ୍ଭାବନା ଲାଗି ରହିଥିଲା । ତେବେ ଏହାରି ମଧ୍ୟରେ ଏକ ମଜା କଥା ସାମ୍ନାକୁ ଆସିଥିଲା ଆଉ ତାହା ହେଉଛି କୋର୍ଟ ପରିସରରେ ସମସ୍ତେ ଗୋଟିଏ କଥା କହୁଥିଲେ କି , ବାଟ ଛାଡ ନାଗ ଆସୁଛି କାମୁଡି ଦେବ ।

ତେବେ ଏହି କଥା ବହୁତ ମଜାଳିଆ ଥିଲା । ସମସ୍ତେ ଏହି କଥା ଶୁଣି ଅନେକ ମଜା ମଧ୍ୟ ନେଉଛନ୍ତି । ଅର୍ଚ୍ଚନା ନାଗକୁ ନାଗ ସହିତ ତୁଳନା କରିବାରେ କିଛି ବି ଅସୁବିଧା ନାହିଁ। ତାର ବିଷ ଚାରିଆଡ଼େ ବିସ୍ତାରିତ ହୋଇ ରହିଛି । ଆଉ ତାର ବିଷ ସମସ୍ତେ ପାନ କରି ଦେଇଛନ୍ତି । ତେବେ ଏହି କଥା ସମସ୍ତେ ଜାଣିଥିବେ କି , ବର୍ତ୍ତମାନ ତାଙ୍କ ସ୍ବାମୀ ମଧ୍ୟ ଜେଲରେ ଅଛନ୍ତି ଆଉ ବର୍ତ୍ତମାନ ନିଜ କର୍ମ ଫଳ ଦୁଇ ଜଣ ଭୋଗିବାରେ ଲାଗିଛନ୍ତି । ତେବେ ଦେଖା ଯାଉ ଘଟଣା ଆଗକୁ କେଉଁ ମୋଡ ନେଇଛି । କିଏ ଆଗକୁ ଧରା ପଡୁଛନ୍ତି ।

Leave a Reply

Your email address will not be published. Required fields are marked *