ନଦୀ , ପୋଖରୀରେ ଗାଧୋଉ ଥିଲେ ହୋଇ ଯାଆନ୍ତୁ ସାବଧାନ, ଆସିଛି ମସ୍ତିଷ୍କ ସେଲ୍ସକୁ ଖାଇ ଦେଉଥିବା ଏମିବା, ମାତ୍ର ୧୦ ଦିନ ମଧ୍ୟରେ ଚାଲି ଯାଉଛି ଜୀବନ

ପୋଖରୀ କିମ୍ବା ନଦୀରେ ଗାଧୋଉ ଥିବା ବ୍ୟକ୍ତି ମାନେ ହୋଇ ଯାଆନ୍ତୁ ସାବଧାନ । କାରଣ ଆସିଛି ଏପରି ଏକ ରୋଗ , ଯାହା ଆପଣଙ୍କର ମସ୍ତିଷ୍କକୁ ଆକ୍ରାନ୍ତ କରିଥାଏ ଏବଂ ଆଶ୍ଚର୍ଯ୍ୟର କଥା ଏହା ଯେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇ ଯାଇପାରେ । ତେଣୁ ଏପରି ଏକ ରୋଗରୁ ରକ୍ଷା ପାଇବା ପାଇଁ ପୋଖରୀ ଏବଂ ନଦୀ ଆଦିରେ ଗାଧୋଇବା ଛାଡି ଦିଅନ୍ତୁ । ଏହି ରୋଗ ବର୍ତ୍ତମାନ ବୈଜ୍ଞାନିକ ମାନଙ୍କର ଚିନ୍ତା ବଢାଇ ଦେଇଛି ।

ତେବେ ସୂଚନା ଅନୁଯାୟୀ , ଏକ ପ୍ରକାରର ଏମିବା ଯାହା ମସ୍ତିଷ୍କର ସେଲସ ଗୁଡ଼ିକୁ ଖାଇ ଦେଉଛି । ଆଉ ଏଗୁଡ଼ିକ ପୋଖରୀ କିମ୍ବା ନଦୀ ପାଣିରେ ରହୁଛି । ଆଉ ନାକ ବାଟେ ପଶି ଯାଇ ଏଗୁଡ଼ିକ ମସ୍ତିଷ୍କର ସେଲ୍ସ ଗୁଡ଼ିକୁ ଆକ୍ରମଣ କରି ଖାଇ ଦେଉଛି । ଯାହା ଫଳରେ ମାତ୍ର ୧୦ ଦିନ ମଧ୍ୟରେ ମଣିଷର ମରି ଯିବାର ଅନେକ ସମ୍ଭାବନା ରହିଛି । ତେବେ ଏହି ଏମୀବା ଗୁଡ଼ିକ ଅତ୍ୟନ୍ତ ଛୋଟ ଅଟନ୍ତି , ଯାହା ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ ।

ଆମେରିକାର ନେବ୍ରାସ୍କାର ଏଭଳି ଏକ ଘଟଣା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟି ଯାଇଛି । ସୂଚନା ଅନୁଯାୟୀ , ଆମେରିକାର ଏକ ୧୮ ବର୍ଷୀୟ ବାଳକ ନଦୀରେ ଗାଧୋଇ ଘରକୁ ଫେରିଥିଲା । ଏହାର କିଛିଦିନ ପରେ ତାର ସ୍ୱାସ୍ଥ୍ୟା ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଥିଲା ଏବଂ ଏହା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ପାଖାପାଖି ୧୦ ଦିନ ପରେ ଉକ୍ତ ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଡାକ୍ତର ବାଳକଟିର ମସ୍ତିଷ୍କରେ ଏମିବା ପଶି ଯାଇ ମେନିଙ୍ଗୋଏନ୍ସେଫଲାଇଟିସ ପଶିଯାଇ ସଂକ୍ରମିତ କରିଥିଲା ବୋଲି ସୂଚନା ଦେଇଥିଲେ ।

ଏହି ଏମିବା ଗୁଡ଼ିକ ଏତେ ଛୋଟ ହୋଇଥାନ୍ତି । ଏଗୁଡ଼ିକର ବ୍ୟାସ ୦.୨-୦.୫ ମିମି ମଧ୍ୟରେ ହୋଇଥିବା ବେଳେ ଏଗୁଡ଼ିକ ବ୍ରେନରେ ପହଞ୍ଚିବା ପରେ ଧୀରେ ଧୀରେ ବ୍ରେନର ସେଲ୍ସକୁ ଖାଇ ଦେଇଥାନ୍ତି । ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର କହିବା ଅନୁଯାୟୀ , ଏଗୁଡ଼ିକ ଯେକୌଣସି ନଦୀ , ନାଳ , ଓଦା ମାଟି ଏବଂ ସରକାରୀ ଭାବେ ଯୋଗାଣ ପାଣିରେ ରହିଥାନ୍ତି । ତେବେ ଏଗୁଡ଼ିକ ଆକ୍ରମଣ କରିବା ପରେ କୌଣସି ଚିକିତ୍ସା ନାହିଁ । କେବଳ ଲକ୍ଷଣ ଆଧାରରେ ରୋଗୀର ଚିକିତ୍ସା କରାଯାଇଥାଏ । କିନ୍ତୁ ବ୍ରେନ ସେଲ୍ସ ଗୁଡ଼ିକ ଶେଷ ହେବା କାରଣରୁ ରୋଗୀର ମୃତ୍ୟୁ ହୋଇଥାଏ ।

Leave a Reply

Your email address will not be published. Required fields are marked *